କଟକ: ଲିଜ୍ ସର୍ତ୍ତ ଉଲ୍ଲଂଘନ କରି ନିର୍ଦ୍ଧାରିତ ପରିମାଣଠାରୁ କମ୍ ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ଉପଯୋଗ କରୁଥିବା ଲିଜ୍ଧାରୀଙ୍କ ଅଡ଼ୁଆ ବଢ଼ିଛି। ଯଦି ଲିଜ୍ ସର୍ତ୍ତ ଅନୁସାରେ ଉପଯୁକ୍ତ ପରିମାଣର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବାରେ ବିଫଳ ହୁଅନ୍ତି ତେବେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣିଜର ସର୍ବୋତ୍ତମ ଉପଯୋଗ ପ୍ରସଙ୍ଗ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ମାଲିକାନାରେ ଥିବା ନ୍ୟାସନାଲ୍ ମିନେରାଲ୍ ଡେଭେଲପ୍ମେଣ୍ଟ କର୍ପୋରେସନ୍ (ଏନ୍ଏମ୍ଡିସି) ମାଧ୍ୟମରେ ରାଜ୍ୟ ସରକାର ବୈଧାନିକ ଦାୟିତ୍ବ ସଂପାଦନ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଟିଜେନ୍ସ ଆକ୍ସନ୍ ଫୋରମ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯେଉଁ ଲିଜ୍ଧାରୀ ସର୍ତ୍ତ ଅନୁସାରେ ଅନୁମତିପ୍ରାପ୍ତ ଉପଯୁକ୍ତ ପରିମାଣର ଖଣିଜ ଦ୍ରବ୍ୟ ଉପଯୋଗ କରିବାରେ ବିଫଳ ହେବେ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ସଂପୃକ୍ତ ଖଣିରୁ ଏନ୍ଏମ୍ଡିସି ଜରିଆରେ ରାଜ୍ୟ ସରକାର ଉପଯୁକ୍ତ ପରିମାଣର ଖଣିଜଦ୍ରବ୍ୟ ଉତ୍ତୋଳନ କରିବେ। ଏ ବାବଦ ଅର୍ଥ ରାଜ୍ୟ ସରକାର ଲିଜ୍ଧାରୀଙ୍କଠାରୁ ଆଦାୟ କରିବେ।
Digital India: ଡିଜିଟାଲ ନିଶାରେ ଯୁବପିଢ଼ି: ବୟସ ଆଧାରିତ କଟକଣା ପାଇଁ ପ୍ରସ୍ତାବ
ଏନ୍ଏମ୍ଡିସି ମାଧ୍ୟମରେ ଖଣିଜଦ୍ରବ୍ୟ ଉତ୍ତୋଳନ କରିବେ ସରକାର
ଅର୍ଥ ଦେବେ ଖିଲାପି ଲିଜ୍ଧାରୀ
ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ତଥ୍ୟ ଓ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ବହୁ ଲିଜ୍ଧାରୀ ଲିଜ୍ ସର୍ତ୍ତ ପାଳନ କରିବାରେ ବର୍ଷ ବର୍ଷ ଧରି ବିଫଳ ହୋଇଛନ୍ତି। ନିର୍ଦ୍ଧାରିତ ପରିମାଣଠାରୁ କମ୍ ପରିମାଣର ଖଣିଜଦ୍ରବ୍ୟ ସଂପୃକ୍ତ ଖଣିରୁ ଉତ୍ତୋଳନ କରାଯାଉଥିବାରୁ ଏଥିରେ ରାଜ୍ୟ ସବୁ ଦିଗରୁ କ୍ଷତି ସହୁଛି। ରାଜ୍ୟ ସରକାର ଲିଜ୍ ସର୍ତ୍ତ ଉଲ୍ଲଂଘନ ପାଇଁ ଜରିମାନା ଧାର୍ଯ୍ୟ କରି ନୋଟିସ୍ ପଠାଉଥିଲେ ବି ଅଦାଲତର ଅନ୍ତରୀଣ ନିର୍ଦ୍ଦେଶ ପାଇଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ ରାଜ୍ୟ ସରକାର ପ୍ରାୟ ୪ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି।
Problem: ପାଣି ଘେରରେ ଦୁର୍ବିଷହ ଦୟନୀୟ ଜୀବନ
ଦେଶର ପ୍ରାୟ ୨୮ ପ୍ରତିଶତ ଲୁହାପଥର ଓଡ଼ିଶାରେ ରହିଛି। ରାଜ୍ୟରେ ୬୩ଟି ବୈଧ ଲୁହାପଥର ଖଣିକୁ ଲିଜ୍ ପ୍ରଦାନ କରାଯାଇଛି। ଏଥିରୁ ବାର୍ଷିକ ପ୍ରାୟ ୨୪୬ ନିୟୁତ ଟନ୍ (ଏମ୍ଟିପିଏ) ଲୁହାପଥର ଉତ୍ପାଦନ କରାଯିବା କଥା। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ମାତ୍ର ୧୫୯ ଏମ୍ଟିପିଏ ଉତ୍ପାଦନ କରାଯାଇଛି। ଲିଜ୍ ଚୁକ୍ତିନାମାରେ ଉଲ୍ଲେଖ ପରିମାଣଠାରୁ କମ୍ ଲୁହାପଥର ଉତ୍ତୋଳନ କରୁଥିବା ଲିଜ୍ଧାରୀଙ୍କ ବିରୋଧରେ ସରକାର ୨୦୧୬ର ନିୟମାବଳୀ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ ଦାବି ରଖିଛନ୍ତି। ଆବେଦନକାରୀଙ୍କ ତରଫରୁ ମାତୃଗୁପ୍ତ ମିଶ୍ର ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/19/high-court22-2025-12-19-02-11-30.jpg)