ଭୁବନେଶ୍ବର: ବଳଙ୍ଗା ପୀଡ଼ିତାଙ୍କ ମାମଲାରେ ବିରୋଧୀଙ୍କ ଅଭିଯୋଗ ଉପରେ ବିଜେପି କଡ଼ା ଜବାବ ରଖିଛି । ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ । ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ । ଏହା ହୀନ ରାଜନୀତି । ଶାଗୁଣା ପ୍ରକୃତିର ଲୋକ ଏଭଳି ରାଜନୀତି କରନ୍ତି । ଏଭଳି ସ୍ଥିତିରେ ବିଜେଡ଼ି ଓ କଂଗ୍ରେସ ରାଜନୀତି କରନ୍ତୁ ନାହିଁ । ଯେଉଁମାନେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେମାନେ ଓଡ଼ିଶାର ଡେମୋଗ୍ରାଫି ଜାଣିନାହାନ୍ତି । ଓଡ଼ିଶା ୟୁପି କି ବିହାର ନୁହେଁ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରିଥିଲେ କି ? ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟ ନିନ୍ଦା ଜନକ। ଟିକୁନି ସାହୁ ନିଜ ସ୍ଵାମୀଙ୍କ ହତ୍ୟା ପରେ କେଉଁ ଲାଭ ଲୋଭରେ ଚୁପ୍ ରହିଥିଲେ । ଲେଖାଶ୍ରୀଙ ଜଣେ ଅଭ୍ୟାସ ଗତ ବିରୋଧୀ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
#WATCH | Delhi: On a 15-year-old girl who was set on fire by miscreants on July 19 in Balanga, Odisha, succumbed to her injuries, BJD MP Sasmit Patra says, "... What is more shocking is the way the Odisha government and the police are trying to hush up the matter... The Odisha… pic.twitter.com/1Ku5lv42zy
— ANI (@ANI) August 3, 2025
ଅଧିକ ପଢ଼ନ୍ତୁ: ବିରୋଧୀ ଦଳ ରାଜନୀତିକରଣରୁ ଦୂରେଇ ରହିବା ଉଚିତ୍: କେଭି ସିଂହଦେଓ
କିଛି ଲୋକ ନ୍ୟାୟିକ ତଦନ୍ତ କଥା କହୁଛନ୍ତି । କିନ୍ତୁ କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାରେ ନ୍ୟାୟିକ ତଦନ୍ତ ହେବା ପରେ କଣ ରିପୋର୍ଟ ଆସିଲା । କେହି ଜଣେ ହେଲେ ଧରା ପଡ଼ିଲେ କି ? ୧୪ କୋଟି ଟଙ୍କା ନ୍ୟାୟିକ କମିସନ ତଦନ୍ତରେ ଖର୍ଚ୍ଚ ହେଲା । ତେଣୁ ବିରୋଧୀ ଦଳ ଯାହା କହୁଛନ୍ତି, ବୁଝି ବିଚାରି କୁହନ୍ତୁ।
ରାଜ୍ୟ ସରକାର ବଳଙ୍ଗା ପୀଡ଼ିତାଙ୍କୁ ତୁରନ୍ତ ଏମ୍ସରେ ଚିକିତ୍ସା ବ୍ୟବସ୍ଥା କଲେ । ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି ଦିଲ୍ଲୀ ପଠାଇଲେ । କିନ୍ତୁ ଦୁର୍ଭାଗ୍ୟ ଝିଅର ଜୀବନ ବଞ୍ଚି ପାରିଲା ନାହିଁ । ଏ ଘଟଣାରେ ସମସ୍ତେ ଦୁଃଖିତ । ପୀଡ଼ିତାଙ୍କ ବାପା କହିଛନ୍ତି, ରାଜ୍ୟ ସରକାରଙ୍କ ସହାୟତାରେ ସେମାନେ ଖୁସି । କିନ୍ତୁ ଏଭଳି ସ୍ଥିତିରେ ବିରୋଧୀମାନେ ରାଜନୀତି କରୁଛନ୍ତି । ଯେତେବେଳେ ବଳଙ୍ଗା ପୀଡ଼ିତା ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ରାଜନୀତି କରିବା ପାଇଁ ପ୍ରତିଯୋଗିତା କରୁଥିଲେ । ଏହା ଦ୍ବାରା ଅନ୍ୟ ରୋଗୀ ହଇରାଣ ହୋଇଥିଲେ ବୋଲି ମନୋଜ କହିଛନ୍ତି।
ଅଧିକ ପଢ଼ନ୍ତୁ: ଡବଲ ଇଞ୍ଜିନ୍ ସରକାର ଆଗକୁ ନଯାଇ ପଛକୁ ଯାଉଛନ୍ତି: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ବର୍ଷିଲା ବିଜେଡ଼ି
BJP | BJD | Manoj Mohapatra | BJP Spokesperson