Madhuri: ବାନ୍ଧଶାଢ଼ି ପିନ୍ଧିବାକୁ ମାଧୁରୀ ନେଇଛନ୍ତି ୧.୬୦ କୋଟି

ଓଡ଼ିଶା ହସ୍ତତନ୍ତ୍ରର ବ୍ରାଣ୍ଡ ଆମ୍ବାସଡର୍‌ ଭାବେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ ନେନେ ନେଇଛନ୍ତି ୧ କୋଟି ୬୦ ଲକ୍ଷ ଟଙ୍କା। ଓଡ଼ିଶାକୁ ତାଙ୍କର ଯିବା ଆସିବା ବିମାନ ଟିକେଟ୍‌ ସହ ରହିବା ଓ ଖାଇବା ବାବଦକୁ ରାଜ୍ୟ ସରକାର ଅଲଗା ଭାବେ ଖର୍ଚ୍ଚ କରିଛନ୍ତି।

 Bollywood Hungama

ଭୁବନେଶ୍ବର: ଓଡ଼ିଶା ହସ୍ତତନ୍ତ୍ରର ବ୍ରାଣ୍ଡ ଆମ୍ବାସଡର୍‌ ଭାବେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ ନେନେ ନେଇଛନ୍ତି ୧ କୋଟି ୬୦ ଲକ୍ଷ ଟଙ୍କା। ଓଡ଼ିଶାକୁ ତାଙ୍କର ଯିବା ଆସିବା ବିମାନ ଟିକେଟ୍‌ ସହ ରହିବା ଓ ଖାଇବା ବାବଦକୁ ରାଜ୍ୟ ସରକାର ଅଲଗା ଭାବେ ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ବିଧାୟକ ଅରୁଣ କୁମାର ସାହୁ ଓ ଗୌତମବୁଦ୍ଧ ଦାସଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏଭଳି ଉତ୍ତର ବିତର୍କର ସୂତ୍ରପାତ କରିଛି। 

Int'l Day of Persons with Disabilities: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ମନ୍ତ୍ରୀ ଦର୍ଶାଇଛନ୍ତି, ଓଡ଼ିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତିକ ବଜାରରେ ବ୍ୟାପକ କରିବା ପାଇଁ ମାଧୁରୀଙ୍କୁ ୨୦୨୫ରେ ବ୍ରାଣ୍ଡ ଆମ୍ବାସଡର୍‌ ଭାବେ ନିଯୁକ୍ତି କରାଯାଇଛି। ଏକ ବର୍ଷ ପାଇଁ ତାଙ୍କ ସହ ଚୁକ୍ତି ସ୍ବାକ୍ଷରିତ କରାଯାଇଛି। ଏହାଦ୍ବାରା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ କଳା ଓ ସୁନାମ ବିଶ୍ବର କୋଣ ଅନୁକୋଣରେ ପହଞ୍ଚା ଯାଇପାରିବ ଏବଂ ଓଡ଼ିଶାର ବୁଣାକାରଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ।

Int'l Day of Persons with Disabilities: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ହସ୍ତତନ୍ତର ପ୍ରସାର ନାଁରେ ମାଧୁରୀଙ୍କୁ ଏତେ ପରିମାଣରେ ଅର୍ଥ ଦିଆଯିବା ନେଇ ସାମାଜିକ ଗଣମାଧ୍ୟମରେ ବହୁ ଲୋକ ଆପତ୍ତି ଉଠାଇଛନ୍ତି। ପ୍ରଶ୍ନ ଉଠିଛି, ଯଦି ଏକ ବର୍ଷ ପାଇଁ ଏହି ଟଙ୍କା ଦିଆଯାଇଛି, ତେବେ ମାଧୁରୀ ଅନ୍ୟ କେଉଁ କାର୍ଯ୍ୟକ୍ରମରେ ଓଡ଼ିଶା ହସ୍ତତନ୍ତ ପରିଧାନ କରିଛନ୍ତି ଏବଂ କେଉଁଠି ସେ ଏହାର ପ୍ରଚାର କରିଛନ୍ତି? ମାଧୁରୀ ବ୍ରାଣ୍ଡ ଆମ୍ବାସଡର୍‌ ହେବା ପରେ ଓଡ଼ିଶାର ହସ୍ତତନ୍ତ କ୍ଷେତ୍ରରେ କେତେ ବ୍ୟବସାୟ ବଢ଼ିଛି? ବୁଣାକାରମାନେ କେତେ ଲାଭ ପାଇଛନ୍ତି? ଓଡ଼ିଶା ବାହାରେ ଚାହିଦା କେତେ ବଢ଼ିଛି? ଯଦି ସେମିତି କିଛି ଆଖିଦୃଶିଆ ବ୍ୟବସାୟ ହୋଇନାହିଁ, ତେବେ ମାଧୁରୀଙ୍କୁ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ଦେବାର ଲାଭ କ’ଣ ବୋଲି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ‌ତେବେ ଏନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe