ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଉଭୟ ଘରୋଇ ଓ ବାଣିଜ୍ୟିକ ଏଲ୍ପିଜି ଦର ଆଜିଠାରୁ ବଢ଼ାଇ ଦେଇଛନ୍ତି। ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲ୍ପିଜି ଦର ୬୦ ଟଙ୍କା ବଢ଼ିଛି। ଫଳରେ ଭୁବନେଶ୍ବରରେ ଏହାର ଦର ୯୩୯ ଟଙ୍କାରେ ପହଞ୍ଚିଛି। ଗତ ୧୧ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ଏହି ଦର ବୃଦ୍ଧି ହୋଇଛି। ଗତବର୍ଷ ଏପ୍ରିଲ୍ରେ ଘରୋଇ ଏଲ୍ପିଜି ଦରରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା। ସେହିଭଳି ହୋଟେଲ, ରେସ୍ତୋରାଁ ଆଦିରେ ବ୍ୟବହାର ହେଉଥିବା ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ଦର ସିଲିଣ୍ଡର ପିଛା ୧୧୫ ଟଙ୍କା ବୃଦ୍ଧି ଘଟି ୨୨୭୫ ଟଙ୍କାରେ ପହଞ୍ଚିଛି। ମାର୍ଚ୍ଚ ୧ ତାରିଖରେ ଏହାର ଦର ୨୮ ଟଙ୍କା ବୃଦ୍ଧି ଘଟିଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ବାଣିଜ୍ୟିକ ଏଲ୍ପିଜି ଦର ୩୦୨ ଟଙ୍କା ୫୦ ପଇସା ମହଙ୍ଗା ହେଲାଣି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଓ ଗ୍ୟାସ ଦର ବଢ଼ିଯାଇଛି।
Women Empowerment: ଗାଡି ଚଳାଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି ସଞ୍ଜିତା, ରାଣୀ
ଏହାର ପ୍ରଭାବ ଭାରତର ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼ିଛି। ଇରାନ ଓ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଗତମାସ ୨୮ ତାରିଖରୁ ଆରମ୍ଭ ହେବା ପରଠାରୁ ଇତିମଧ୍ୟରେ ଅଶୋଧିତ ତେଲ (ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍) ଦର ୩୫.୬୩ ପ୍ରତିଶତ ବଢ଼ି ବ୍ୟାରେଲ୍ ପିଛା ୯୦.୯୦ ଡଲାରରେ ପହଞ୍ଚିିଛି। ୧୯୮୩ ମସିହାଠାରୁ କେବେ କୌଣସି ସପ୍ତାହରେ ଉକ୍ତ ଦରରେ ଏଭଳି ବଡ଼ ବୃଦ୍ଧି ଦେଖାଦେଇ ନଥିଲା। ସେହିଭଳି ବ୍ରେଣ୍ଟ୍ କ୍ରୁଡ୍ ଅଶୋଧିତ ତେଲ ଦର ଯୁଦ୍ଧ କାରଣରୁ ଇତିମଧ୍ୟରେ ୨୮ ପ୍ରତିଶତ ବଢ଼ିଯାଇଛି। ଏହି ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୯୨.୬୯ ଡଲାରରେ ପହଞ୍ଚିଛି। ୨୦୨୦ ଏପ୍ରିଲଠାରୁ ଏହା ସର୍ବାଧିକ ସାପ୍ତାହିକ ବୃଦ୍ଧି। ଏସିଆରେ ଏଲ୍ଏନ୍ଜି ଦର ମିଲିୟନ ବ୍ରିଟିସ୍ ଥର୍ମାଲ ୟୁନିଟ୍ ପିଛା ୨୫.୪୦ ଡଲାରକୁ ବୃଦ୍ଧି ପାଇ ୩ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଛି। ଗତ ସପ୍ତାହରେ ଏହାର ଦର ପ୍ରାୟ ୧୦ ଡଲାର ଥିଲା। ତେଣୁ ସପ୍ତାହକ ମଧ୍ୟରେ ଏହି ଦରରେ ଦୁଇଗୁଣାରୁ ଅଧିକ ବୃଦ୍ଧି ଘଟିଛି।
GDP: ବିଶ୍ବର ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ହେବ: ଆଇଏମ୍ଏଫ୍
ଭାରତରେ ୨୦୨୪-୨୫ ଆର୍ଥିକବର୍ଷରେ ମୋଟ ୩୧.୩ ନିୟୁତ ଟନ୍ ଏଲ୍ପିଜି ବ୍ୟବହାର ହୋଇଛି। ସେଥିରୁ ୧୨.୮ ନିୟୁତ ଟନ୍ ଦେଶ ଭିତରେ ଉତ୍ପାଦନ ହୋଇଥିବାବେଳେ ଅବଶିଷ୍ଟ ଆମଦାନି କରାଯାଇଛି। ଆମଦାନି କରାଯାଇଥିବା ଏଲ୍ପିଜି ମଧ୍ୟରୁ କତର ଓ ସାଉଦି ଆରବ ଭଳି ଦେଶରୁ ପ୍ରାୟ ୮୫ରୁ ୯୦ ପ୍ରତିଶତ ଆମଦାନି ହୋଇଥାଏ। ଯୁଦ୍ଧ ପ୍ରଭାବରେ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ସରକାର ଦେଶରେ ଏଲ୍ପିଜି ଉତ୍ପାଦନ ବଢ଼ାଇବା ପାଇଁ ଗତକାଲି କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସମୟରେ ସରକାରୀ କମ୍ପାନିଗୁଡ଼ିକ ଏଲପିଜି ଦର ବଢ଼ାଇ ଗ୍ରାହକଙ୍କ ଉପରେ ବୋଝ ଲଦିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/08/dgjdgjdgj-2026-03-08-02-16-04.jpg)