ଶୂନ୍ୟକାଳରେ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନ ପ୍ରସଙ୍ଗ...

ଯାଜପୁର ଧର୍ମଶାଳାରେ କଳ୍ପତରୁ ଦାସ ଷ୍ଟାଡିୟମରେ କିଛି ଦିନ ତଳେ ବିଜେପିର କାର୍ଯ୍ୟକାରିଣୀ ହୋଇଥିଲା। ସେଦିନ ସ୍ଵର୍ଗତଃ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିର ମୁହଁକୁ ଗେରୁଆବସ୍ତ୍ରରେ ଢାଙ୍କି ଦିଆଯାଇଥିଲା। ତାପରେ ବିଜେପି କାର୍ଯ୍ୟକାରିଣୀ ହୋଇଥିଲା।

issue of desecration of idols

ଭୁବନେଶ୍ବର: ଯାଜପୁର ଧର୍ମଶାଳାରେ କଳ୍ପତରୁ ଦାସ ଷ୍ଟାଡିୟମରେ କିଛି ଦିନ ତଳେ ବିଜେପିର କାର୍ଯ୍ୟକାରିଣୀ ହୋଇଥିଲା। ସେଦିନ ସ୍ଵର୍ଗତଃ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିର ମୁହଁକୁ ଗେରୁଆବସ୍ତ୍ରରେ ଢାଙ୍କି ଦିଆଯାଇଥିଲା। ତାପରେ ବିଜେପି କାର୍ଯ୍ୟକାରିଣୀ ହୋଇଥିଲା।

ସ୍ଵର୍ଗତ କଳ୍ପତରୁ ଦାସ ଚାରି-ଚାରି ଥର ବିଧାୟକ ତଥା ସାଂସଦଙ୍କ ହୋଇଥିଲେ। ଏଭଳି କାର୍ଯ୍ୟ ଅପମାନ ଜନକ ଓ ଲଜ୍ଜାଜନକ ଘଟଣା ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ଏହାପରେ ସରପଞ୍ଚମାନେ ବିଡ଼ିଓଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ବିଡ଼ିଓ ଦେଖା କରି ନ ଥିଲେ। ନିର୍ବାଚିତ ପ୍ରତିନିଧିଙ୍କୁ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ମାରଧର କରିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଚାନ୍ଦବାଲି ବିଜେଡ଼ି ବିଧାୟକ  ବ୍ୟୋମକେଶ ରାୟ ଉଠାଇଥିଲେ ।

ଅଧିକ ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସିଏଚଏସଇ ରେକର୍ଡ ସପ୍ଲାୟର୍ ଗିରଫ

ସେପଟେ ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ କଡା ଜବାବ ରଖିଥିଲେ ବଡ଼ଚଣା ବିଧାୟକ ଅମର ନାୟକ। ବିଜେପି କାର୍ଯ୍ୟକାରିଣୀ ସହ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତି ମୁହଁକୁ ଢାଙ୍କିବାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ।

ଅଧିକ ପଢ଼ନ୍ତୁ: ୩୧ ଯାଏଁ ପ୍ରବଳ ବର୍ଷିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe