ଜଣଙ୍କର ଜୀବନ ତୁଳନାରେ ଚାକିରୀ ବଡ଼ ଥିଲା: ରିପୋର୍ଟ ନେଇ ବାଲେଶ୍ବର ପୀଡ଼ିତାଙ୍କ ଭାଇଙ୍କର ପ୍ରତିକ୍ରିୟା

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜର ପୀଡିତାଙ୍କର ଭାଇ ଘଟଣା ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭଉଣୀଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହିତ କଥା ହୋଇଛୁ। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି। ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ...

Job was a big factor in the demise of a person: Balasore victim's brother reacts to the report

Job was a big factor in the demise of a person: Balasore victim's brother reacts to the report Photograph: (sambad.in)

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜର ପୀଡିତାଙ୍କର ଭାଇ ଘଟଣା ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭଉଣୀଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହିତ କଥା ହୋଇଛୁ। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି।

ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ, ଭଉଣୀ ସୁସ୍ଥ ହୋଇ ମୋ ସାଥୀରେ ଘରକୁ ଫେରୁ। ଡାକ୍ତର ହେଉଛନ୍ତି ଦ୍ଵତୀୟ ଭଗବାନ। ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଚିକିତ୍ସା  ଚାଲିଛି।

ଏହି ଘଟଣା ପଛରେ ସମସ୍ତ ଦୋଷୀ ଦଣ୍ଡ ପାଇବା ଦରକାର। ଭଉଣୀଙ୍କର ଅଭିଯୋଗ ପରେ  କଲେଜର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ତଦନ୍ତ କରୁଥିଲେ। ସଠିକ ତଦନ୍ତ କରି ନ ଥିଲେ। ଯେଉଁମାନେ ରିପୋର୍ଟ ପ୍ରସ୍ତୁତ କରିଥିଲେ  ସେମାନେ କେଉଁ ସ୍ଥିତି ଓ କାହା ଚାପରେ ରିପୋର୍ଟ ତିଆରି କରିଛନ୍ତି, ପ୍ରଶାସନ ବର୍ତ୍ତମାନ ସେ ଦିଗରେ ମୂଳକୁ ଯାଇ ତଦନ୍ତ କରନ୍ତୁ।

ଅଧିକ ପଢ଼ନ୍ତୁ: ମୁଁ ନିଜକୁ ମଧ୍ୟ ପକ୍ଷଭୁକ୍ତ କରୁଛି: ବାଲେଶ୍ଵର ଛାତ୍ରୀଙ୍କ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ଯେଉଁ ରିପୋର୍ଟ ଦିଆଯାଇଥିଲା, ସେଥିରେ ତ୍ରୁଟି ରହିଛି। ଯାହା ପାଇଁ ଭଉଣୀର ଏ ଅବସ୍ଥା ହୋଇଛି।  ରିପୋର୍ଟରେ ପ୍ରଫେସରଙ୍କୁ କ୍ଲିନଚିଟ ଦିଆଯାଇଥିଲା। ରିପୋର୍ଟରେ ଜଣକର ଜୀବନଠାରୁ ଅଧିକ ଭାବେ ଜଣକର ଚାକିରୀକୁ ଦେଖିଥିଲେ। ଗତ ୧୫ ଦିନ ତଳେ ଭଉଣୀ ସମ୍ପର୍କରେ ଜାଣିବାକୁ ପାଇଲି।

କଲେଜରେ ପ୍ରିନ୍ସିପାଲ, ଅତିରିକ୍ତ ଏସପି, ଆଇଆଇସି, କଲେଜର ବରିଷ୍ଠ ପ୍ରଶାସନଙ୍କୁ ଜଣାଇଥିଲି। ସେମାନେ ସ୍ୱଚ୍ଛ ତଦନ୍ତ ହେବ ବୋଲି କହିଥିଲେ, କିନ୍ତୁ ସବୁ ଓଲଟା ହୋଇଗଲା ବୋଲି ପୀଡ଼ିତା ଛାତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ହିରୋଙ୍କ ପାଇଁ ଷ୍ଟଣ୍ଟ କରୁଥିବା ବେଳେ ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ, ଭାଇରାଲ ହେଲା ଭିଡିଓ

Fakir Mohan College | AIIMS Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe