ଝାରସୁଗୁଡ଼ା: ମହାନଦୀ ଜଳ ବିବାଦ ମାମଲା ଏବେ ବି ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଫିଟାଇବାକୁ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। କିନ୍ତୁ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଣମୌସୁମୀ ଋତୁ ଆରମ୍ଭ ହେଉହେଉ ଛତିଶଗଡ଼ ସରକାର ମହାନଦୀର ଓଡ଼ିଶା ପ୍ରବେଶ ପୂର୍ବରୁ ରହିଥିବା କଲମା ବ୍ୟାରେଜ୍ର ୬୬ରୁ ୬୩ଟି ଗେଟ୍ ବନ୍ଦ କରିଦେଇଛନ୍ତି। ଖୋଲାଥିବା ୩ଟି ଗେଟ୍ରେ ଯେତିକି ପାଣି ଆସୁଛି, ତାହା ହିଁ ଓଡ଼ିଶା ଭାଗରେ ପଡୁଛି।
River in danger: ବିପଦରେ ନଈ: ମରିମରି ଯାଉଛି ଡେମ୍ପାନାଳ, ବର୍ଷର ୧୦ ମାସ ଶୁଖିଲା, ଚାଷୀ ନିରାଶ
ଗତ ଏପ୍ରିଲ ମାସରେ ଝାରସୁଗୁଡ଼ାର ରବି ସୋନି କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଅନ୍ଲାଇନ୍ ଗ୍ରିଭାନ୍ସ ସେଲ୍ରେ ଅଭିଯୋଗ କରିଥିଲେ। ପ୍ରାକୃତିକ ଜଳପ୍ରବାହକୁ ରୋକିବା ବେଆଇନ ହୋଇଥିବାରୁ ଛତିଶଗଡ଼ ସରକାରଙ୍କୁ ତୁରନ୍ତ କଲମା ବ୍ୟାରେଜ୍ ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଗତ ୨୦ ତାରିଖରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଉତ୍ତର ରଖିଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କଲ୍ମା ବ୍ୟାରେଜ ଆସୁଥିବାରୁ ଏହି ଘଟଣା ମଧ୍ୟ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେଣୁ ସେଠାରେ ସମସ୍ୟା ଉତ୍ଥାପନ ବିଭାଗୀୟ ବରିଷ୍ଠ ଯୁଗ୍ମ କମିସନର ଅବନ୍ତୀ ବର୍ମା ଚିଠିରେ ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନାରେ ମାମଲାର ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାର ଅବଗତ ଅଛନ୍ତି ନା ନାହିଁ, ସେ ନେଇ ମଧ୍ୟ ଦ୍ବନ୍ଦ୍ବ ଉପୁଜିଛି।
କଲ୍ମାରେ ଆଜି ୩ଟି ଗେଟ୍ ଆଂଶିକ ଖୋଲା ରହିଥିଲା। ଏଥିରୁ ସ୍ବଳ୍ପ ପରିମାଣର ପାଣି ହୀରାକୁଦ ଜଳଭଣ୍ଡାରକୁ ଆସୁଛି। କଲ୍ମା ବ୍ୟାରେଜ୍ର ସର୍ବାଧିକ ଜଳଧାରଣ କ୍ଷମତା ୧୯୭ ମିଟର ରହିଥିବା ବେଳେ ଆଜି ସୁଦ୍ଧା ସେଠାରେ ୧୯୬.୫ ମିଟର ପାଣି ରହିଛି। ବ୍ୟାରେଜ୍ ଦେଇ ଓଡ଼ିଶା ପଟକୁ ଯେତିକି ପାଣି ଆସୁଛି ତାହା ଅତି ନଗଣ୍ୟ। ଯାହାଫଳରେ କଲ୍ମା ବ୍ୟାରେଜ୍ ତଳକୁ ଛତିଶଗଡ଼ ପାର୍ଶ୍ବରେ ମହାନଦୀ ଏବେଠୁ ଶୁଖିବା ଅବସ୍ଥାକୁ ଆସିଗଲାଣି। ଅନ୍ୟପକ୍ଷରେ ପାଣି କମ୍ ଆସିବା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ଖସିବାକୁ ଆରମ୍ଭ କଲାଣି। ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୪୭ ଫୁଟ ରହିଥିବା ବେଳେ ଜଳଭଣ୍ଡାରକୁ ହାରାହାରି ୯,୬୩୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ଆଗକୁ ଛତିଶଗଡ଼ ସରକାର କଲମା ବ୍ୟାରେଜ୍ର ବଳକା ୩ଟି ଗେଟ୍ ବନ୍ଦ କରିଦେଲେ ପୂର୍ବବର୍ଷ ଭଳି ମହାନଦୀ ଉପରମୁଣ୍ଡରୁ ଜଳପ୍ରବାହ ଏକପ୍ରକାର ଠପ୍ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/27/fshhsfhfshfs-2025-11-27-00-14-35.jpg)