ପୁରୁଣାକଟକ: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବଲାଙ୍ଗୀରଠାରୁ ପୁରୁଣାକଟକ ଓ ଖୋର୍ଦ୍ଧାଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ଦୈନିକ ରେଳ ଚଳାଚଳ ହେଉଛି। ବର୍ତ୍ତମାନ ପୁରୁଣାକଟକ ରେଳ ଷ୍ଟେସନ୍ଠାରୁ ଦଶପଲ୍ଲା ମଧ୍ୟରେ ରେଳ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପୂର୍ବତଟ ରେଳ ଜେନେରାଲ ମ୍ୟାନେଜର ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଶନିବାର ଦିନିକିଆ ଗସ୍ତରେ ଆସି ଟନେଲ୍ ଓ ଭାୟାଡକ୍ଟ୍ କାମର ସମୀକ୍ଷା କରିଛନ୍ତି।
Weekly Horoscope 2026 Jan 18 to 24: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପରିଦର୍ଶନରେ ସ୍ୱତନ୍ତ୍ର ଟିମ୍
ହରଭଙ୍ଗା ବ୍ଲକ୍ କରଞ୍ଜକଟା ଓ ତିଳକୂପ ନିକଟରେ ନିର୍ମାଣାଧୀନ ୨ଟି ଉଚ୍ଚ ଭାୟାଡକ୍ଟ୍, ୭ ନମ୍ବର ଟନେଲ୍ ସହିତ ବୌଦ୍ଧ ଜିଲ୍ଲାର ଆଡ଼େଣିଗଡ଼ ନିକଟରେ ହେଉଥିବା ସମସ୍ତ ଟନେଲ୍ ପରିଦର୍ଶନ ଓ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଉଚ୍ଚପୋଲ କାମ ଦ୍ରୁତଗତିରେ ଚାଲିଛି ଓ ଟନେଲ୍ କାର୍ଯ୍ୟଗୁଡ଼ିକ ପ୍ରାୟ ଶେଷ ପର୍ଯ୍ୟାୟରେ। ଖୁବ୍ଶୀଘ୍ର ଏହି ପଥ ଦେଇ ଟ୍ରେନ୍ ଚଳାଚଳ ହେବ। ରେଳ ବିଭାଗ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ଗସ୍ତ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
Education: ଶ୍ରମିକ ବଦଳରେ ସାଜିଲେ ଛାତ୍ର, କାମ କରୁଥିବା ହାତରେ ଧରିଲେ ବହି-କଲମ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/18/gdjdgdgjcncnbbcn-2026-01-18-01-11-03.jpg)