ଭୁବନେଶ୍ୱର: ମାଲକାନଗିରିରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଘଟଣାରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ମାଓବାଦୀ ନିହତ ହୋଇଛନ୍ତି ।
ଏହି ଅପରେସନରେ ସୁରକ୍ଷାବଳକୁ ବହୁ ସଫଳତା ମିଳିଛି। ଅନେକ ମାଓ ସାମଗ୍ରୀ ଜବତ ହୋଇଛି ବୋଲି ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ୨୬ଟି ବ୍ୟାଗ ଏବଂ ବହୁ ପରିମାଣର ଗୋଳାବାରୁଦ ରହିଥିବା ସେ କହିଛନ୍ତି।
ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି ସୁରକ୍ଷା ବଳ ସତର୍କ ରହିଛନ୍ତି। ସୁରକ୍ଷାବଳଙ୍କ ମାଓ ବିରୋଧୀ ଅଭିଯାନ ଯୋଗୁ ମାଓ କାର୍ଯ୍ୟକଳାପ କମିବାରେ ଲାଗିଛି।
ମାଓବାଦୀଙ୍କ ଉପରେ ସୁରକ୍ଷା ବଳର ବିଭିନ୍ନ ବିଭାଗର ଯବାନଙ୍କ ନଜର ରହିଛି। ସେମାନଙ୍କୁ ଓଡିଶା ଭିତରୁ ପଶିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରିନାରାୟଣ ପାତ୍ର
ଏଥିସହ ମାଓବାଦୀଙ୍କୁ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଅପିଲ୍ କରିଛନ୍ତି ।ଏବେ ସରକାର ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ମୁଖ୍ୟ ଧାରାରେ ସାମିଲ କରିବାକୁ ସେମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେଣୁ ମାଓବାଦୀମାନେ ହିଂସାକୁ ଛାଡିଦେବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: ବିରଜା ହାଟ ନେଇ ଉତ୍ତେଜନା: ହାଟକୁ ସାମୟିକ ଭାବେ ବନ୍ଦ କଲେ ଉପଜିଲ୍ଲାପାଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)