Major fire in Bardol: ବରଡ଼ୋଲରେ ବଡ଼ ଅଗ୍ନିକାଣ୍ଡ: ବସ୍ତା ତିଆରି କାରଖାନାରେ ନିଆଁ, କୋଟିକୋଟି ଟଙ୍କାର ସାମଗ୍ରୀ ପାଉଁଶ

Advertisment

ବରଗଡ଼ ବରଡ଼ୋଲରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଜୈନ ପଲିଫେବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ପ୍ଲାଷ୍ଟିକ୍‌ ବସ୍ତା ତିଆରି କାରଖାନା) ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରୁ ନିଆଁ ଲାଗିଥିବା ବେଳେ ରାତି ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନି।

ବରଗଡ଼ ବରଡ଼ୋଲରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଜୈନ ପଲିଫେବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ପ୍ଲାଷ୍ଟିକ୍‌ ବସ୍ତା ତିଆରି କାରଖାନା) ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରୁ ନିଆଁ ଲାଗିଥିବା ବେଳେ ରାତି ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନି।

fire

ବରଗଡ଼: ବରଗଡ଼ ବରଡ଼ୋଲରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଜୈନ ପଲିଫେବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ପ୍ଲାଷ୍ଟିକ୍‌ ବସ୍ତା ତିଆରି କାରଖାନା) ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରୁ ନିଆଁ ଲାଗିଥିବା ବେଳେ ରାତି ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନି। ପ୍ରାୟ ୨୦୦ରୁ ଅଧିକ ଶ୍ରମିକ କାମ କରୁଥିବା ଏହି କାରଖାନାରେ ସଟ୍‌ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି। ବରଗଡ଼ ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ସହ ଭଟଲି, ସିମେଣ୍ଟନଗର, ବରପାଲି, ଅମ୍ବାଭୋନା ଓ ଅନ୍ୟ ବ୍ଲକ୍‌ର ଅଗ୍ନିଶମ ବିଭାଗ ଗାଡ଼ି ଓ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହାସହ ପ୍ଲାଷ୍ଟିକ ବସ୍ତା ତିଆରି ଗୋଦାମ ହୋଇଥିବାରୁ ସମ୍ବଲପୁରରୁ କେମିକାଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ରୋବୋଟିକ୍‌ ନିଆଁଲିଭା ଗାଡ଼ି ମଧ୍ୟ ଆସି ନିଆଁକୁ ଆୟତ୍ତ କରୁଛି। ପ୍ରାୟ ୧୦୦ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି।

NH: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୬ ଲେନ୍‌ କରିବା ନେଇ ହେବ ସର୍ଭେ

କୋଟିକୋଟି ଟଙ୍କାର ସାମଗ୍ରୀ ପାଉଁଶ
ବ୍ୟବହାର ହେଲା ରୋବୋଟିକ୍‌ ଦମକଳ

ନିଆଁ ଲାଗିବା ପରେ ହୁତୁହୁତୁ ହୋଇ କାରଖାନା ଜଳିଥିଲା। ମେସିନ୍‌ ସେକ୍ସନରେ ପ୍ରଥମେ ସଟ୍‌ସର୍କିଟ ହୋଇ କେମିକାଲରେ ନିଆଁ ଧରିଥିଲା। ସେଠାରୁ ସବୁ ଆଡ଼କୁ କ୍ଷୀପ୍ରଗତିରେ ନିଆଁ ବ୍ୟାପିଥିଲା।  ବଡ଼ବଡ଼ ଗୋଦାମକୁ ମଧ୍ୟ ନିଆଁବ୍ୟାପୀ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୩୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଲୋକ ଓ କର୍ମଚାରୀମାନେ କହିଛନ୍ତି। ଗୋଦାମର ଆଜ୍‌ବେଷ୍ଟସ ସବୁ ମଧ୍ୟ ପାଉଁଶ ହୋଇଗଲାଣି। ଖବର ପାଇ ପ୍ରଥମେ ବରଗଡ଼ ଅଗ୍ନିଶମ ବିଭାଗର ମୁଖ୍ୟ (ଏଏଫ୍‌ଓ) ସୁଦୀପ୍ତ ସ୍ୱାଇଁ, ଷ୍ଟେସନ୍‌ ଅଫିସର ବେଦବ୍ୟାସ ପିଙ୍କ, ଆସିଷ୍ଟାଣ୍ଟ ଷ୍ଟେସନ୍‌ ଅଫିସର ରାମ କୁଜୁର ପ୍ରମୁଖ ସମସ୍ତ କର୍ମଚାରୀଙ୍କୁ ଆଲର୍ଟ କରି ପହଞ୍ଚିଥିଲେ। ପରେ ଅନ୍ୟ ସମସ୍ତ ୟୁନିଟକୁ ଖବର ଦେଇ କର୍ମଚାରୀଙ୍କ ଆବଶ୍ୟକତା ଲୋଡ଼ାଯାଇଥିଲା। ବର୍ତ୍ତମାନ ସୁଦ୍ଧା ନିଆଁଲିଭା କାର୍ଯ୍ୟ ଚାଲିଛି।

Governor Of Odisha: ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

କୁଇକ୍‌ ରେସପନ୍ସ ଟିମ୍‌ ମଧ୍ୟ ସମ୍ବଲପୁରରୁ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ତେବେ ମୁଖ୍ୟତଃ କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନି ବୋଲି ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି। କାରଖାନାର ମାଲିକ ପ୍ରବୀଣ ଜୈନ ବୋଲି ଜଣାପଡ଼ିଛି। ତାଙ୍କ ପୁଅ ଚିରାଗ ଜୈନ ଓ ସଂପର୍କୀୟମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe