Kanak News's 'The Voice of Rourkela' Photograph: (sambad.in)
ରାଉରକେଲା: ସୋମବାର କନକ ନ୍ୟୁଜର ରାଉରକେଲା ବ୍ୟୁରୋ ଉଦ୍ଘାଟନ ସମ୍ପନ୍ନ ହୋଇଛି। ଏହି ଅବସରରେ ରାଉରକେଲାର ଆରଆଇଏମଏସ୍ କଲେଜ ଅଡିଟୋରିୟରେ ‘ଦ ଭଏସ୍ ଅଫ୍ ରାଉରକେଲା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ୱାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ ଏବଂ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ:Renuka Chowdhury Dog Controversy: ସଂସଦରେ ପୋଷା କୁକୁରକୁ ଧରି ପହଞ୍ଚିଲେ ରେଣୁକା ଚୌଧୁରୀ ଦେଖାଦେଇଛି ବିବାଦ
‘ଦ ଭଏସ୍ ଅଫ୍ ରାଉରକେଲା’
‘ଦ ଭଏସ୍ ଅଫ୍ ରାଉରକେଲା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ କହିଲେ, ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଲୋକଙ୍କ ଭିତରେ ବିଶ୍ୱାସ ଜନ୍ମାଏ । ଶାସନ ବ୍ୟବସ୍ଥାରେ ମିଡିଆ ହିଁ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କନକ ନ୍ୟୁଜର ଏ ପ୍ରୟାସକୁ ମୁଁ ପ୍ରଂଶସା କରୁଛି।
କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ୱାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ କହିଲେ, ଆମେ ଅନେକ କ୍ଷେତ୍ରରେ ପ୍ରଥମ। ଗଣମାଧ୍ୟମ ଜଗତରେ ସମ୍ବାଦ ୧୯୮୪ ମସିହାରୁ ଅନେକ କ୍ଷେତ୍ରରେ ପ୍ରଥମର ଅଧିକାରୀ ହୋଇଛି। ପ୍ରଥମ ରିଜିଓନାଲ୍ ଏଡିସନ୍, ପ୍ରଥମ କଲର୍ ପ୍ରିଣ୍ଟ୍, ପ୍ରଥମ ସ୍ପୋର୍ଟସ୍ ପେଜ୍ । ଅନେକ ପ୍ରଥମ ଆମ ଖାତାରେ ଅଛି । ଆଉ ଏବେ ରାଉରକେଲାରେ କନକ ନ୍ୟୁଜର ବ୍ୟୁରୋ ମଧ୍ୟ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଦ ଭଏସ୍ ଅଫ୍ ରାଉରକେଲା ଅର୍ଥାତ୍ ରାଉରକେଲାର ସ୍ୱର ଆଉ ସମସ୍ୟାକୁ ଅବଶିଷ୍ଟ ଓଡ଼ିଶାକୁ ଜଣାଇବା।
କାର୍ଯ୍ୟକ୍ରମରେ ଯୋଗ ଦେଇ କନକ ନ୍ୟୁଜ୍ ଓ ସମ୍ୱାଦର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଲେ, ରାଉରକେଲାରେ ‘ରାଉରକେଲାର ସ୍ୱର’ କହିଲା ବେଳକୁ ଲୋକଙ୍କୁ ଟିକେ ଅଡୁଆ ଲାଗିପାରେ ହେଲେ ରାଉରକେଲାର ସ୍ୱରକୁ ଅବଶିଷ୍ଟ ଓଡ଼ିଶାରେ ପହଞ୍ଚାଇବାର ଦାୟିତ୍ୱ ଆମେ ମୁଣ୍ଡେଇଛୁ । ଏ ଅଭିଯାନ ଆମ ଇଚ୍ଛାରେ ହେଉନି, ଆପଣଙ୍କ ଦାବିରେ ହେଉଛି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ର ବିକାଶକୁ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଏଥିରେ ବିଜେପିର ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ବିଜେଡିର ବରିଷ୍ଠ ନେତା ବୀରେନ୍ ସେନାପତି, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ଚନ୍ଦ୍ର ନାୟକ ଓ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ ଯୋଗ ଦେଇଥିଲେ ।
ଆହୁରି ପଢ଼ନ୍ତୁ:Suicide Attack In Pakistan: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୬ ସୈନିକଙ୍କ ମୃତ୍ୟୁ
‘ଶିକ୍ଷା ହବରୁ ଇନୋଭେସନ୍ ହବ୍’ପ୍ରସଙ୍ଗରେ ସୁନ୍ଦରଗଡ଼ ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ତନୟା ମିଶ୍ର, ଆରଆଇଏମଏସ୍ ସମ୍ପାଦକ ଆର୍ଯ୍ୟ ପଟ୍ଟନାୟକ ଏବଂ ଐତିହାସିକ ଡ. ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ରାଉରକେଲାରେ ଆୟୋଜିତ ଏହି କନକ୍ଲେଭରେ ସହର ଅନେକ ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଏବଂ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।
Follow Us