Cyclone Montha: ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ, ବର୍ଷା ବଢ଼ିବା ସମ୍ଭାବନା

cyclonic storm ‘Montha’ ମଙ୍ଗଳବାର-ବୁଧବାର ରାତିରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ କରିଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ପ୍ରାୟ ୭ଘଣ୍ଟା ପରେ ଶେଷ ହୋଇଛି।

cyclone land fall

Cyclone land fall in Andhra Pradesh coast. Photograph: (sambad.in)

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମୋନ୍ଥା’ ମଙ୍ଗଳବାର-ବୁଧବାର ରାତିରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ କରିଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ପ୍ରାୟ ୭ଘଣ୍ଟା ପରେ ଶେଷ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳର ସମୁଦ୍ର ଉପକୂଳରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଆଜି ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶା ଏବଂ ତାମିଲନାଡୁରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ଦେଖାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପବନର ବେଗ ଘଣ୍ଟା ପିଛା ପ୍ରାୟ ୧୦୦କିମି ରହିଛି। ଉଭୟ ପବନ ଓ ବର୍ଷା ଉଗ୍ରରୂପ ନେଇଛି। ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁରେ ବର୍ଷାର ପରିମାଣ ବଢ଼ିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଯୋଗୁଁ ଗଜପତି, ଗଂଜାମ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ସର୍ବାଧିକ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି। 

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଅନେକ ସମୟରେ ବାତ୍ୟାର ଆଖି ଦୃଶ୍ୟମାନ ହୋଇଥାଏ। କିନ୍ତୁ ଏହ ବାତ୍ୟା ‘ମୋନ୍ଥା’ର ଆଖି ଦୃଶ୍ୟମାନ ହେବ ନାହିଁ। କାରଣ ଏହି ବାତ୍ୟା ସେହିଭଳି ବର୍ଗରେ ଆସୁନାହିଁ। ତେଣୁ ଆଖି ଦୃଶ୍ୟ ହେବାର ସମ୍ଭାବନା ନାହିଁ। 

ଆହୁରି ପଢ଼ନ୍ତୁ: Cyclone Montha: ବାତ୍ୟାର ପ୍ରଭାବରେ ଉପୁଡ଼ିଲା ଗଛ: ମହିଳା ମୃତ, ବାଳକ-ଅଟୋ ଚାଳକ ଗୁରୁତର

ସୁଉଚ୍ଚ ଜୁଆର 

ବାତ୍ୟାର ଲ୍ୟାଣ୍ଡଫଲ୍‌ ବେଳେ ଆନ୍ଧ୍ରପ୍ରଦେଶର କାକିନାଡାରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠିଥିଲା। ଏଥି ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ତେଣୁ ପବନର ବେଗ ମଧ୍ୟ ବଢ଼ିଥିଲା। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ମଧ୍ୟ ରାତ୍ରୀରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରୁଥିବାରୁ ଲୋକଙ୍କର ଜୀବନ ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି। ଆଶା କରାଯାଉଛି ଯେ, ବାତ୍ୟା କାରଣରୁ ୧୪ ଲକ୍ଷ ଲୋକ ପ୍ରଭାବିତ ହେବେ।  

ଆହୁରି ପଢ଼ନ୍ତୁ: Cyclone Montha Update- ଅସମୟର ସାଥି ଅଗ୍ନିଶମ ବାହିନୀ: ଯେଉଁଠି ଭାଙ୍ଗି ପଡ଼ୁଛି ଗଛ, ସେଇଠି ପହଞ୍ଚି ସମସ୍ୟାର ସମାଧାନ କରୁଛନ୍ତି ଏମାନେ…

ଅକ୍ଟୋବର ୨୯ ପାଇଁ ଚେତାବନୀ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନି‌ର୍ଦ୍ଦେଶିକା କହିଥିଲେ, ବାତ୍ୟା ଲାଣ୍ଡଫଲ୍‌ ପ୍ରକ୍ରିୟା ସମୟରେ କାକିନାଡା ଅଞ୍ଚଳରେ ପବନର ବେଗ ଘଣ୍ଟାପିଛା ୯୨ କିମି ‌ରହିଛି। ବୁଧବାର ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ପ୍ରବଳରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe