୩୧ ଜାନୁଆରି ଇ-କେୱାଇସି ପାଇଁ ଶେଷ ତାରିଖ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବ । ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

Food Supply Minister

Food Supply Minister

ଭୁବନେଶ୍ବର: ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବ । ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ସୂଚନା ଦେଇଛନ୍ତି।

ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା  ୪୯ ଲକ୍ଷ ହିତାଧିକାରୀ  ଇ-କେୱାଇସି  କରିନାହାନ୍ତି ।

ଇ-କେୱାଇସି ସରିବା ପରେ  ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ।  ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଏଟିଏମ୍‌ ଲୁଟିଲେ,ସିସିଟିଭି କ୍ୟାମେରା ଏବଂ ହାର୍ଡ ଡିସ୍କ୍ ଭାଙ୍ଗିଲେ

ସୂଚନା ଅନୁସାରେ ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ବାହାରେ ଥିବା ହିତାଧିକାରୀମାନେ ମଧ୍ୟ  ଇ-କେୱାଇସି କରିଛନ୍ତି ।

ଅଧିକ ପଢ଼ନ୍ତୁ: ଅଧାରେ ରହିଲା ରାହୁଲ ଗାନ୍ଧୀଙ୍କ ସ୍ବପ୍ନ


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe