ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ଜୀବନ ଗଲା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ କୁରୁଙ୍ଗାବେଡା ଗ୍ରାମର ଜଣେ ଦାଦନ ଶ୍ରମିକ ତାମିଲନାଡୁ ରାଜ୍ୟ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମାଠାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି...

life of laborer lost in other state

life of laborer lost in other state Photograph: (sambad.in)

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ କୁରୁଙ୍ଗାବେଡା ଗ୍ରାମର ଜଣେ ଦାଦନ ଶ୍ରମିକ ତାମିଲନାଡୁ ରାଜ୍ୟ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମାଠାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦାଦନ ଶ୍ରମିକ ରବିବାର ରାତିରେ ଫୋନ୍‌ରେ ମାଆ କନକ ମାଝୀଙ୍କ ସହ କଥା ହୋଇଥିବା ବେଳେ ସକାଳୁ ଶବ ହୋଇଯାଇଛନ୍ତି।

ସୂଚନା ଅନୁସାରେ, କୁରୁଙ୍ଗାବେଡା ଗ୍ରାମର କୁମ ମାଝୀଙ୍କ ତୃତୀୟ ପୁଅ ଚୈତୁ ମାଝୀ(୨୨) ଗତ ୬ ମାସ ତଳେ କୁରୁଙ୍ଗାବେଡା ଗ୍ରାମର କିଛି ଯୁବକଙ୍କ ସହ ତାମିଲନାଡୁକୁ ଦାଦନ ଖଟିବା ପାଇଁ ଯାଇଥିଲେ। 

ସୋମବାର ସକାଳୁ ୪୦୭ ଗାଡ଼ିରେ ପାଣି ନେଇ ଯାଉଥିବା ବେଳେ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ଠାରେ ପୂର୍ବାହ୍ନ ୯ ଟା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଚୈତୁ ମାଝୀଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ହୋଇଥିଲା।

ଅଧିକ ପଢ଼ନ୍ତୁ: ବାଇକ ଦୁର୍ଘଟଣାରେ ଯୁବ ସାମ୍ବାଦିକଙ୍କ ସମେତ ୨ ଗୁରୁତର

୪୦୭ ଗାଡ଼ିରେ ଥିବା ଅନ୍ୟ ଦୁଇ ଜଣ ଶ୍ରମିକ ତୁରନ୍ତ ଚୈତୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଅପରାହ୍ନ ୨ଟା ସମୟରେ ଚୈତୁଙ୍କ ଦେହାନ୍ତ ହୋଇ ଯାଇଥିଲା। ଦେହାନ୍ତ ପରେ ଚୈତୁଙ୍କ ଭେଣୋଇ ସମ୍ବାରୁ ନାୟକ ଘଟଣା ସମ୍ପର୍କରେ ଫୋନ୍ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। 

ପରେ ମୃତ ଚୈତୁଙ୍କ ବାପା କୁମ ମାଝୀ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ମୃତ ଚୈତୁଙ୍କ ଶବ ବ୍ୟବଚ୍ଛେଦ ପରେ ଭେଣୋଇ ସମ୍ବାରୁ ନିଜ ଘରକୁ ମୃତ ଦେହ ନେଇ ଆସିବେ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି। ସେହିପରି ପରିବାର ଲୋକ ସମ୍ପୃକ୍ତ କମ୍ପାନି ଠାରୁ କ୍ଷତିପୂରଣ ଦାବି କରିଛନ୍ତି। 

ଅଧିକ ପଢ଼ନ୍ତୁ: ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଯୁବକଙ୍କର ମୃତ୍ୟୁ

Nabarangpur | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe