Kirei village companion Ramesh Singh brutally murdered Woman sentenced to life imprisonment, son-in-law acquitted Photograph: (sambad.in)
ସୁନ୍ଦରଗଡ଼: ୨୦୨୧ ଜାନୁଆରି ୩ ତାରିଖରେ ଘଟିଥିବା ଟାଉନଥାନା କିରେଇ ଗାଁ ସାଥି ଭବାନୀପୁରର ରମେଶ ସିଂ ବର୍ବର ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଅତିରିକ୍ତ ଦୌରାଜଜ୍ ଚିନ୍ମୟ କୁମାର ଗୋଚ୍ଛାୟତ ୨୯ ତାରିଖ ଶନିବାର ମାମଲାର ଦୁଇ ଅଭିଯୁକ୍ତ ଶାଶୂଜ୍ବାଇଁଙ୍କ ମଧ୍ୟରୁ ଶାଶୂ ମାଧବୀଲତା ସିଂଦେଓ (୫୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।
ହେଲେ ମାମଲାରୁ ଜ୍ବାଇଁ ଭଜ ଓରାମ (୪୦) ନିର୍ଦୋଷରେ ଖଲାସ ହୋଇଯାଇଛି। ମାଧବୀଲତାଙ୍କ ସହ ପରକୀୟା ପ୍ରୀତି ହିଁ ରମେଶଙ୍କ ଜୀବନ ନେଇଥିଲା। ମାମଲାର ବିବରଣୀ ଅନୁସାରେ, ୨୦୨୧ ଜାନୁଆରି ୧୩ ତାରିଖରୁ ନିଖୋଜ ଥିଲେ ଗାଁସାଥୀ ରମେଶ। ପରିବାର ଲୋକେ ତୁରନ୍ତ ଟାଉନଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ତେବେ ୧୪ ସକାଳୁ ବିଜୁ ଏକ୍ସପ୍ରେସ ୱେ କଡ଼ ଆମ୍ବିଆନ୍ସ ହୋଟେଲ ପଛପଟୁ ଏକ କଟା ହାତ ମିଳିଥିଲା।
ଯାହାକୁ ପରିବାର ଲୋକେ ରମେଶଙ୍କ ହାତ ବୋଲି ଚିହ୍ନଟ କରିଥିଲେ। ଏହା ପରେ ରମେଶଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ଓ ଏଥିରେ ନିଜ ଗାଁ ଭବାନୀପୁର ମାଧବୀଲତା ଓ ତାଙ୍କ ଜ୍ବାଇଁ ଭଜ ଓରାମଙ୍କ ସହ ତାଙ୍କ ପରିବାର ଲୋକେ ସମ୍ପୃକ୍ତ ଥିବା ରମେଶଙ୍କ ବଡ଼ଭାଇ ଅଭିଯୋଗ କରିଥିଲେ। ୧୪ ତାରିଖ ସନ୍ଧ୍ୟାରେ ଗାଁ ନୂଆବନ୍ଧରେ ଭାସମାନ ଅବସ୍ଥାରେ ହାତ, ଗୋଡ଼ ଓ ମୁଣ୍ଡ ବିହୀନ ଶବକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହା ପରେ ଏସପି ସାଗରିକା ନାଥଙ୍କ ସମେତ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ବନ୍ଧ ଭିତରେ ପଶି ପାଣି ଭିତରୁ କଟା ମୁଣ୍ଡ, ଗୋଟିଏ ହାତ ଓ ୨ଟି ଗୋଡ଼ ଉଦ୍ଧାର କରିଥିଲେ।
ପୁଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଥିଲା। ଭଜ ଓରାମଙ୍କ ଘରେ ରହୁଥିବା ଶାଶୂ ମାଧବୀଙ୍କ ସହ ଅବିବାହିତ ରମେଶଙ୍କ ଅନୈତିକ ସମ୍ପର୍କ ରହିଥିଲା। ଏହି କାରଣରୁ ସେ ଭଜା ଘରକୁ ନିୟମିତ ଯାଉଥିଲେ। କିନ୍ତୁ ୨୦୨୧ରେ ରମେଶଙ୍କୁ ବିବାହ କରିବାକୁ ଘର ଲୋକେ ଝିଅ ଦେଖିବା ଆରମ୍ଭ କରିଥିଲେ। ଯାହା ମାଧବୀଙ୍କୁ ବିଚଳିତ କରିଥିଲା। ସେ ରମେଶଙ୍କୁ ହରାଇବାକୁ ଚାହୁ ନଥିଲେ। ଏଥି ପାଇଁ ସେ ରମେଶଙ୍କ ଉପରେ କ୍ରୁଧିତ ଥିଲେ ଓ ତାଙ୍କୁ ଜୀବନରେ ମାରିଦେବାକୁ ଯୋଜନା କରିଥିଲେ।
ଜାନୁଆରି ୧୩ ତାରିଖ ରାତିରେ ମାଧବୀ ରମେଶଙ୍କୁ ଭୋଜି ଖାଇବାକୁ ଡାକି ମଦ ପିଆଇ ପୂର୍ବ ପ୍ରସ୍ତୁତି ଅନୁସାରେ ଫାର୍ସାରେ ରମେଶଙ୍କ ବେକକୁ ଚୋଟ ପରେ ଚୋଟ ପକାଇ ହତ୍ୟା କରିଥିଲା। ଏହା ପରେ ଜ୍ବାଇଁ ଭଜର ସହଯୋଗରେ ମୁଣ୍ଡ, ହାତ, ଗୋଡ଼କୁ କାଟି ଅଲଗା କରି ଦେଇଥିଲେ। ଏପରିକି ପ୍ରମାଣ ନଷ୍ଟ ପାଇଁ ମୁଣ୍ଡକୁ ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ।
ଅଧିକ ପଢ଼ନ୍ତୁ: ବିଧାୟକଙ୍କ ନିଲମ୍ବନ ବିରୋଧରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ସଦସ୍ୟ
ମାମଲାରେ ଶାଶୁ ମାଧବୀଲତା ଓ ଜ୍ବାଇଁ ଭଜକୁ ଜାନୁଆରି ୧୮ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୁହେଁ ଜେଲରେ ଥିଲେ। ପରବର୍ତ୍ତୀ ସମୟରେ ଭଜକୁ ଜାମିନ ମିଳି ଯାଇଥିଲା। ମାମଲାର ବିଚାର ଚାଲିଥିବା ବେଳେ ଚଳିତ ମାର୍ଚ୍ଚ ୧୭ରେ ଜବାବ ସୁଆଲ ହୋଇଥିଲା। ଏହା ପରେ ପୁଲିସର ଚୂଡ଼ାନ୍ତ ରିପୋର୍ଟ, ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ୨୯ ତାରିଖରେ ଦଣ୍ଡାଦେଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ସମୟ ହୋଇ ନଥିବା କହି ଫେରାଇଦେଲେ ନର୍ସ; ଠେଲାରେ ମହିଳାଙ୍କ ହେଲା ପ୍ରସବ
sundargarh | Crime
Follow Us