Maa Tarini: ଦୀର୍ଘ ଦଶନ୍ଧି ଧରି ଅଣଦେଖା ହୋଇ ରହିଥିଲା ମା’ ତାରିଣୀଙ୍କ ପୀଠ: ମୁଖ୍ୟମନ୍ତ୍ରୀ

Advertisment

ଓଡ଼ିଶା ଧାର୍ମିକ ଏବଂ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ସ୍ଥଳୀ ‘ମା’ ତାରିଣୀଙ୍କ ପୀଠକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଠାରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଯେପରିକି ଆବଶ୍ୟକ ସୁବିଧା ମିଳିବ, ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଯୋଜନା ରଖିଛନ୍ତି।

ଓଡ଼ିଶା ଧାର୍ମିକ ଏବଂ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ସ୍ଥଳୀ ‘ମା’ ତାରିଣୀଙ୍କ ପୀଠକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଠାରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଯେପରିକି ଆବଶ୍ୟକ ସୁବିଧା ମିଳିବ, ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଯୋଜନା ରଖିଛନ୍ତି।

Untitled-18

CM Mohan Charan Majhi visists Maa Tarini temple. Photograph: (sambad.in)

ଭୁବନେଶ୍ବର: ଓଡ଼ିଶା ଧାର୍ମିକ ଏବଂ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ସ୍ଥଳୀ ‘ମା’ ତାରିଣୀଙ୍କ ପୀଠକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଠାରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଯେପରିକି ଆବଶ୍ୟକ ସୁବିଧା ମିଳିବ, ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଯୋଜନା ରଖିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗରେ ଯାତ୍ରୀ ସୁବିଧା କେନ୍ଦ୍ର, ରାସ୍ତା ଓ ଯୋଗାଯୋଗ, ପୁଷ୍କରିଣୀ ସମୂହର ବିକାଶ, ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀନିବାସ, ପ୍ରାଚୀର ସହ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ୫୦୦ ଲୋକଙ୍କ ଏକସଙ୍ଗେ ପ୍ରସାଦସେବନ ବ୍ୟବସ୍ଥା, ନଡ଼ିଆ ଗୋଦାମ ସହିତ ମା’ ତାରିଣୀ ମନ୍ଦିର ସମ୍ବନ୍ଧିତ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହେବ। ଏହି ଅତ୍ୟାଧୁନିକ ବ୍ୟବସ୍ଥା କରିବା ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମା’ ତାରିଣୀ ପୀଠ ଗସ୍ତ କରିଥିଲେ। ଏହି ଅବସରରେ ସେ ମା’ ତାରିଣୀଙ୍କୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। 

ମା’ ତାରିଣୀ ପଠୀ ଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କେନ୍ଦୁଝର ଜିଲ୍ଲାର ପବିତ୍ର ମା' ଘଟଗାଁ ତାରିଣୀ ପୀଠରେ ପୂଜାର୍ଚ୍ଚନା କରିବା ସହ ମା' ଙ୍କ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଥିଲା। ଦୀର୍ଘ ଦଶନ୍ଧି ଧରି ଅଣଦେଖା ହୋଇ ରହିଥିବା ଏହି ପୀଠର ବିକାଶ ପାଇଁ ମୋର ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳି ନଥିଲା। କିନ୍ତୁ ଆଜି ମା'ଙ୍କ କରୁଣାରୁ ତାଙ୍କର ଏହି ପବିତ୍ର କାର୍ଯ୍ୟ ପାଇଁ ମୋତେ ସେବା କରିବାର ସୁଯୋଗ ମିଳିଛି। ମା'ଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଭରସାରେ, ଆମେ ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କାରୁ ଅଧିକ ଅନୁଦାନ ମଞ୍ଜୁର କରିଛୁ।  

ଆହୁରି ପଢ଼ନ୍ତୁ: Mohan Charan Majhi Ghatagaon ଘଟଗାଁ 'ମା' ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ'ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅର୍ଥର ଅଭାବ ହେବନି: ମୋହନ

ମା’ ତାରିଣୀ ପ୍ରକଳ୍ପ ମାଧ୍ୟମରେ ଆମେ ମା' ତାରିଣୀଙ୍କ ପୀଠକୁ ଏକ ବିଶ୍ୱସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବୁ। ମୁଁ ବ୍ୟକ୍ତିଗତ ଭାବେ ଏହାର ତଦାରଖ କରିବି। ମା'ଙ୍କ ଇଚ୍ଛାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାରୁ, ଏଥିରେ ଅର୍ଥର ଅଭାବ କେବେହେଲେ ବାଧକ ସାଜିବ ନାହିଁ। ଏହି ଐତିହାସିକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆପଣମାନଙ୍କର ଉପସ୍ଥିତି ଓ ବିଶାଳ ରୋଡ୍ ସୋ'ରେ ମୋତେ ମିଳିଥିବା ସ୍ନେହ, ମୋର ସେବା ସଂକଳ୍ପକୁ ଆହୁରି ଦୃଢ଼ କରିଛି।  ମୋତେ ଆଶୀର୍ବାଦ ଦେଇଥିବାରୁ ସମସ୍ତ କେନ୍ଦୁଝରବାସୀ ଓ ଭକ୍ତଗଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ରାଉରକେଲା ପରି ହେବ କେନ୍ଦୁଝର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କେନ୍ଦୁଝର ଜିଲ୍ଲାରେ ବୃହତ୍‌ ଇସ୍ପାତ୍‌ କାରଖାନା ଗଢ଼ି ଉଠିବ। ସୁନାର କେନ୍ଦୁଝର ଇସ୍ପାତ ନଗରୀରେ ପରଣିତ ହେବ। ରାଉରକେଲା ଏବଂ କଳିଙ୍ଗନଗର ଭଳି ଏଠାରେ କାରଖାନା ଗଢ଼ି ଉଠିବ। ଏଥି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। 

ଆହୁରି ପଢ଼ନ୍ତୁ: Real Eunuch Caught Fake Eunuch: ଅସଲି କିନ୍ନର ହାତରେ ଧରା ପଡ଼ିଲେ ନକଲି କିନ୍ନର: ବଜାର ମଝିରେ ହେଲେ ହଟହଟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe