ବାରିପଦା: ଉତ୍ତର ଓଡ଼ିଶାର କାଶ୍ମୀର କୁହାଯାଉଥିବା ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର କୋର୍ ଅଞ୍ଚଳରେ ଥିବା ଉପର ବାରହାକାମୁଡ଼ା (ୟୁବିକେ)ରେ ଏବେ ବି ତାପମାତ୍ରା ୩ ଡିଗ୍ରି ତଳେ ରହୁଛି। ଏଠାରେ ଶୀତଋତୁରେ ପ୍ରବଳ ଜାଡ଼ ଓ ତୁଷାରପାତ ଦେଖିବାକୁ ମିଳେ। ଏବେ ରାଜ୍ୟରୁ ଶୀତ ଅପସରି ଯାଉଥିବା ବେଳେ ଉପର ବାରହାକାମୁଡ଼ାରେ ଜାଡ଼ ଏବେ ବି ବଳବତ୍ତର ରହିଛି। ସୂଚନା ମୁତାବକ, ଗତ ନଭେମ୍ବର ମାସରେ ବାରହାକାମୁଡ଼ାରେ ତାପମାତ୍ରା ଶୂନରୁ ୪ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିଥିଲା। ଡିସେମ୍ବର ଓ ଜାନୁଆରି ମାସରେ ପାରଦ ୩ ଡିଗ୍ରିରୁ ତଳକୁ ଖସି ଯାଇଥିଲା। ବିଶେଷ କରି ଡିସେମ୍ବର ଓ ଜାନୁଆରିରେ ଏଠାରେ ତୁଷାରପାତ ହୋଇଥାଏ। ଘନ କୁହୁଡ଼ି ଓ ତୁଷାରପାତ ଯୋଗୁ ଗଛଲତା ଉପରେ ଧଳା ଚାଦର ସଦୃଶ ଢାଙ୍କି ହୋଇଯାଏ।
Caste conflict in Anganwadi: ଅଙ୍ଗନବାଡ଼ିରେ ଜାତିପ୍ରଥା ବିବାଦ: ଶପଥ ନେଲେ ଅଭିଭାବକ, ଏଣିକି ପିଲାଙ୍କୁ ଛାଡ଼ିବେ
ଏଥର ଉପର ବାରହାକାମୁଡ଼ାରେ ତାପମାତ୍ରା ଶୂନ ଡିଗ୍ରି ତଳକୁ ଖସିଥିଲା। ଯାହା ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଭାବେ ରେକର୍ଡ ହୋଇଛି। ବନ ବିଭାଗ କର୍ମଚାରୀଙ୍କୁ ଛାଡ଼ି ଏହି ଅଞ୍ଚଳକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ। କୁହାଯାଏ, ଶିମିଳିପାଳର ଉଚ୍ଚଭୂମି, ଘନ ଜଙ୍ଗଲ ଓ ଭୌଗୋଳିକ ଗଠନ ଦୃଷ୍ଟିରୁ ଏଠାରେ ଥଣ୍ଡା ପବନ ଅଟକି ରହିଥାଏ। ଫଳରେ ତାପମାତ୍ରା ଅଧିକ ହ୍ରାସ ପାଏ। ଉପରବାରହାକାମୁଡ଼ା କେବଳ ଶୀତ ପାଇଁ ଚର୍ଚ୍ଚାରେ ନଥାଏ। ଏଠାରେ ମହାବଳ, ବିରଳ କଳାବାଘ, ହାତୀ, ଗୟଳ ଓ ଅନେକ ପ୍ରଜାତିର ପକ୍ଷୀ ବାସ କରନ୍ତି। ଶୀତଋତୁରେ ଏହି ଅଞ୍ଚଳର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ।
ଏ ନେଇ ଆର୍ସିସିଏଫ୍ ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି ଯେ ଚଳିତବର୍ଷ ପ୍ରବଳ ଶୀତ ପ୍ରବାହ ରହିଥିବାରୁ ବହୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ୟୁବିକେ ହେଉଛି କୋର୍ ଅଞ୍ଚଳରେ ରହିଥିବା ଶିମିଳିପାଳର ଅତି ମନୋରମ ସ୍ଥାନ। ଏହି ଅଞ୍ଚଳକୁ ଯିଏ ଥରେ ଯାଇଛି, ସେ କେବେ ଭୁଲି ପାରିବନି। ଏହାକୁ ବିକାଶିତ କରିବାକୁ ଯୋଜନା କରାଯାଉଥିବା ସେ ପ୍ରକାଶ କରିଛନ୍ତି।
Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ
Follow Us