ଓଡ଼ାପଡ଼ା: ଢେଙ୍କାନାଳଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ସଦାଶିବପୁର, ଓଡ଼ାପଡ଼ା, ଗୁଣଦେଇ, ବଦାଳୁ, ନିମିଧା ଗୁଣଦେଇ ଓ ବାଙ୍ଗୁରସିଂହ ପଞ୍ଚାୟତର ବିଭିନ୍ନ ଗାଁରେ କିଡ୍ନି ରୋଗ ଆତଙ୍କ ଖେଳାଇଛି। ଗତ ୨ ତାରିଖ ଗୁଣଦେଇ ପଞ୍ଚାୟତରେ ଗୋଟିଏ ଦିନରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସରପଞ୍ଚ ସୁବ୍ରତ କୁମାର ନାୟକ କହିଛନ୍ତି।
Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
ସରପଞ୍ଚଙ୍କ ସୂଚନା ଅନୁସାରେ, ମୃତକମାନେ ହେଲେ ମହାଦିଆ ଗ୍ରାମର ବତୀ ବରାଳ (୭୦), ବେଲପଡ଼ା ଗ୍ରାମର ସଚ୍ଚିଦାନନ୍ଦ ନାୟକ (୮୦), କାଉଁରିଆପାଳ ଗ୍ରାମର ମନସ୍ବିନୀ ନାୟକ (୪୫), ଗୁଣଦେଇ ଗ୍ରାମର ନୀଳକଣ୍ଠ ଦେହୁରୀ (୬୦) ଓ ପଞ୍ଚାନନ ବେହେରା(୫୦)। ଏହା ପୂର୍ବରୁ ଆହୁରି ଅନେକଙ୍କର ଜୀବନହାନି ଘଟିଛି। ଏହି ବ୍ଲକ ଅନ୍ତର୍ଗତ ସଦାଶିବପୁର, ଗୁଣଦେଇ, ଓଡ଼ାପଡ଼ା, ବଦାଳୁ ଓ ନିମିଧା ପଞ୍ଚାୟତର ଶତାଧିକ ଲୋକ ରୋଗ କବଳରେ ପଡ଼ିଛନ୍ତି। ବିଶେଷକରି ୫୫ ନମ୍ବର ଜାତୀୟ ରାଜପଥର ଉତ୍ତର ଭାଗ ଓ ଦକ୍ଷିଣ-ପୂର୍ବ ରେଳପଥ କଡ଼ରେ ଥିବା ଗାଁଗୁଡ଼ିକର ଶତାଧିକ କିଡ୍ନି ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସଦାଶିବପୁର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗାଁର ୧୮ ଜଣ, ବଉଳପୁରର ୨୨ ଜଣ, ରସାସିଂହ ଓ ପଶାସିଂହ ଗାଁର ୫୮ ଜଣଙ୍କର କିଡ୍ନି ସମସ୍ୟା ପାଇଁ ବିଭିନ୍ନ ସମୟରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ସରପଞ୍ଚ ଧରିତ୍ରୀ ମଲ୍ଲିକ କହିଛନ୍ତି।
ଦୂଷିତ ପାନୀୟ ଜଳ ଯୋଗୁଁ ଲୋକଙ୍କ କିଡ୍ନି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳର ଭୂତଳ ଜଳ ଖାରିଆ ହୋଇଥିବାରୁ ଲୋକେ ତାକୁ ପାନୀୟଜଳ ଭାବେ ବ୍ୟବହାର କରି ନ ଥାନ୍ତି। ଅନ୍ୟ ସୁବିଧା ନ ଥିବାରୁ ବାଧ୍ୟ ହୋଇ ଲୋକେ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରିଥାନ୍ତି। ବଦାଳୁ ଓ ନିମିଧା ପଞ୍ଚାୟତରେ ଅନେକ କଳା ମୁଗୁନିପଥର ଖଣି ରହିଛି। ଖଣିଗୁଡ଼ିକରେ ରାସାୟନିକ ପଦାର୍ଥ ସହାୟତାରେ ବିସ୍ଫୋରଣ କରି ପଥର ସଂଗ୍ରହ କରାଯାଇଥାଏ। ସେହି ରାସାୟନିକ ପଦାର୍ଥ ଭୂତଳ ଜଳରେ ମିଶୁଛି।
Bangladesh: ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ
ଲୋକେ ଭୂତଳ ଜଳକୁ ପାନୀୟ ଭାବେ ବ୍ୟବହାର କରିବା ଦ୍ୱାରା କିଡ୍ନି ରୋଗ ସମେତ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଥିବା ବିଶେଷଜ୍ଞ କହିଛନ୍ତି। ଅଞ୍ଚଳବାସୀଙ୍କୁ ଫ୍ଲୋରାଇଡ୍ମୁକ୍ତ ପାନୀୟ ଜଳ ଯୋଗାଇ ଦେବାକୁ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବଦାଳୁ ପଞ୍ଚାୟତକୁ ଏକ ମେସିନ୍ ଯୋଗାଇ ଦିଆଯାଇଥିଲା। ତେବେ ଏହାକୁ ବ୍ୟବହାର କରାଯାଇନାହିଁ। ଅନ୍ୟପଟେ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେବାସହ ମୃତ୍ୟୁମୁଖରେ ପଡୁଥିବା ନେଇ ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଏପରିକି ଲୋକେ ବ୍ୟବହାର କରୁଥିବା ପାନୀୟ ଜଳର ପରୀକ୍ଷା ପାଇଁ ମଧ୍ୟ ଉଦ୍ୟମ ହୋଇ ନଥିବା ଗୁଣଦେଇ ସରପଞ୍ଚ ସୁବ୍ରତ କୁମାର ନାୟକ ଓ ସଦାଶିବପୁର ସରପଞ୍ଚ ଧରିତ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/31/kidney-2025-12-31-02-21-50.jpg)