Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ, ଅପଦସ୍ଥ ହୋଇ ଫେରିଲେ: ଆନ୍ଧ୍ର ବାବୁଙ୍କୁ ତଡ଼ିଲେ ପଟାଙ୍ଗି ବିଡିଓ

ମହଙ୍ଗା ପଡ଼ିଲା ସର୍ଭେ। ଅନୁପ୍ରବେଶ କରି ଆନ୍ଧ୍ର ଅଧିକାରୀ ଅପଦସ୍ଥ। ବିବାଦୀୟ କୋଟିଆ ପଞ୍ଚାୟତରୁ ତଡ଼ିଲା ପଟାଙ୍ଗି ବ୍ଲକ୍‌ ପ୍ରଶାସନ। ଆନ୍ଧ୍ରର ପ୍ରଲୋଭନ ଓ ଲୋକଙ୍କୁ ବିଭ୍ରାନ୍ତି ଉଦ୍ୟମ ପଣ୍ଡ ହୋଇଛି। ବାରମ୍ବାର ତାଗିଦ ସତ୍ତ୍ବେ ଆନ୍ଧ୍ରର କୋଟିଆ ଦଖଲ ଅଭିଯାନ ଜାରି ରହିଛି।

sfhfhfhsfh

ପଟାଙ୍ଗି: ମହଙ୍ଗା ପଡ଼ିଲା ସର୍ଭେ। ଅନୁପ୍ରବେଶ କରି ଆନ୍ଧ୍ର ଅଧିକାରୀ ଅପଦସ୍ଥ। ବିବାଦୀୟ କୋଟିଆ ପଞ୍ଚାୟତରୁ ତଡ଼ିଲା ପଟାଙ୍ଗି ବ୍ଲକ୍‌ ପ୍ରଶାସନ। ଆନ୍ଧ୍ରର ପ୍ରଲୋଭନ ଓ ଲୋକଙ୍କୁ ବିଭ୍ରାନ୍ତି ଉଦ୍ୟମ ପଣ୍ଡ ହୋଇଛି। ବାରମ୍ବାର ତାଗିଦ ସତ୍ତ୍ବେ ଆନ୍ଧ୍ରର କୋଟିଆ ଦଖଲ ଅଭିଯାନ ଜାରି ରହିଛି। ଓଡ଼ିଶାର ପ୍ରବଳ ବିରୋଧର କୌଣସି ପ୍ରଭାବ ଆନ୍ଧ୍ର ଅଧିକାରୀଙ୍କ ଉପରେ ପଡ଼ୁନି। ସପ୍ତାହକ ମଧ୍ୟରେ ଦୁଇଥର ଅନୁପ୍ରବେଶ କରିସାରିଲେଣି। କିଛି ଦିନ ତଳେ ସୀମାନ୍ତ ନେରେଡ଼ିବାଲାସା ଗାଁରେ କୃଷି ମେଳା ଆୟୋଜନ କରିଥିଲେ। ଠିକଣା ସମୟରେ ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ ପହଞ୍ଚି ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅଧାରୁ ଫେରିବାକୁ ବାଧ୍ୟ ହୋଇଥିଲେ ଆନ୍ଧ୍ର ଅଧିକାରୀ। କିନ୍ତୁ କୋଟିଆ ମୋହ ତୁଟିଲା ନାହିଁ। ଏଥିପାଇଁ ଆଜି ପୁଣି କୋଟିଆ ଗ୍ରାମପୁଞ୍ଜର ହରମାଣ୍ଡାଙ୍ଗି ଗାଁରେ ଦ୍ବିତୀୟଥର ଲୁଚିଛପି ପଶିଥିଲେ। ଜୀବିକା ମିସନ୍‌, କୃଷି ସଂପର୍କିତ ବିଭିନ୍ନ ଯୋଜନା ନିମନ୍ତେ ଲୋକଙ୍କୁ ଏକାଠି କରି ସର୍ଭେ ଆରମ୍ଭ କରିଥିଲେ। ଆନ୍ଧ୍ରର ତିନି ଅଧିକାରୀ ଏହି ସର୍ଭେରେ ନିୟୋଜିତ ହୋଇଥିଲେ। 

Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ, ଅପଦସ୍ଥ ହୋଇ ଫେରିଲେ: ଆନ୍ଧ୍ର ବାବୁଙ୍କୁ ତଡ଼ିଲେ ପଟାଙ୍ଗି ବିଡିଓ

Andhra Team Left Kotia: ତଳଗଞ୍ଜେଇପଦର ଗାଁରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଟିମ୍: ପ୍ରଶାସନର ତାଗିଦ ପରେ ଫେରିଲେ

ତେବେ ପଟାଙ୍ଗି ବ୍ଲକ୍‌ ପ୍ରଶାସନ ନିକଟରେ ଏହି ଖବର ପହଞ୍ଚିବା ପରେ ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂହ ଧାରୁଆଙ୍କ ସହ ବ୍ଲକ୍‌ସ୍ତରୀୟ ଅଧିକାରୀ ଓ କୋଟିଆ ପୁଲିସ ଛୁଟିଥିଲେ ଗାଁକୁ। ବାରମ୍ବାର ତାଗିଦ ଓ ନିର୍ଦ୍ଦେଶ ସତ୍ତ୍ବେ କାହିଁକି ଅନୁପ୍ରବେଶ କରୁଛ ବୋଲି ବିଡିଓ ପ୍ରଶ୍ନ କରିଥିଲେ। ଯାହାର କୌଣସି ଉତ୍ତର ଦେଇନଥିଲେ ଆନ୍ଧ୍ର ଅଧିକାରୀ। କଡ଼ା ବିରୋଧର ସମ୍ମୁଖୀନ ହୋଇ ଆନ୍ଧ୍ର ଅଧିକାରୀ ଫେରି ଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ତାଡ଼ିବାଲାସ ଓ ଗତ ୧୮ ତାରିଖରେ ଫାଟୁସିନେରୀ ଗାଁରେ କୋରାପୁଟ ଜିଲ୍ଲା ପ୍ରଶାସନ ତଥା ପଟାଙ୍ଗି ବ୍ଲକ୍‌ ପ୍ରଶାସନ ଅନୁକୂଲ୍ୟରେ ଜୀବନଜୀବିକା ସମ୍ପର୍କିତ ମେଳା ଆୟୋଜନ ହୋଇଥିଲା। ବିଡିଓ ଶ୍ରୀ ନାୟକ ପ୍ରତି ଘର ବୁଲି ଲୋକଙ୍କ ଆର୍ଥିକ, ସାମାଜିକ, ଜୀବିକା ସମ୍ପର୍କରେ ପଚାରି ବୁଝିଥିଲେ। ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଞ୍ଚଳବାସୀଙ୍କୁ ଅବଗତ କରିଥିଲେ। କୌଣସି ସମସ୍ୟା ଥିଲେ ତାଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ। ବ୍ଲକ୍‌ ପ୍ରଶାସନର ଏହି ଉଦ୍ୟମକୁ ଗ୍ରହଣ କରିପାରିନି ଆନ୍ଧ୍ର। ଅଧିକାରୀଙ୍କୁ ପଠାଇ ଲୋକଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଆଜି ଉଦ୍ୟମ କରିଥିଲା।

Andhra Pradesh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe