Lingaraj Temple servitor groups dispute: ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ବିବାଦର ଗୋଟିଏ ଦିନ ପରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି। ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କିଛି ସମୟ ଭିତରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଦେଇଛନ୍ତି...

Lord Lingaraj's Neeti Kanti started

Lord Lingaraj's Neeti Kanti started Photograph: (sambad.in)

ଭୁବନେଶ୍ବର: ବିବାଦର ଗୋଟିଏ ଦିନ ପରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି। ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କିଛି ସମୟ ଭିତରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଦେଇଛନ୍ତି।

ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ବୁଧବାର ପୁଣି ଥରେ ଉପବାସରେ ରହିଥିଲେ। ପ୍ରଶାସନିକ ବ୍ୟବସ୍ଥା ଏବଂ ସେବାୟତଙ୍କର ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁ ନଥିବାରୁ ଏହିଭଳି ଅଭାବନୀୟ ଘଟଣା ପୁଣି ଥରେ ଉପୁଜିଥିଲା। ଯେଉଁଥି ପାଇଁ ଶ୍ରଦ୍ଧାଳୁଙ୍କ ମନକୁ କୁଠାରାଘାତ ଲାଗିଥିଲା। ପବିତ୍ର କାର୍ତ୍ତିକ ମାସରେ ଏଭଳି ଅପ୍ରୀତିକର ଘଟଣାକୁ ଭକ୍ତମାନେ ତୀବ୍ର ନିନ୍ଦା କରିଥିଲେ।

ଆହୁରି ପଢ଼ନ୍ତୁ:Ancestral Property Sold Consent: ଉତ୍ତରାଧିକାରୀଙ୍କ ସମ୍ମତି ବିନା ପୈତୃକ ସମ୍ପତ୍ତି ବିକ୍ରି କରାଯାଇପାରିବ କି? ଆଇନ କ’ଣ କୁହେ?

ବୁଧବାର ସୂର୍ଯ୍ୟପୂଜା ପରେ ନୀତିକାନ୍ତି ବନ୍ଦ ହୋଇଥିଲା

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତିକାନ୍ତିକୁ ବୁଧବାର ପାଳି ଥିବା ସମର୍ଥା ନିଯୋଗ ସେବାୟତମାନେ ବନ୍ଦ କରିଥିଲେ। ବୁଧବାର ସକାଳୁ ସାହାଣ ମେଲା, ସୂର୍ଯ୍ୟପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଥିଲା। ଫଳରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ିଥିଲା। ମହାପ୍ରଭୁଙ୍କ ଠାରେ ଭୋଗ ଲାଗି ହୋଇ ନଥିବାରୁ ହଜାର ହଜାର ହବିଶ୍ୟାଳି ଧର୍ମମାସରେ ପ୍ରସାଦ ପାଇପାରି ନଥିଲେ। ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଥିଲା। 


ପୂର୍ବରୁ ଶିବ ପବିତ୍ରାରୋପଣ ନୀତି ମଧ୍ୟ ବନ୍ଦ ହୋଇଥିଲା

ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତି ବନ୍ଦ ହୋଇଯାଇଥିଲା। ଫଳରେ ପ୍ରଭୁଙ୍କୁ ପଇତାଲାଗି ହୋଇପାରି ନଥିଲା। ରକ୍ଷାବନ୍ଧନ ପର୍ବରେ ସାଧାରଣ ଲୋକେ ପଇତା ପିନ୍ଧନ୍ତି, ଅଥଚ ପ୍ରଭୁ ଶ୍ରୀଲିଙ୍ଗରାଜ ପଇତା ପିନ୍ଧିପାରି ନଥିଲେ। 


ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ପ୍ରଭୁ ଲିଙ୍ଗରାଜଙ୍କ ଅନ୍ୟତମ ମୁଖ୍ୟ ନୀତି ବନ୍ଦ ହୋଇଯିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାଖୀ ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ପ୍ରଥା ଓ ପରମ୍ପରା ଅନୁସାରେ ଶିବ ପବିତ୍ରାରୋପଣ ନୀତି ପାଳିତ ହୋଇଥାଏ।

ଆହୁରି ପଢ଼ନ୍ତୁ:Child custody: ଘରୁ ଶାଶୁଙ୍କୁ ତଡି ପିଲାର କଷ୍ଟଡି ପିତାଙ୍କୁ ଦିଆଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ବିଧି ଅନୁସାରେ ପ୍ରଭୁଙ୍କୁ ପଇତାଲାଗି କରାଯାଇଥାଏ। କିନ୍ତୁ ଲିଙ୍ଗରାଜଙ୍କ ବଡ଼ୁ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦ ଏହି ବିଧି ପାଳନରେ ବାଧକ ସାଜିଛି। କେଉଁ ନିଯୋଗ କେତୋଟି ପଇତାଲାଗି କରିବ, ତାହାକୁ ନେଇ ବିବାଦ ଲାଗିଛି। ୨୦୨୦ ମସିହାରୁ ଏହି ବିବାଦର ସମାଧାନ ହୋଇପାରିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe