ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼, ପର୍ବତ, ଘଞ୍ଚ ଜଙ୍ଗଲ, ଝରଣା ଅଙ୍କାବଙ୍କା ରାସ୍ତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପ୍ରକୃତିର ବରଦାନ ସଦୃଶ କନ୍ଧମାଳ ଜିଲ୍ଲାରେ ଉପରବାଲା ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁନ୍ଦି ଦେଇଛି। ଚାରିପଟେ ସୁଉଚ୍ଚ ପାହାଡ଼ ପର୍ବତ, ଘଞ୍ଚ ଜଙ୍ଗଲ ସବୁବେଳେ ସବୁଜ ସୁନ୍ଦର ସ୍ଵଛ ପରିବେଶ। ସମୁଦ୍ର ପତନ ଠାରୁ ହଜାର ହଜାର ଫୁଟ ଉଚରେ କନ୍ଧମାଳ ଜିଲ୍ଲା ରହିଥିବା ବେଳେ ଘୁ.ଉଦୟଗିରି ଅଞ୍ଚଳର ସୀମା ଗଂଜାମ ଜିଲ୍ଲାର ସୀମାକୁ ଲାଗି ରହିଛି ଯେଉଁଠୁ କଳିଙ୍ଗା ଘାଟି ଆରମ୍ଭ।
ଏହି ଖବର ପଢ଼ନ୍ତୁ: ଶୀତ ଅନୁଭୂତିର ସ୍ପର୍ଶ ପାଇଁ କାଲିଗାଡୁ ହିଲ୍ଟପ୍କୁ ଯାତ୍ରା
କଳିଙ୍ଗାଘାଟିର ଦୂରତା ୧୦କିମି। ଏହି ୧୦କିମି ଘାଟି ରାସ୍ତା ଗୋଟିଏ ପଟେ ସୁଉଚ୍ଚ ପାହାଡ଼ ପର୍ବତ ଅନ୍ୟପଟେ ବଡ଼ବଡ଼ ଗର୍ତ୍ତ ତଳକୁ ଘଞ୍ଚ ଜଙ୍ଗଲ। ରାସ୍ତାରେ କଡ଼େକଡ଼େ କ୍ଷୁଦ୍ର ଝରଣା। ସୁଉଚ୍ଚ ପାହାଡ଼ ଉପରୁ ପଥର ଦେଇ ପାଣି ପଡୁଛି ଯାହାକି ରସ୍ତରେ ଯିବା ଲୋକଙ୍କୁ ବେଶ ଆକୃଷ୍ଟ କରୁଛି। ପର୍ଯ୍ୟଟକ କନ୍ଧମାଳ ଜିଲ୍ଲାକୁ ପ୍ରବେଶ କରୁକରୁ କଳିଙ୍ଗା ଘାଟିର ମନୋରମ ଦୃଶ୍ୟ ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଲାଭଳି ରହିଛି। କଳିଙ୍ଗା ଘାଟିରେ କିଛି ସମୟ ଅତିବାହିତ କରିବା ସହ ସେଲ୍ଫି ନେବା ଏବଂ ଫୋଟ ନେଇ ଆଗକୁ ଯେତେ ବଢ଼ିବେ ସେତିକି ଆକୃଷ୍ଟ କରିବ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ।
ଏହି ଖବର ପଢ଼ନ୍ତୁ: ୧୪ ଡିସେମ୍ବରରେ ବଙ୍ଗୋପସାଗରରେ ଲଘୁଚାପ
କଳିଙ୍ଗା ଘାଟି ସରିଲେ ଝାଉଁ ଏବଂ ପାଇନ ବଣ, ପୂର୍ତ୍ତି ବିଭାଗର ସୁନ୍ଦର ଡାକ ବଙ୍ଗଳା କଳିଙ୍ଗାରେ ରହିଛି ବନବିଭାଗର ଏକ ସୁନ୍ଦର ଉଦ୍ଭିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ)। ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଛି ଏହି ଗାର୍ଡେନ। ଏହି ଗାର୍ଡେନରେ ପାଇନ ଗଛ, ବିଭିନ୍ନ ପ୍ରଜାତିର ବାଉଁଶ ଗଛ, ଗୋଲମରିଚ, ତେଜ ପତ୍ର, ଶାଳ-ପିଆଶାଳ ଜଙ୍ଗଲ ସହ ବିଭିନ୍ନ ଔଷଧୀୟ ବୃକ୍ଷ ଶୋଭାପାଉଛି।ଏଠି ଏକ ଡାକବଙ୍ଗଳା ମଧ୍ୟ ରହିଛି। ପ୍ରକୃତିକୁ ମନଭରି ଉପଭୋଗ କରିବାର ଏକ ପ୍ରକୃତ ସ୍ଥାନ ହେଉଛି।
/sambad/media/media_files/2024/12/07/20210605143002.jpg)
ଏହି ଖବର ପଢ଼ନ୍ତୁ: ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ
ସ୍ୱଚ୍ଛ ନିର୍ମଳ ସୁନ୍ଦର ସାଙ୍ଗକୁ ପ୍ରାକୃତିକ ଦୃଶ୍ୟ ନିର୍ଜନ ପରିବେଶ ଥରେ ଏହାଭିତରେ ପଶିଗଲେ ଆଉ ବାହାରିବାକୁ ମନେ ହେବନି।ସାରା ସଂସାର କୁ ଭୁଲି ଏହି ସ୍ଥାନରେ ସବୁଦିନ ରହିବାକୁ ମନେ ହେବ। ପର୍ଯ୍ୟଟକଙ୍କ ପାଇଁ ବହୁଦିନ ହେଲା ଏହି ଗାର୍ଡେନ ଭିତରକୁ ପ୍ରବେଶ ନଥିବା ବେଳେ କଳିଙ୍ଗାବାସୀଙ୍କ ପର୍ଯ୍ୟଟକଙ୍କୁ ପ୍ରବେଶ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଦାବି କରିବା ପରେ ପର୍ଯ୍ୟଟକଙ୍କ ପାଇଁ ବଟାନିକାଲ ଗାର୍ଡେନ ଖୋଲିବା ସହ ପର୍ଯ୍ୟକଙ୍କ ଆଗମନ ହେବାରେ ଲାଗିଛି। ଛୁଟିଦିନରେ ଭିଡ଼ ଜମୁଛି। ଦୂର ଦୁରାନ୍ତରୁ ପର୍ଯ୍ୟଟକ ଆସୁଛନ୍ତି। ବଣ ଭୋଜି କରିବା ସହ ଦିନ ତମାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଅଞ୍ଚଳ ବୁଲି ଫୋଟ ଉଠେଇ ପ୍ରକୃତିକୁ ଉପଭୋଗ କରି ଖୁସିରେ ଯାଇଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଯୋଗୁଁ ବର୍ତମାନ ପର୍ଯ୍ୟଟନର ଋତୁ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।
ଏହି ଖବର ପଢ଼ନ୍ତୁ: ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
Follow Us