Laxmi bus overturned: ଲକ୍ଷ୍ମୀ ବସ୍ ଭାରସାମ୍ୟ ହରାଇ ଓଲଟିଲା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋଣାର୍କର କାଦୁଆ ପଞ୍ଚାୟତ ସମା ବ୍ରିଜ୍ ନିକଟରେ ଲକ୍ଷ୍ମୀ ବସ୍ ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ଲକ୍ଷ୍ମୀ ବସ୍‌ ନଦୀକୁ ଖସି ପଡ଼ିଛି। ବସ୍ କାକଟପୁରରୁ କୋଣାର୍କ ଅଭିମୁଖେ ଯାଉଥିଲା....

Laxmi bus loses balance and overturns: Passengers survive

Laxmi bus loses balance and overturns: Passengers survive Photograph: (sambad.in)

କୋଣାର୍କ:  କୋଣାର୍କର କାଦୁଆ ପଞ୍ଚାୟତ ସମା ବ୍ରିଜ୍ ନିକଟରେ ଲକ୍ଷ୍ମୀ ବସ୍  ଓଲଟି ପଡ଼ିଛି। ଭାରସାମ୍ୟ ହରାଇ  ଲକ୍ଷ୍ମୀ ବସ୍‌ ନଦୀକୁ ଖସି ପଡ଼ିଛି।  କାକଟପୁରରୁ କୋଣାର୍କ ଅଭିମୁଖେ ଯାଉଥିବା ସମୟରେ ସମା କାଦୁଆ ନଦୀକୁ ବସ୍‌ଟି ଖସି ପଡ଼ିଛି।

ତେବେ ବଡ଼ ଧରଣର ଦୁର୍ଘଟଣାରୁ ବସ୍ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍ ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:Land sale-purchase at tehsil office: ନଭେମ୍ବର ୧ ରୁ ତହସିଲ ଅଫିସରେ ହେବ ଜମି କିଣାବିକା: ରାଜସ୍ବ ମନ୍ତ୍ରୀ

ଲକ୍ଷ୍ମୀ ବସ୍‌ର ଷ୍ଟ୍ରେରିଙ୍ଗ କାମ କଲାନି

ବସ୍‌ର ଷ୍ଟ୍ରେରିଙ୍ଗ କାମ ନକରିବାରୁ  ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଛନ୍ତି। ଶେଷରେ ବସ୍ ନଦୀ ଭିତରକୁ ପଶି ଯାଇଥିବା ସେ କହିଛନ୍ତି। ଅନ୍ୟପଟେ ବେପରୁଆ ଗାଡିଚାଳନା ପାଇଁ ଏମିତି ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ବ୍ରେକ୍‌ ଫେଲ୍‌ ହୋଇଯିବା ଯୋଗୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାଙ୍ଗୁତୁମା ଘାଟି ତଳକୁ ଲକ୍ଷ୍ମୀ ବସ୍‌ ଖସି ପଡ଼ିଥିଲା। ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

ନୂଆ ନୁହେଁ ଲକ୍ଷ୍ମୀ ବସ୍‌ ଦୁର୍ଘଟଣା

ଲକ୍ଷ୍ମୀ ବସ୍‌ ଦୁର୍ଘଟଣା ହେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଲକ୍ଷ୍ମୀ ବସ୍‌ ଦୁର୍ଘଟଣା ଘଟିଛି। ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ହେଉ ଅଥବା ଚାଳକଙ୍କର ଅବହେଳା ଯୋଗୁଁ ଲକ୍ଷ୍ମୀ ବସ୍‌ ପୂର୍ବରୁ ବହୁଥର ଦୁର୍ଘଟଣାର ସାମ୍ନା କରିଛି।

ଗତ ଫେବ୍ରୁଆରି ୨୮ ତାରିଖରେ ଲକ୍ଷ୍ମୀ ବସ୍‌ ଜଣେ ଯୁବକଙ୍କୁ ଚାପି ଦେଇଥିଲା। ଦୁର୍ଘଟଣାରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଇଚ୍ଛାପୁର ପଞ୍ଚାୟତ ମଲ୍ଲୀକାପୁର ଗ୍ରାମର ସ୍ବର୍ଗତ ଈଶ୍ୱର ସାହୁଙ୍କ ଏକମାତ୍ର ପୁତ୍ର ପ୍ରଭଞ୍ଜନ ସାହୁ(୪୨)ଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ:Shreyas Iyer Makes First Statement: ମୁଁ ସୁସ୍ଥ ହେଉଛି; ଚିକିତ୍ସା ପରେ ଇନଷ୍ଟାରେ ପ୍ରଥମ ପ୍ରତିକ୍ରିୟା ଦେଲେ ଶ୍ରେୟସ

ସେହିପରି ଗତବର୍ଷ ନଭେମ୍ବର ୩ ତାରିଖ ଦିନ ଜଣେ ମହିଳାଙ୍କ ମୃତ୍ୟୁକୁ ଲୋକେ ଭୁଲି ନଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଲକ୍ଷ୍ମୀ ବସ୍‌ ୧୩ ତାରିଖ ଦିନ ପୁଣି ଦୁର୍ଘଟଣା କରିଥିଲା। ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମ ନିକଟରେ ୨ ଜଣ ବାଇକ୍‌ ଆରୋହୀକୁ ଲକ୍ଷ୍ମୀ ବସ୍‌ ଚାପିଦେଇଛିଥିଲା। ଏଥିରେ ଜଗବନ୍ଧୁ ଜାନୀ (୨୦)  ମୃତ୍ୟୁ ଘଟିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe