ଭୁବନେଶ୍ୱର: ‘ସମ୍ବାଦ’ ଜୟପୁର ସଂସ୍କରଣ ସଂପାଦନା ବିଭାଗରେ କାର୍ଯ୍ୟରତ ସାମ୍ବାଦିକ ଅଶୋକ କୁମାର ପଲେଇ(୪୯)ଙ୍କ ଗତକାଲି ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ସ୍ବର୍ଗତ ପଲେଇ ଗତକାଲି ବାଇକ୍ରେ ଲୋକ ମହୋତ୍ସବ ‘ମଣ୍ଡେଇ’ର ଖବର ସଂଗ୍ରହ ପାଇଁ ଯିବାବେଳେ ନବରଙ୍ଗପୁରଜିଲ୍ଲା ଡାବୁଗାଁଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଜୟପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବର୍ଗତ ପଲେଇଙ୍କ ବିୟୋଗରେ ଆଜି ‘ସମ୍ବାଦ ଭବନ’ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।
Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ
‘ସମ୍ବାଦ’ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସୂଚନାଯୋଗ୍ୟ, ସ୍ବର୍ଗତ ପଲେଇ ୨୦୧୯ ମସିହାରୁ ଜୟପୁର ସଂସ୍କରଣର ସଂପାଦନା ବିଭାଗରେ କାର୍ଯ୍ୟରତ ଥିଲେ। ସାମ୍ବାଦିକତା କ୍ଷେତ୍ରରେ ସେ ବେଶ ସୁନାମ ଅର୍ଜନ କରିଥିଲେ। ସେ ଜଣେ ସୁସାହିତ୍ୟିକ, ଉଦ୍ଘୋଷକ, ସ୍ବେଚ୍ଛାସେବୀ ଭାବେ ଜଣାଶୁଣା ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/12/hfshfxbvbv-2025-12-12-02-46-13.jpg)