Karanjia Sub-Collector forgets Manner Photograph: (sambad.in)
ରାଇରଙ୍ଗପୁର: କରଞ୍ଜିଆ ଉପଜିଲ୍ଲାପାଳ ବ୍ୟବହାରିକ ଜ୍ଞାନ ଭୁଲିଗଲେ । ପ୍ରଶାସନିକ ସ୍ତରରେ ଘଟିଯାଇଥିବା ଏକ ଘଟଣାର ପ୍ରତିକ୍ରିୟା ପାଇଁ ଉପଜିଲ୍ଲାପାଳଙ୍କ ନିକଟକୁ ଗଣମାଧ୍ୟମ ପ୍ରତିନିଧି ଯାଇଥିବା ସମୟରେ ପ୍ରତିକ୍ରିୟା ଦେବା ପରିବର୍ତ୍ତେ ଓଲଟା ଉପଜିଲ୍ଲାପାଳ ନିଜେ ଚେୟାରରେ ବସି ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛିଡା କରାଇ କହିଲେ, "ଆପଣମାନେ ନିଜେ ପ୍ରତିକ୍ରିୟା ଦେଇ ଦିଅନ୍ତୁ, କାହିଁକି ନା ଆପଣମାନେ ମୋର ପ୍ରତିନିଧି, ଉପଜିଲ୍ଲାପାଳଙ୍କ ପ୍ରତିନିଧି" ।
ସୋସିଆଲ ମିଡିଆରେ ଭାଇରାଲ
ଏହାର ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ:Check Dam Not In Operation: କାମରେ ଲାଗୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଚେକ୍ ଡ୍ୟାମ:, ଚାଷୀ ନିରାଶ
ଅଧିକାରୀ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା। ସୂଚନା ଅନୁଯାୟୀ ଖିଚିଂ ମା’ କିଚକେଶ୍ୱରୀଙ୍କ ପୀଠ ମନ୍ଦିର ଭିତରକୁ ମୋବାଇଲ୍ ନିଷେଧ ଥିବା ବେଳେ କିଛି ଦିନ ପୂର୍ବରୁ ଜଣେ ବଙ୍ଗାଳୀ ବ୍ଲଗର ମନ୍ଦିର ଭିତରକୁ ମୋବାଇଲ୍ ନେଇ ଫୋଟ ଓ ଭିଡ଼ିଓ ଉଠାଇଥିଲେ ମଧ୍ୟ ତାଙ୍କୁ କେହି ବିରୋଧ କରି ନଥିଲେ ଏପରିକି ପ୍ରତିକ୍ରିୟା ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅପରାଧୀ ଭଳିଆ ବ୍ୟବହାର କରିବା ସହ ସେମାନଙ୍କୁ ସେ ନିଜର ପ୍ରତିନିଧି ବୋଲି କହିଥିଲେ।
ଗଣମାଧ୍ୟମର ସମ୍ମାନ ଉପରେ ଶକ୍ତ ଆଘାତ
ଯାହାକି ଗଣମାଧ୍ୟମର ନିଜସ୍ୱ ସମ୍ମାନ ଉପରେ ଶକ୍ତ ଆଘାତ ଦେଇଛି, ତେଣୁ ଏ ଘଟଣାକୁ ନେଇ କାର୍ଯ୍ୟରତ ବିଭିନ୍ନ ସାମ୍ବାଦିକ ସଙ୍ଘରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।
ତେଣୁ ତୁରନ୍ତ ଅଧିକାରୀ ତଥା କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଃସର୍ତ୍ତ ଭାବେ କ୍ଷମା ମାଗନ୍ତୁ ଏବଂ ଆଗାମୀ ଦିନରେ ପୁଣି ଯଦି ସେ ଏହି ଭୁଲକୁ ଦୋହରାନ୍ତି,ତେବେ କରଞ୍ଜିଆ ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଓଡିଶା ସାମ୍ବାଦିକ ସଙ୍ଘ ଚେତାବନୀ ଦେଇଛି।
ଉକ୍ତ ଘଟଣାକୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ସାହୁ,କଳିଙ୍ଗ ପେଶାଦାର ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ମନୋଜ ଦାସ, ଓଡିଶା ସାମ୍ବାଦିକ ସଙ୍ଘ ରାଜ୍ୟ ଉପସଭାପତି ଦୀପକ କୁମାର ନାୟକଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ତୀବ୍ର ନିନ୍ଦା କରିଛନ୍ତି।
ଆହୁରି ପଢ଼ନ୍ତୁ:Bangladesh : ଶେଖ ହାସିନା ମୃତ୍ୟୁଦଣ୍ଡ ମାମଲାରେ କ’ଣ କହିଲା ଭାରତ ?
ତୁଷାରକାନ୍ତ ମହନ୍ତା
Follow Us