କଟକ: କଟକ ଜିଲ୍ଲା ଏବଂ ଦୌରା ଜଜ୍ କୋର୍ଟକୁ ପୁଣି ଥରେ ଧମକପୂର୍ଣ୍ଣ ମେଲ୍ ଆସିଛି। ସମାନ ମେଲ୍ ଆଇଡିରୁ ଏହି ମେଲ୍ ଆସିଛି। ତେବେ ଡାର୍କ ୱେବ୍ରୁ ମେଲ୍ ପଠାଯାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଯାହାଫଳରେ ମେଲ୍ର ପ୍ରକୃତ ଆଇପି (ଇଣ୍ଟରନେଟ୍ ପ୍ରୋଟକଲ୍) ଠାବ କରିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଆହ୍ବାନ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ସହିତ ପ୍ରୋଟୋକଲ୍ ଅନୁଯାୟୀ କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ରହିଛି। ଏହି ମେଲ୍ ଆସିବା ପରେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଡିଜି ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଅନ୍ୟପଟେ ବୋମା ନିଷ୍କ୍ରିୟକାରୀ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଉଭୟ ହାଇକୋର୍ଟ ଓ ଜିଲ୍ଲା କୋର୍ଟ ପରିସର ଯାଞ୍ଚ କରିଥିଲେ।
Cricket: ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍: ଆମେରିକାକୁ ଭେଟିବ ଭାରତ
ସୂଚନା ଅନୁଯାୟୀ, ଜାନୁଆରି ୮ ତାରିଖରେ କଟକ ଜିଲ୍ଲା ଏବଂ ଦୌରା ଜଜ୍, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବିସ୍ଫୋରଣରେ ଉଡ଼ାଇ ଦେବା ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲିବରେସନ୍ ଟାଇଗର୍ସ ଅଫ୍ ତାଲିମ୍ ଇଲମ୍ (ଏଲ୍ଟିଟିଇ) ନାଁରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଡାର୍କ ୱେବ୍ରେ ଟର୍ ବ୍ରାଉଜର୍ ବ୍ୟବହାର କରି ଅପରାଧୀ ଗୋଷ୍ଠୀ ହଟ୍ମେଲ୍ ଡୋମେନ୍ରୁ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଥିଲେ। ନରୱେ ଦେଶର ଆଇପି (ଇଣ୍ଟରନେଟ୍ ପ୍ରୋଟକଲ୍) ଆଡ୍ରେସ୍ ବ୍ୟବହାର କରି ଏହାକୁ ଖୋଲାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ସମାନ ଧରଣର ଘଟଣା ଶୁକ୍ରବାର ଘଟିଛି। ଶୁକ୍ରବାର ସକାଳେ କଟକ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଥିଲା। ମେଲ୍ ମିଳିବା ପରେ ସକାଳ ପ୍ରାୟ ୧୦ଟା ବେଳେ ଘଟଣାସ୍ଥଳରେ ଲାଲବାଗ ଥାନା ପୁଲିସ ପହଞ୍ଚିଥିଲା। ପରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନ୍ଦେଓ ପହଞ୍ଚି ସୁରକ୍ଷା ସମୀକ୍ଷା କରିଥିଲେ। ଦିନ ପ୍ରାୟ ୨ଟା ଯାଏଁ କୋର୍ଟ ପରିସର ଯାଞ୍ଚ କାରାଯାଇଥିଲା। ତେବେ ଏହି ମେଲ୍ ମିଳିବା ପରେ କୋର୍ଟ କାମ ସେଭଳି ପ୍ରଭାବିତ ହୋଇ ନଥିଲା।
ଦୁଇ ଘଣ୍ଟା କାଳ ସୁରକ୍ଷା ସମୀକ୍ଷା
ବୋମା ନିଷ୍କ୍ରିୟକାରୀ, ସନ୍ଧାନୀ କୁକୁର ଟିମ୍ର ଯାଞ୍ଚ
ଡାର୍କ ୱେବ୍ରୁ ଆସିଛି ଇ-ମେଲ୍
ଏହି ଘଟଣାକୁ ନେଇ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ଅଜଣା ମେଲ୍ ମାଧ୍ୟମରେ ବୋମା ଆତଙ୍କକୁ ନେଇ କୌଣସି ପ୍ରକାର ଆଶଙ୍କା ପ୍ରକାଶ କରାଯିବା ଉଚିତ ନୁହେଁ। ଭାରତ ସରକାରଙ୍କ ସହଯୋଗରେ ଏହି ମେଲର ଉତ୍ସ କ’ଣ ତାର ବର୍ତ୍ତମାନ ତଦନ୍ତ ଚାଲୁ ରହିଛି। ଜଷ୍ଟିସ୍ କେ.ଆର୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଥିବା ହାଇକୋର୍ଟର ସିକ୍ୟୁରିଟି କମିଟିରେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍ ଭି. ନରସିଂହଙ୍କ ଉପସ୍ଥିତିରେ ଦୁଇଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରାଯାଇଛି। ଏଥିରେ ଅଗ୍ନିଶମ ଡିଜି, କ୍ରାଇମବ୍ରାଞ୍ଚ ଡିଜି, ଡିସିପି କଟକ, ଗୁଇନ୍ଦା ବିଭାଗର ଏସ୍ପି ପ୍ରମୁଖ ହାଇକୋର୍ଟର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଏଭଳି ଧମକପୂର୍ଣ୍ଣ ମେଲ୍ ଆତଙ୍କବାଦମାନେ ବିଭିନ୍ନ ସମୟରେ ଆତଙ୍କ ଖେଳାଇବା ପାଇଁ ସମାଜରେ କରିଥାନ୍ତି। ତାର ଅର୍ଥ ନୁହେଁ ସରକାର ହାଲକା ଭାବେ ନେବେ। ଆମେ ଗୁରୁତ୍ବର ସହିତ ନେଇଛୁ। ନ୍ୟାୟାଳୟଗୁଡ଼ିକରେ ସରକାରଙ୍କ ତରଫରୁ ସୁରକ୍ଷା କଡ଼ାକଡ଼ି ଭାବେ ପାଳନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଯାଞ୍ଚ ଚାଲିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
Horoscope 2026 February 07 : ଜାଣନ୍ତୁ ଆଜିର ରାଶିଫଳ
ଅନ୍ୟପଟେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, କୋର୍ଟରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଡିସିପିଙ୍କୁ କୁହାଯାଇଛି। ଏଭଳି କେହି ପ୍ରୟାସ କଲେ ସୁରକ୍ଷା ବ୍ୟବସ୍ଥା ଯେମିତି ଭଙ୍ଗ ନ ହେବ, ସେଥିପାଇଁ ବିସ୍ତୃତ ପ୍ରସ୍ତାବ ତିଆରି ହେଉଥିବା ଶ୍ରୀ ମିଶ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/07/sfhshfhfsfh-2026-02-07-02-01-52.jpg)