Kotia: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି: ଉପରସେମ୍ବିରେ ରାସନକାର୍ଡ ସର୍ଭେ, ଓଡ଼ିଶା ପୁଲିସକୁ ବିରୋଧ

Advertisment

ସୀମାନ୍ତ କୋଟିଆରେ ଥମୁନି ଆନ୍ଧ୍ରର ଅନୁପ୍ରବେଶ। ଗୁରୁବାର ଉପରସେମ୍ବି ଗାଁରେ ଆନ୍ଧ୍ର ଅଧିକାରୀ ପହଞ୍ଚି ରାସନକାର୍ଡ ସର୍ଭେ କରିଛନ୍ତି। ଖବର ପାଇ ଓଡ଼ିଶା ପୁଲିସ ସର୍ଭେ ଦଳକୁ ଅଟକାଇଥିଲା।

ସୀମାନ୍ତ କୋଟିଆରେ ଥମୁନି ଆନ୍ଧ୍ରର ଅନୁପ୍ରବେଶ। ଗୁରୁବାର ଉପରସେମ୍ବି ଗାଁରେ ଆନ୍ଧ୍ର ଅଧିକାରୀ ପହଞ୍ଚି ରାସନକାର୍ଡ ସର୍ଭେ କରିଛନ୍ତି। ଖବର ପାଇ ଓଡ଼ିଶା ପୁଲିସ ସର୍ଭେ ଦଳକୁ ଅଟକାଇଥିଲା।

kotia

କୋରାପୁଟ/ପଟାଙ୍ଗି: ସୀମାନ୍ତ କୋଟିଆରେ ଥମୁନି ଆନ୍ଧ୍ରର ଅନୁପ୍ରବେଶ। ଗୁରୁବାର ଉପରସେମ୍ବି ଗାଁରେ ଆନ୍ଧ୍ର ଅଧିକାରୀ ପହଞ୍ଚି ରାସନକାର୍ଡ ସର୍ଭେ କରିଛନ୍ତି। ଖବର ପାଇ ଓଡ଼ିଶା ପୁଲିସ ସର୍ଭେ ଦଳକୁ ଅଟକାଇଥିଲା। କିନ୍ତୁ ସ୍ଥାନୀୟ ବାସିନ୍ଦା ପୁଲିସକୁ ବିରୋଧ କରିବା ସହ ନିରବ ରହିବାକୁ ଚେତାବନୀ ଦେଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କୁ ପ୍ର‌ଲୋଭିତ କରି ଆନ୍ଧ୍ର ରଖିଥିବାରୁ ଓଡ଼ିଶା ପୁଲିସର ବିରୋଧ ସତ୍ତ୍ବେ ଆନ୍ଧ୍ର ଅଧିକାରୀ ସର୍ଭେ କାର୍ଯ୍ୟ କରିଛନ୍ତି। 

Raid: ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ

ଏ ସମ୍ପର୍କରେ ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଉପରସେମ୍ବି ଗାଁକୁ ଇ-କେୱାଇସି ଅପଡେଟ୍‌ କରିବା ପାଇଁ ଆନ୍ଧ୍ରର କିଛି ଅଧିକାରୀ ଆସିଥିଲେ। ଖବର ପାଇ ବ୍ଲକ୍‌ ଅଧିକାରୀ ଓ କୋଟିଆ ପୁଲିସ ଉପରସେମ୍ବି ଗାଁକୁ ଯାଇଥିଲେ। ଫଳରେ ସେମାନେ ସର୍ଭେ ନ କରି ସେଠାରୁ ଫେରି ଯାଇଥିବା ବିଡିଓ କହିଛନ୍ତି। ଦିନକୁ ଦିନ ଆନ୍ଧ୍ରର ଅନୁପ୍ରବେଶ କୋଟିଆରେ ବଢ଼ିବା ସହ ବିଭିନ୍ନ ସୁବିଧା ମାଧ୍ୟମରେ ସେମାନେ ଲୋକଙ୍କୁ ନିଜ ପକ୍ଷକୁ ଟାଣିବାରେ ସକ୍ଷମ ହେଉଛନ୍ତି। ଦୁଇ ଦିନ ପୂର୍ବରୁ ଆନ୍ଧ୍ରର ଜନସେବା ଦଳ ବିବାଦୀୟ ଅଞ୍ଚଳର ୧୨ ଗାଁକୁ ଆନ୍ଧ୍ରର ବୋଲି ଦାବି କରିଛି। ଏଥିସହିତ ଉପରସେମ୍ବିରେ ବୈଠକ କରି ୧୨ ଖଣ୍ଡ ଗାଁର ମୁଖିଆ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛି। ଉପରସେମ୍ବିରେ ଓଡ଼ିଶା କରୁଥିବା ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ନ କରାଇ ଦେବାକୁ ଆନ୍ଧ୍ର ଚକ୍ରାନ୍ତ କରି ନିୟମିତ ଭାବେ ଅନୁପ୍ରବେଶ କରୁଛି।  

Hockey: ପ୍ରୋ-ଲିଗ୍‌ ହକି ଲାଗି ସାମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାରୁ ୫

ଗଣତନ୍ତ୍ର ଦିବସ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଗସ୍ତକୁ ବିରୋଧ କରି ଉପରସେମ୍ବିରେ ନିର୍ମାଣ ଟେଣ୍ଟକୁ ଭାଙ୍ଗି ଦେଇଥିଲେ ଗ୍ରାମବାସୀ। ତଥାପି ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ପାଇଁ ଉପମୁଖ୍ୟମନ୍ତ୍ରୀ ଶୁଭ ଦେଇ ଆନ୍ଧ୍ରକୁ କଡ଼ା ଜବାବ ଦେଇଥିଲେ। କୋଟିଆର ୩୦ଟି ଗାଁକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଏହି ଯୋଜନା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆନ୍ଧ୍ର ପ୍ର‌ଲୋଭିତ କରି ଭଣ୍ଡୁର କରିବାକୁ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe