Main accused in rape and murder of minor girl arrested Photograph: (sambad.in)
ଭଦ୍ରକ,/ଚାନ୍ଦବାଲି :ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି। ମୃତକଙ୍କୁ ନ୍ୟାୟ ଦାବିରେ ହାଟପଟି, ମଧୁବାବୁ ଛକ ଓ ବସ୍ଷ୍ଟାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।
ସୂଚନା ଅନୁସାରେ ମଙ୍ଗଳବାର ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ବଣ ଭିତରୁ ଜଣେ ନାବାଳିକା(୧୧)ର ମୃତଦେହ ଉଦ୍ଧାର ହୋଇଛି। ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଆହୁରି ପଢ଼ନ୍ତୁ:Orissa High Court's Winter Vacation: ଶୀତକାଳୀନ ଛୁଟି ପାଇଁ ଡିସେମ୍ବର ୨୫ରୁ ଓଡ଼ିଶା ହାଇକୋର୍ଟ ବନ୍ଦ
ଗତକାଲି ସକାଳୁ ସୁଶାନ୍ତ ମିଶ୍ରଙ୍କ ଝିଅ ନିଖୋଜ ଥିଲେ। ସକାଳୁ ପରିବାର ଲୋକେ ଖୋଜିବା ଆରମ୍ଭ କରି ସନ୍ଧ୍ୟାରେ ଚାନ୍ଦବାଲି ଥାନାକୁ ଜଣାଇଥିଲେ। ତେବେ ରାତି ସାଢ଼େ ୭ଟା ସମୟରେ ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ଏକ ନିଛାଟିଆ ବଣୁଆ ସ୍ଥାନରେ ସ୍ଥାନୀୟ ଲୋକେ ନାବାଳିକାର ମୃତଦେହ ଠାବ କରିଥିଲେ। ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ବ୍ୟବସ୍ଥା କରାଇଛି। ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ ଜମିବା ସହ ଉତ୍ତେଜନା ଲାଗି ରହିଛି।
ଅଭିଯୁକ୍ତଙ୍କ ଘରକୁ ଭାଙ୍ଗିଲେ ଲୋକେ
ପୁଲିସ୍ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଚାନ୍ଦବାଲିର ବାବୁଲ ଦାସ। ଉତ୍ୟକ୍ତ ଗାଁ ଲୋକେ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗି ଦେଇଛନ୍ତି।
ଏଭଳି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିସନଙ୍କ ଟିମ୍ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ଛାତ୍ରୀଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷତ୍ତି ପୂରଣ ଦେବାପାଇଁ ଜାତୀୟ ମାନବ ଅଧିକାର କମିସନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 29337/2025 ରେ କେସ ଓଡ଼ିଶା ଏନପିଏଲପି ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଦାୟର କରାଯାଇଛି।
ଆହୁରି ପଢ଼ନ୍ତୁ:Navneet Rana Controversial Claim: ୪ଟି ଲେଖାଏଁ ପିଲା ଜନ୍ମ କର, ନହେଲେ ଭାରତ ହୋଇଯିବ ପାକିସ୍ତାନ: ନବନୀତ ରାଣା
ଏହି ମାମଲାରେ ଏସପି ଭଦ୍ରକ,ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା ଏବଂ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |
Follow Us