ଭୁବନେଶ୍ବର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ମେନ୍ ସେସନ-୧ ଫଳ ପ୍ରକାଶ ପାଇଛି। ବିଇ ଓ ବିଟେକ୍(ପେପର-୧)ରେ ଓଡ଼ିଶାର ଭବେଶ ପାତ୍ର ୧୦୦ ଏନ୍ଟିଏ ସ୍କୋର(ପର୍ସେଣ୍ଟାଇଲ୍) କରି ଓଡ଼ିଶା ସମେତ ସାରା ଦେଶରେ ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଭବେଶଙ୍କ ବ୍ୟତୀତ ଦିଲ୍ଲୀର ଶ୍ରେୟାସ ମିଶ୍ର, ଆନ୍ଧ୍ରପ୍ରଦେଶର ନରେନ୍ଦ୍ରବାବୁ ଗରିମହିଥ୍, ପସାଲା ମୋହିଥ୍, ବିହାରର ଶୁଭମ୍ କୁମାର, ରାଜସ୍ଥାନର କାବେର ଚିଲ୍ଲର, ଚିରଞ୍ଜୀବୀ କର, ଅର୍ନଭ ଗୌତମ, ହରିୟାଣାର ଆନ୍ ଜୈନ୍, ମହାରାଷ୍ଟ୍ରର ମାଧବ ଭିରାଦୀୟା, ଗୁଜୁରାଟର ପୁରୋହିତ ନିମାୟ, ତେଲେଙ୍ଗାନାର ଭି ଏସ୍ ମହେଶ୍ବରୀ ୧୦୦ ପର୍ସେଣ୍ଟାଇଲ୍ ରଖିଛନ୍ତି। ୧୨ଜଣଙ୍କ ମଧ୍ୟରେ ଜଣେ ବି ହେଲେ ଛାତ୍ରୀ ନାହାନ୍ତି। ଛାତ୍ରୀଙ୍କ ବର୍ଗରେ ହରିୟାଣାର ଆସି ଗ୍ରିୱାଲ ୯୯.୯୯୬୯୭୬୬ ପର୍ସେଣ୍ଟାଇଲ୍ ରଖି ଟପର୍ ହୋଇଛନ୍ତି। ୧୧ଜଣ ସାଧାରଣ ବର୍ଗର ବିଦ୍ୟାର୍ଥୀ ଏବଂ ଜଣେ ଓବିସି-ଏନ୍ସିଏଲ୍ ବର୍ଗର ରହିଛନ୍ତି।
Cricket: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍ବଲ୍: ମିସନ୍ ଟାଇଗର ବିଜେତା
ପରୀକ୍ଷା ଦେଇଥିଲେ ୧୩.୪ ଲକ୍ଷ ଛାତ୍ରଛାତ୍ରୀ
ଏହି ସେସନ୍ ପରୀକ୍ଷା ଲାଗି ସାରା ଦେଶରେ ୧୩ଲକ୍ଷ ୫୫ ହଜାର ୨୯୩ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ଲକ୍ଷ ୪ ହଜାର ୬୫୩ଜଣ ପରୀକ୍ଷା ଦେଇଥିଲେ। ୮ ଲକ୍ଷ ୫୫ ହଜାର ୮୫ଜଣ ଛାତ୍ର ଓ ୪ଲକ୍ଷ ୪୯ହଜାର ୫୬୮ ଜଣ ଛାତ୍ରୀ ରହିଥିଲେ। ଜେଇଇ ମେନ୍ ଲାଗି ଏଥର ୩୨୬ଟି ସହରରେ ୬୫୮ଟି ପରୀକ୍ଷାକେନ୍ଦ୍ର ହୋଇଥିଲା। ଦେଶ ବାହାରେ ୧୫ଟି ସହର ରହିଥିଲା। ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଆସାମୀ, ବଙ୍ଗାଳୀ, କନ୍ନଡ, ମାଲୟାଲମ୍, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ପରୀକ୍ଷା କରାଯାଇଥିଲା। ପରୀକ୍ଷାର ସୁପରିଚାଳନା ପାଇଁ ୩୧୧ଜଣ ସହର ସଂଯୋଜକ, ୭୨୬ଜଣ ପର୍ଯ୍ୟବେକ୍ଷକ, ୩୧୧ଟି ଫ୍ଲାଇଂ ସ୍କ୍ବାଡ୍, କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ୨୧୫ ଜଣ ପ୍ରତିନିଧି ପରୀକ୍ଷା ଦାୟିତ୍ବରେ ସାମିଲ ହୋଇଥିଲେ। ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ନୂଆଦିଲ୍ଲୀସ୍ଥିତ ଏନ୍ଟିଏ କଣ୍ଟ୍ରୋଲ ରୁମ୍ରୁ ଏଆଇ ଆଧାରିତ ଭିଡିଓ ମାଧ୍ୟମରେ ନଜର ରଖାଯାଇଥିଲା। ଜେଇଇ ମେନ୍ ପେପର୍-୨(ବି.ଆର୍କ/ବି.ପ୍ଲାନିଂ) ପରୀକ୍ଷା ଫଳ ଖୁବ୍ଶୀଘ୍ର ପ୍ରକାଶ ପାଇବ ବୋଲି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏନ୍ଟିଏ ସୂଚନା ଦେଇଛି।
Amit Shah: ୧୨ ବର୍ଷ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ନୂତନ ସୁବର୍ଣ୍ଣ ଅଧ୍ୟାୟ: ଶାହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/17/shhfhfxbvxvb-2026-02-17-01-41-22.jpg)