କୋରାପୁଟ: ମାଳଭୂମି କୋରାପୁଟର ଜଳବାୟୁ ମସଲା ଜାତୀୟ ଫସଲ ପାଇଁ ବେଶ ଉପଯୋଗୀ। କଫି, ଗୋଲମରିଚ, ଅଳେଇଚ, ଅଦା, ହଳଦୀ, ମାଣ୍ଡିଆ, ସୁଆଁ, ତେନ୍ତୁଳି ବହୁଳ ପରିମାଣରେ ଉତ୍ପାଦିତ ହେଉଛି ଏହି ଜିଲ୍ଲାରୁ। ହେଲେ ବଜାର ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ଫାଇଦା ଉଠାଉଛି ଆନ୍ଧ୍ର। ଅମଳ ଫସଲକୁ ଚାଷୀଙ୍କ ନିକଟରୁ କିଣି ନେଇ ନିଜ ନାଁରେ ବ୍ରାଣ୍ଡ ଲଗାଇ ଜାତୀୟ ବଜାରରେ ବିକ୍ରି କରୁଛି।
Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର
କୋରାପୁଟ ଜିଲ୍ଲାର ୩୦୦୦ ହେକ୍ଟର ଜମିରେ କଫି ଚାଷ ହେଉଛି। ଯେଉଁଥିରୁ ବାର୍ଷିକ ୫୦୦ ମେଟ୍ରିକ ଟନ୍ କଫି ଉତ୍ପାଦନ ହେଉଛି। ସେହିପରି ୧୫୫୦ ହେକ୍ଟର ଜମିରୁ ୧୧୫ ମେଟ୍ରିକ ଟନ୍ ଗୋଲମରିଚ, ୪୨୨୩ ହେକ୍ଟର ଜମିରୁ ୫୮,୧୨୦ ମେଟ୍ରିକ ଟନ୍ ଅଦା, ୩୩୭୩ ହେକ୍ଟର ଜମିରେ ୯୦୦୦ ମେଟ୍ରିକ ଟନ୍ ସୁଖିଲା ହଳଦୀ ଉତ୍ପାଦନ ହେଉଛି। ମାଣ୍ଡିଆ, ସୁଆଁ, ତେନ୍ତୁଳି ଉତ୍ପାଦନ ପରିମାଣ ବି କିଛି କମ ନୁହେଁ। ଟିଡିସିସି କେବଳ କଫି, ମାଣ୍ଡିଆ, ଝାଡ଼ୁ ଓ ଶାଳ ମଞ୍ଜିର ବଜାରୀକରଣ କରୁଛି। ସୁଆଁ, ଗୋଲମରିଚ, ଅଦା, ହଳଦୀ, ଆଳୁ ଆଦି ଉତ୍ପାଦର ସରକାରୀ ସ୍ତରରେ ବଜାର ବ୍ୟବସ୍ଥା କି ପ୍ରକ୍ରିୟାକରଣ ୟୁନିଟ ନାହିଁ। ଟିଡିସିସି ଗୁଣାତ୍ମକ କଫି ଚେରୀ କେଜି ପିଛା ୧୦୫ ଟଙ୍କାରେ କିଣୁଥିବା ବେଳେ ଆନ୍ଧ୍ର ବ୍ୟବସାୟୀ ସମସ୍ତ ପ୍ରକାର କଫି ଚେରୀ କେଜି ପିଛା ୧୦୦ ଟଙ୍କାରେ ଚାଷୀଙ୍କ ଘରକୁ ଯାଇ ଯୋଗାଇ ଦେଉଛନ୍ତି। ଚାରା ସହିତ ବର୍ଷ ତମାମର ଖର୍ଚ୍ଚ ମଧ୍ୟ ଦେଉଛନ୍ତି। ଫଳରେ ଉତ୍ପାଦନ ପରେ ଚାଷୀ ଆନ୍ଧ୍ର ବ୍ୟବସାୟୀଙ୍କୁ ହିଁ ଫସଲ ଦେବା ପାଇଁ ବାଧ୍ୟ ହେଉଛନ୍ତି।
Somnath: ହଜାରେ ବର୍ଷର ଅତୁଟ ଆସ୍ଥାର ପ୍ରତୀକ: ସୋମନାଥ
ଓଡ଼ିଶାର ଉତ୍ପାଦ ନେଇ ଆରୁକୁ କଫି ନାଁରେ ବ୍ରାଣ୍ଡିଂ କରି ବିକ୍ରି କରୁଛି ଆନ୍ଧ୍ର। ହଳଦୀ ଚାଷ କ୍ଷେତ୍ରରେ ମଧ୍ୟ ସେଇୟା। ଅମଳ ସମୟରେ ଆନ୍ଧ୍ର ବ୍ୟବସାୟୀ ୮୦ରୁ ୧୦୦ ଟଙ୍କାରେ କିଣି ନେଇ ଆନ୍ଧ୍ରର ବିଭିନ୍ନ ମାଳଭୂମି ନାମରେ ବିକ୍ରି କରୁଛି। ଅଦା କେଜି ପିଛା ୩୦ରୁ ୪୦ ଟଙ୍କା ଏବଂ ଗୋଲମରିଚକୁ ଆନ୍ଧ୍ର ବ୍ୟବସାୟୀ କିଣି ନେଇ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରୁଛି। କେବଳ ମସଲା ନୁହେଁ ଜିଲ୍ଲାରେ ସୁଗନ୍ଧିତ ଫୁଲ ଓ ପତ୍ରର ପ୍ରକ୍ରିୟାକରଣ ୟୁନିଟ ମଧ୍ୟ କାର୍ଯ୍ୟକ୍ଷମ ହେଉନି।
ଜିିଲ୍ଲା ଚାଷୀ ସଂଗଠନ ସମ୍ପାଦକ ଶରତ କୁମାର ପଟ୍ଟନାୟକ କହିଛନ୍ତି, କୋରାପୁଟରୁ ଉତ୍ପାଦନ ହେଉଥିବା ଭଳିକି ଭଳି ବାସନା ଚାଉଳ, ଗୋଲମରିଚ, କଫି, ମରିଚ, ହଳଦୀ ଓ ଅଦାର ସରକାରୀ ସ୍ତରରେ ବଜାର ବ୍ୟବସ୍ଥା ନାହିଁ। ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ଉତ୍ପାଦର ପ୍ରକୃତ ମୂଲ୍ୟାୟନ ହୋଇପାରୁନି। ଫଳରେ ଓଡ଼ିଶାର ଉତ୍ପାଦ ଆନ୍ଧ୍ର ସମେତ କେରଳ, ତାମିଲନାଡ଼ୁ, ଝାରଖଣ୍ଡ ଓ ଛତିଶଗଡକୁ ଚାଲାଣ ହେଉଛି। ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ସୁଦାମ ଚରଣ ବିଶ୍ବାଳ କହିଛନ୍ତି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/05/koraput-coffee-2026-01-05-03-06-31.jpg)