Lungei Government Primary School: Life is at risk for study Photograph: (sambad.in)
ରାଉରକେଲା: ପାଠ ପଢ଼ିବାକୁ ବାଜି ଲାଗିଛି ଜୀବନ। ମାସେ କି ଦୁଇ ମାସ ନୁହେଁ, ଦୁଇବର୍ଷ ଧରି ପିଲାମାନେ ଭଙ୍ଗାଦଦରା କୋଠାରେ ପାଠ ପଢୁଛନ୍ତି। ଗୋଟିଏ ଶ୍ରେଣୀରେ ଗୃହରେ ତିନି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି।
ଫଳରେ ଶିକ୍ଷକମାନଙ୍କୁ ପାଠ ପଢ଼ାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଥମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଥିଲେ, ଅନ୍ୟ ଶ୍ରେଣୀ ପିଲାମାନେ ଚୁପ୍ ହୋଇ ବସି ରହୁଛନ୍ତି।
ଆହୁରି ପଢ଼ନ୍ତୁ:Maoists arrested: ଭାକପା ମାଓବାଦୀ ସଂଗଠନର ରାଜା ହେମନ୍ତ ଗିରଫ
ଛାତରୁ ଖସୁଛି ସ୍ଲାବ୍
କେତେବେଳେ ଛାତର ସ୍ଲାବ୍ ଖସୁଛି ତ ଅନ୍ୟ କେତେବେଳେ ଅସରାଏ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ସୌଭାଗ୍ୟବଶତଃ ଆଜି ପର୍ଯ୍ୟନ୍ତ କାହାରି କିଛି କ୍ଷୟକ୍ଷତି ହୋଇନି। ହେଲେ ବିଦ୍ୟାଳୟର ଛାତ, ପାଚେରୀ ଯେମିତି ବିପଦସଙ୍କୁଳ ସ୍ଥିତିରେ ରହିଛି, କୌଣସି ମୁହୂର୍ତ୍ତରେ କିଛି ଅଘଟଣ ଘଟିବାପାରେ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଅବିଭାବକମାନେ ଥରେ ନୁହେଁ ଏକାଧିକବାର ଜିଲ୍ଲା ପ୍ରଶାସନ ଓ ଶିକ୍ଷାବିଭାଗକୁ ଅବଗତ କରାଇଥିଲେ ହେଁ କିଛି ସୁଫଳ ମିଳିନି। ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ୍ ଆଦ୍ମୀ ପାର୍ଟିର ବିନୟ ତିୱାରୀଙ୍କ ନେତୃତ୍ବରେ ପିଲାମାନଙ୍କ ଅଭିଭାବକ ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସପ୍ତାହ ମଧ୍ୟରେ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ।
ଲୁଙ୍ଗେଇ ସରପଞ୍ଚ ଆପି ଟପ୍ପୋ, ଆପ୍ର ବଣାଇ ବିଧାନସଭା ଅଧ୍ୟକ୍ଷ ଯୋଗେନ୍ଦ୍ର ପାଲ ତିର୍କି, ପୁନମ୍ କଇଥା, ଟିକେଶ୍ବର ଜେନା, ଛୋଟୁ ବଡ଼ାଇକ ପ୍ରମୁଖ ଶିକ୍ଷାବିଭାଗର ଏଭଳି ଖାମଖିଆଲି ମନୋଭାବକୁ ଦୃଢ଼ ନିନ୍ଦା କରିଛନ୍ତି। ଜାତୀୟ ରାଜପଥ ପାର୍ଶ୍ବରେ ଏହି ବିଦ୍ୟାଳୟ ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୫ ପିଲା ଅଧ୍ୟୟନ କରୁଛନ୍ତି। ପ୍ରଧାନଶିକ୍ଷକ ସମେତ ମୋଟ ୬ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ବିଦ୍ୟାଳୟ ଓ ପାଚେରୀର କିଛି ଅଂଶ ଭଙ୍ଗା ଯାଇଥିଲା।
ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦରେ ପ୍ରାୟ ୪୦ ଲକ୍ଷ ଟଙ୍କା ଶିକ୍ଷାବିଭାଗକୁ ଦେଇଥିଲେ। କ୍ଷତିପୂରଣ ମିଳିବା ପରେ ମଧ୍ୟ ମରାମତି କାମ ନ ହୋଇ ସେମିତି ଛାଡ଼ି ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ:Cyber Fraud: ଇଞ୍ଜିନିୟରିଂ କଲେଜ ପାଲଟିଥିଲା ସାଇବର ଠକେଇର ସେଣ୍ଟର, ୯୦ କୋଟି ଲୁଟିନେଇଥିଲେ ୭ ଛାତ୍ରୀ
ବିଦ୍ୟାଳୟର ପ୍ରଧାନଶିକ୍ଷକ କବିତା ଦାସ କହିଛନ୍ତି, ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ବିଦ୍ୟାଳୟ ନିର୍ମାଣ ନ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଘରୋଇ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ିବେ ବୋଲି ଶିକ୍ଷାଧିକାରୀ କହିଛନ୍ତି।
Follow Us