ଖୋଲୁନି ଦେୟମୁକ୍ତ ଶୌଚାଳୟର ତାଲା: ଜନତା-ଯାତ୍ରୀ ହନ୍ତସନ୍ତ

ତିନି ବର୍ଷ ତଳେ ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦରସ୍ଥିତ ବସଷ୍ଟାଣ୍ଡ ଛକ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଜନ ସାଧାରଣଙ୍କ ପାଇଁ ଦେୟମୁକ୍ତ ଶୌଚାଳୟ ନିର୍ମାଣ ହୋଇଥିଲା।

ଝରିଗାଁ: ଆଜିକୁ ପ୍ରାୟ ତିନି ବର୍ଷ ତଳେ ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦରସ୍ଥିତ ବସଷ୍ଟାଣ୍ଡ ଛକ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଜନ ସାଧାରଣଙ୍କ ପାଇଁ ଦେୟମୁକ୍ତ ଶୌଚାଳୟ ନିର୍ମାଣ ହୋଇଥିଲା। ପୂର୍ବରୁ ଯାତ୍ରା ବିଶ୍ରାମ ଗୃହ ନିର୍ମାଣ ହୋଇଥିବା ବେଳେ ତଳ ଫ୍ଲରରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଦେୟମୁକ୍ତ ଶୌଚାଳୟ ନିର୍ମାଣ କରାଯାଇଥିଲା। ତତ୍କାଳୀନ ସାଂସଦ ଏହି ଦେୟମୁକ୍ତ ଶୌଚାଳୟକୁ ଉଦଘାଟନ କରିଥିଲେ।

ଏହି ଖବର ପଢ଼ନ୍ତୁ: ୧୭ କିଲୋମିଟର ଗଲେ ମିଳେ ଉଚ୍ଚ ବିଦ୍ୟାଳୟ ଶିକ୍ଷା

ତେqବେ ଉଦଘାଟନ ହେବାର ତିନି ବର୍ଷ ପରେ ମଧ୍ୟ ଏହା ସାଧାରଣ ଜନତା ଓ ଯାତ୍ରୀଙ୍କ ପାଇଁ କାର୍ଯ୍ୟକ୍ଷମ ହେଉନାହିଁ। ଉଦଘାଟନୀ ଦିନ ଯାହା ଶୌଚାଳୟର ତାଲା ଖଲାଯାଇଥିବା ବେଳେ ତା ପରଠାରୁ ଆଉ ତାଲା ଖଲା ଯାଇନାହିଁ। ଫଳରେ ୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଶୌଚାଳୟ କୌଣସି କାମରେ ଆସୁନାହିଁ। ଶୌଚାଳୟ ସମ୍ମୁଖରେ ଅଳିଆ ଆବର୍ଜନା ପଡି ରହିଥିବା ବେଳେ ଚଟାଣ ଭାଙ୍ଗି ଯାଇଛି। ସେହିପରି ଜନସାଧାରଣ ଶୌଚାଳୟ ଖଲିବା ପାଇଁ ବହୁବାର ଦାବି କରିବା ପରେ ମଧ୍ୟ ବ୍ଲକ ପ୍ରଶାସନ ଏବଂ ଝରିଗାଁ ପଞ୍ଚାୟତ କାର୍ଯ୍ୟାଳୟର ଆନ୍ତରିକତା ଅଭାବ ଯୋଗୁଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଝରିଗାଁ ବସଷ୍ଟାଣ୍ଡ ପ୍ରାୟ ଗହଳି ରହୁଥିବା ବେଳେ ଆଖପାଖ ଅଞ୍ଚଳରେ ବହୁ ଗୁଡାଏ ଦୋକାନ ରହିଛି।

ବସଷ୍ଟାଣ୍ଡରେ ଝରିଗାଁ ଠାରୁ ଉମରକୋଟ ଝରିଗାଁ ଠାରୁ ଡ଼ାବୁଗାଁ ଏବଂ ଝରିଗାଁ ଠାରୁ ଚନ୍ଦାହାଣ୍ଡି ବ୍ଲକ ଯିବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାତ୍ରୀ ମାନଙ୍କ ଭିଡ଼ ରହୁଛି। ସ୍କୁଲ,କଲେଜ୍ ଛାତ୍ର ଛାତ୍ରୀ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ବହୁତ ମାଲ ଗାଡି ଯିବା ଆସିବା କରିବା ସମୟରେ କିଛି ସମୟ ପାଇଁ ଗହଳି ରହୁଛି। ତେବେ ସ୍ଥାନୀୟ ବ୍ୟବସାୟୀ ଏବଂ ଯାତ୍ରୀମାନଙ୍କ ଶୌଚ ପାଇଁ ସମସ୍ୟା ଦେଖା ଦେଇଛି। ବିଶେଷ କରି ମହିଳାମାନଙ୍କ ପାଇଁ ବହୁତ ସମସ୍ୟା ଦେଖା ଦେଇଛି। 

ଏହି ଖବର ପଢ଼ନ୍ତୁ: କେବେ ବଦଳିବ ଗୋସେଇଁଧାରା ଜଳପ୍ରପାତର ଭାଗ୍ୟ

ଦେୟମୁକ୍ତ ଶୌଚାଳୟ କାର୍ଯ୍ୟକ୍ଷମ ହେଉନଥିବା ଯୋଗୁଁ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଅସମ୍ପୂର୍ଣ ଦୋକାନ ଗୃହରେ ପରିସ୍ରା ପାଇଁ ନିର୍ଭର କରୁଛନ୍ତି। ଝରିଗାଁ ବ୍ଲକ ସଦର ମହକୁମା ଠାରେ ଏକ ମାତ୍ର ଶୌଚାଳୟ ଥିବା ବେଳେ ସାମୁହିକ ଦୃଷ୍ଟିରୁ ଶୌଚାଳୟ ଖଲିବା ପାଇଁ ସ୍ଥାନୀୟ ଜନସାଧାରଣ ବହୁବାର ଦାବି କରି ଆସୁଥିବା ବେଳେ ଝରିଗାଁ ବ୍ଲକ ପ୍ରଶାସନ କିମ୍ବା ଝରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।ତେଣୁ ତୁରନ୍ତ ଶୌଚାଳୟ ଖଲିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe