କ୍ରିପ୍ଟୋରେ କ୍ଷତି: ନିଜ ଅପହରଣ ନାଟକ ରଚିଲେ ବିଟେକ୍ ଛାତ୍ର

କ୍ରିପ୍ଟୋରେ କ୍ଷତି ସହିବା ପରେ ଜଣେ ବି.ଟେକ୍ ଛାତ୍ର ନିଜ ଅପହରଣର ନାଟକ ରଚିଥିଲେ। ପରିବାର ଠାରୁ ୫୦,୦୦୦ ଟଙ୍କା ମାଗିଥିଲେ। ଘରୁ ନିଖୋଜ ହୋଇ ବି.ଟେକ୍ ଛାତ୍ର ନିଜର ଅପହରଣ ଯୋଜନା କରିଥିଲେ...

BTech student staged his own kidnapping drama due to crypto losses

BTech student staged his own kidnapping drama due to crypto losses Photograph: (sambad.in)

କଟକ: କଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ବି.ଟେକ୍ ଛାତ୍ର ନିଜର ଅପହରଣ ଯୋଜନା ରଚିଥିଲେ।

ତେବେ ପୁଲିସ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଥିବା କଟକ ଡିସିପି ଋଷିକେଶ ଖିଲାର ସୂଚନା ଦେଇଛନ୍ତି ଯେ, ଘରୁ ନିଖୋଜ ହୋଇ ବି.ଟେକ୍ ଛାତ୍ର ନିଜର ଅପହରଣ ଯୋଜନା କରିଥିଲେ।

ପୁଲିସ ଡେପୁଟି କମିସନର କହିଛନ୍ତି ଯେ, ପୁଲିସ ତଦନ୍ତରୁ ଜାଣିପାରିଛି, କ୍ରିପ୍ଟୋ କରେନ୍ସିରେ କ୍ଷତି ହେବା ପରେ, ଛାତ୍ର ଜଣକ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ କ୍ଷତି ଭରଣା କରିବା ପାଇଁ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ।

ଅଧିକ ପଢ଼ନ୍ତୁ: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲା: ସ୍ୱତଃ ତଦନ୍ତ ନିର୍ଦ୍ଦେଶ ଦେଲା ଏନଏଚଆରସି

ସୂଚନା ଅନୁଯାୟୀ, ଛାତ୍ର ଜଣକ ତାଙ୍କର କିଛି ବନ୍ଧୁଙ୍କ ସହିତ ମିଶି ତାଙ୍କ ପରିବାର ସଦସ୍ୟଙ୍କଠାରୁ ୫୦ ହଜାର ଟଙ୍କା  ମାଗିଥିଲେ। ନହେଲେ ଅପହରଣ କରାଯାଇଥିବା ପୁଅଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ପରିବାର ସଦସ୍ୟଙ୍କୁ ଧମକ ଦଦିଆଯାଇଥିଲା। ପରିବାର ସଦସ୍ୟମାନେ ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ। ଯୁବକଙ୍କ ଭଉଣୀ ଜୁନ୍ ୨୦ ତାରିଖରେ ଏନେଇ ଚାଉଳିଆଗଞ୍ଜ ପୁଲିସ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ବିଟେକ୍ ଛାତ୍ରଙ୍କ ଫୋନ୍ ଟ୍ରାକ୍ କରିଥିଲା ​​ଏବଂ ତଦନ୍ତ ପରେ ତାଙ୍କୁ ପାଇଥିଲା । ଏହାପରେ ଅପହରଣ ପଛର ସମ୍ପୂର୍ଣ୍ଣ କାହାଣୀ ଜଣାପଡ଼ିଥିଲା।

ଅଧିକ ପଢ଼ନ୍ତୁ: ପୁଣି ଫୋର୍ଡୋ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କଲା ଇସ୍ରାଏଲ

Cuttack | commissionerate police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe