Advertisment

Mahanadi: କନକତୋରାରୁ ପାରାଦୀପ ପର୍ଯ୍ୟନ୍ତ ସତ୍ୟାଗ୍ରହ ଆୟୋଜନ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

Advertisment

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ୟୁନିଟ-୬ସ୍ଥିତ ନେତାଜୀ ଭବନ ଠାରେ ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ ବୈଠକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛିl

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ୟୁନିଟ-୬ସ୍ଥିତ ନେତାଜୀ ଭବନ ଠାରେ ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ ବୈଠକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛିl

WhatsApp Image 2026-02-25 at 16.47.08

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ୟୁନିଟ-୬ସ୍ଥିତ ନେତାଜୀ ଭବନ ଠାରେ ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ ବୈଠକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛିl ଏହି ବୈଠକରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ମହାନଦୀ ଟ୍ରିବୁନାଲର ୫ଦିନିଆ ଓଡ଼ିଶା ଗସ୍ତକୁ ନେଇ ପ୍ରଶ୍ନ କରାଯାଇଛି। କୁହାଯାଇଛି ଯେ, ଏହି ଗସ୍ତ ଏକ ଘରୋଇ ପିକନିକ କି? ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଟ୍ରିବୁନାଲ ଓଡ଼ିଶା ଗସ୍ତରେ ଆସିଥିଲା ଓ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲାl ଓଡ଼ିଶା ଲୋକଙ୍କ ୫ କୋଟି ଟଙ୍କା ଏଥିପାଇଁ ଓଡିଶା ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇଥିଲାl ହେଲେ ଫଳ କ’ଣ ହେଲା ତାହା ସମସ୍ତଙ୍କୁ ଜଣାl ଏବେ ଟ୍ରିବୁନାଲର କାର୍ଯ୍ୟକାଳ ସରିବାକୁ ବସିଥିବାବେଳେ ପୁଣି ଥରେ ଏହି ଗସ୍ତ କଣ ପାଇଁ? 

ବୈଠକରେ କୁହାଯାଇଛି ଯେ, ଆସନ୍ତା ମାର୍ଚ୍ଚରେ ଟ୍ରିବୁନାଲ ଅବଧି ସରିବl ଯେହେତୁ ୯ମାସ ଅଧକ୍ଷ ପଦବି ଖାଲିଥିଲା ତେଣୁ ପୁଣି ୯ମାସ ଟ୍ରିବୁନାଲ ଅବଧି ବଢ଼ିପାରେ ହେଲେ ସେଥିରେ ଏ ପର୍ଯ୍ୟନ୍ତ ସ୍ପଷ୍ଟତା ଆସି ନାହିଁl ଯେହେତୁ ଟ୍ରିବୁନାଲରୁ ଓଡିଶାକୁ ଏବଂ ମହାନଦୀକୁ କିଛି ନ୍ୟାୟ ମିଳୁ ନାହିଁ। ତେଣୁ ଓଡ଼ିଶା ଲୋକଙ୍କ ଟିକସ ପଇସା ପୁଣି ଖର୍ଚ୍ଚ କାହିଁକି ହେବ ଓ ସେଥିରୁ ଓଡିଶାର କ’ଣ ଲାଭ ହେବ ସେଥିପାଇଁ ଏହି ଗସ୍ତ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରଶ୍ନ କରିବା ସହିତ କିଛି ଠୋସ କାର୍ଯ୍ୟକ୍ରମ ହାତକୁ ନେଇଛିl ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ଓ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ଓ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ହୋଇଥିଲାl ଆସନ୍ତାକାଲି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ ହେବl ସେହିପରି ଫେବ୍ରୁଆରି ୨୭ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ କନକତୋରା, ସମ୍ବଲପୁର, ବିନିକା, ସୋନପୁର, ଆଠମଲ୍କିକ, ବାଙ୍କୀ, ବୈଦେଶ୍ଵର, କଟକ, ପାରାଦ୍ୱୀପ ଆଦି ସ୍ଥlନରେ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିରୋଧ ପ୍ରଦର୍ଶନ ସହ ବାଲି ସତ୍ୟାଗ୍ରହ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଆବାହକ ଶ୍ରୀ ଦାସ କହିଛନ୍ତିl

ଆଉ ଏକ ଗଭୀର ଉଦ୍‌ବେଗଜନକ ବିଷୟ ଦୟାନଦୀରେ ଏକ ବ୍ୟାରେଜ ହେବl ଏହା ଦ୍ୱାରା ତଳ ମୁଣ୍ଡରେ ନଦୀର ଅବସ୍ଥା ଶୋଚନୀୟ ହେବl ନଦୀରୁ ଉଠୁଥିବା ବାଲି ଓ ମାଟିକୁ ମାଫିଆମାନେ ବୋହି ନେଉଛନ୍ତି, ଯାହା ନଦୀ ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛିl ଆସନ୍ତା ୨୭ ତାରିଖରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସେହି ଅଂଚଳ ଗସ୍ତ କରି ସ୍ଥାନୀୟ ସମସ୍ୟା ଅନୁଧ୍ୟାନ କରିବା ସହ ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି ବୋଲି ମୁଖପାତ୍ର ପ୍ରସନ୍ନ ବିଷୋୟୀ କହିଛନ୍ତିl

ଆହୁରି ପଢ଼ନ୍ତୁ: Mahanadi water dispute: ମହାନଦୀ ଜଳ ବିବାଦ: ସନ୍ଦେହ ବଢ଼ାଇଲା ଟ୍ରିବ୍ୟୁନାଲ୍‌ଙ୍କ ଗସ୍ତ, ଗଡ଼ୁଛି ସମୟ, କ୍ଷତି ସହୁଛି ଓଡ଼ିଶା

ଆଜିର ବୈଠକରେ ପରିବେଶବିତ ଡ଼ ଜୟ କୃଷ୍ଣ ପାଣିଗ୍ରାହୀ, ସିପିଆଇର ବରିଷ୍ଠ ନେତା ଆଶିଷ ଜାନୁନଗୋ, ସିପିଏମ ନେତା ପ୍ରଦୀପ୍ତ ନାୟକ, ସିପିଆଇଏମ ( ଲିବାରେସନ ) ନେତା ଯୁଧିଷ୍ଠିର ମହାପାତ୍ର, ଫୋରୱାର୍ଡ ବ୍ଲକ ନେତା ଜ୍ୟୋତି ଇଞ୍ଜନ ମହାପାତ୍ର, ଆନ୍ଦୋଳନ ର ସହ ଆବାହକ ବାସୁଦେବ ଭଟ୍ଟ, ମନୋଜ ଜେନା, ଦୟା ସୁରକ୍ଷା ଅଭିଯାନ ର ସଚିକାନ୍ତ ପ୍ରଧାନ, ଅଶୋକ ପ୍ରଧାନ, ମହାନଦୀ ଆନ୍ଦୋଳନ ର ସଂଯୋଜକ ବିଜୟ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ ବିଶୋଇ, , ବିଜୟ ପରିଡା, ଆର ଜେ ଡି ର ହେମନ୍ତ କୁମାର, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ମନୋଜ କୁମାର ରାଉତ, ଲକ୍ଷ୍ମୀ ଦୋରା, ସୁଶୀଲ ଥାନ ପତି, ରିଙ୍କି ସାହୁ, ବିତା ଆଜାଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେl

ଆହୁରି ପଢ଼ନ୍ତୁ: Russia-Ukraine: ରୁଷ୍‌-ୟୁକ୍ରେନ ଯୁଦ୍ଧର ଚାରି ବର୍ଷ ପୂର୍ତ୍ତି-ପୁଟିନ୍‌ଙ୍କୁ ଜେଲେନସ୍କିଙ୍କ ବାର୍ତ୍ତା, ୟୁକ୍ରେନ୍‌ ଏବେବି ସ୍ବାଧୀନ

ସୂଚନାଯୋଗ୍ୟ, ମହାନଦୀ ଟ୍ରିବୁନାଲ ଆସନ୍ତା ଫେବ୍ରୁଆରି ୨୬ ତାରିଖ ଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଓଡ଼ିଶା ଗସ୍ତରେ ଆସୁଛନ୍ତିl ମହାନଦୀ ଟ୍ରିବୁନାଲ ଅଧ୍ୟକ୍ଷା ବେଲା ଏମ୍ ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡକ୍ଟର ରବି ରଞ୍ଜନ ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ, ସଦସ୍ୟl ଜଷ୍ଟିସ୍ ଇନ୍ଦରମୀତ କୌର କୋଚର  ତାଙ୍କ ସ୍ୱାମୀ ଜଷ୍ଟିସ୍ ଏ. କେ. ପାଠକ, ଜଷ୍ଟିସ ରବି ରଞ୍ଜନଙ୍କ ଝିଅ ଭବ ପ୍ରିୟଦର୍ଶିନୀ, ନାତି ଗୁରୁ ବିକ୍ରମଦିତ୍ୟ, ହିସାବ କାରକ ଏ.କେ. ସିଂହ, ଆସେସାର କୃଷ୍ଣନୁନ୍ନି ଏନ.ଏମ.,ରେଜିଷ୍ଟ୍ରର ଚନ୍ଦନ ମୁଖାର୍ଜୀ, ସୁରକ୍ଷା ଅଧିକାରୀ ଅନିଲ ଦତ୍ତ ଶର୍ମା, ସୁଜିତ କୁମାର ଗିରି, ବିଭାଗ ଅଧିକାରୀ ମନୋଜ କୁମାର ପ୍ରମୁଖ ଏହି ଟିମରେ ଆସୁଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe