ଭୁବନେଶ୍ୱର: ଆସନ୍ତା ୨ଦିନ ଅଧା ରାଜ୍ୟରେ କୁହୁଡ଼ି ପ୍ରବାହ ଜାରି ରହିବ। ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ଅତ୍ୟଧିକ ଘନକୁହୁଡ଼ିର ଆଶଙ୍କା କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଘନକୁହୁଡ଼ିର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ବିଶେଷ କରି ବିମାନ ଓ ରେଳସେବା ପ୍ରଭାବିତ ହେବାକୁ ଥିବାରୁ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର
ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯାଉଥିବା ଚାଳକମାନେ ଫଗ୍ ଲାଇଟ୍ ବ୍ୟବହାର କରିବାକୁ କୁହାଯାଇଛି। ଯଥା ସମ୍ଭବ କୁହୁଡ଼ି ସମୟରେ ବାହାରକୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଅନ୍ୟ ପକ୍ଷରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବ। ଗତ ୨୪ ଘଣ୍ଟା ମଧ୍ୟରେ ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୮, ଫୁଲବାଣୀରେ ୮.୫, ସେମିଳିଗୁଡ଼ାରେ ୯.୧ ଡିଗ୍ରି ରହିଥିଲା। ଅନ୍ୟ ସମସ୍ତ ସହରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରି କିମ୍ବା ତା’ଠାରୁ ଅଧିକ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/19/fog-2025-11-19-22-30-28.jpg)