ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲ ସଂଗଠନ ଏବେ ଦୁର୍ବଳ ହୋଇ ଆସୁଛି। ଜଂଗଲରୁ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏହି କ୍ରମରେ ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ଛତିଶଗଡ଼ର କାଙ୍ଗେର ଘାଟି ଏରିଆ କମିଟିର ଏରିଆ କମିଟି ମେମ୍ବର ସୁଖରାମ ମାଡକମ ଓରଫ ସୁରେଶ ଓରଫ ୟୋଗେଶ(୩୨) ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛି। ସୁଖରାମ ଏସଏଲଆର ବନ୍ଧୁକ ସହ ବିସ୍ଫୋରକ ଓ ମାଓ ସାମଗ୍ରୀ ସହ ଆତ୍ମସମର୍ପଣ କରିଛି।
ସୁଖରାମର ଘର ସୁକମା ଜିଲ୍ଲା ଅନ୍ତର୍ଗତ ପୁସପାଲ ଥାନା ଅଂଚଳର ଗୋବିନ୍ଦପାଲ ଗ୍ରାମରେ। ସେ ୨୦୧୦ରେ ସୁଖରାମ ବାଲ ସଂଗଠନରେ ଯୋଗ ଦେଇଥିଲା। ୨୦୧୨ରେ ସେ ସିଏନଏମ ଗ୍ରୁପର ସଦସ୍ୟ ହୋଇଥିଲା। ୨୦୧୪ ବେଳକୁ ସେ ଓଡିଶାର ମହୁପଦର ଏରିଆ କମିଟିର ପାର୍ଟି ସଦସ୍ୟ ହୋଇଥିଲା। ୨୦୧୪ ମସିହା ନଭେମ୍ବରରେ ତାକୁ ମାଛାକୋଟ ଏରିଆ କମିଟିକୁ ବଦଳି କରିଦିଆଯାଇଥିଲା। ପୁଣି ୨୦୧୬ ସେପ୍ଟେମ୍ବରରେ ସୁଖରାମକୁ ମହୁପଦର ଏରିଆ କମିଟି ମେମ୍ବର ଭାବେ ବଦଳି ହୋଇଥିଲା। ୨୦୧୮ ମସିହାରେ ସେ ମାଲାଙ୍ଗିର ଏରିଆ କମିଟିର ମିଲିଟାରି ପ୍ଲାଟୁନରେ ଯୋଗ ଦେଇଥିଲା। ୨୦୧୯ ଏବଂ ୨୦୨୦ ମସିହାରେ ସେ ନକ୍ସଲଙ୍କ ଆଦର୍ଶ ସହ ଜଡିତ ହୋଇ କାମ କରିବା ଆରମ୍ଭ କରିଥିଲା। ପରେ ସେ ମୋବାଇଲ ଏକାଡେମିକ ସ୍କୁଲରେ ସଦସ୍ୟ ହୋଇଥିଲା।
/filters:format(webp)/sambad/media/media_files/2026/02/04/mkg-naxal-surrender-4-2026-02-04-15-35-49.jpg)
ମାଲକାନଗିରି ଏବଂ ଛତିଶଗଡ଼ର ବିଭିନ୍ନ ଅଂଚଳରେ ସୁଖରାମ ପୁଲିସ ଉପରେ ଗୁଳି ଚଳାଇବା ଏବଂ ହତ୍ୟା କରିବା ଭଳି ସଂଗୀନ ଅଭିଯୋଗ ରହିଥିବା ପୁଲିସ କହିଛି। ସୁଖରାମ ପୁଲିସ ନିକଟରେ ଏସଏଲଆର ବନ୍ଧୁକ, ପତ୍ରିକା, ଟିଫିନ୍ ବୋମା, କୋଡେକ୍ସ ତାର, ବାଣ, ବିଦ୍ୟୁତ ତାର, ମାଓ ପୋଷାକ, ଔଷଧ, ଟର୍ଚ ଲାଇଟ, ସାହିତ୍ୟ ପୁସ୍ତକ ଇତ୍ୟାଦି ପୁଲିସକୁ ପ୍ରଦାନ କରିଛି। ସୁଖରାମ ମୁଣ୍ଡରେ ରାଜ୍ୟ ସରକାର ୨୧ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: Supreme Court For SIR Case: ସୁପ୍ରିମକୋର୍ଟରେ ଏସ୍ଆଇଆର୍ ଶୁଣାଣି
ପୁଲିସ ତରଫରୁ ୨୫ ହଜାର ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରିବା ସହ ସରକାରଙ୍କ ନୂଆ ଆତ୍ମସମର୍ପଣ ପୁଲିସରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ କହିଛି। ଜଂଗଲରେ ଏବେ ବି ପଥଭ୍ରଷ୍ଟ ହୋଇଥିବା ନକ୍ସଲମାନେ ତୁରନ୍ତ ଆତ୍ମସମର୍ପଣ କରି ନିଜର ବାକି ଜୀବନ ସୁଖରେ କଟାଇବା ପାଇଁ ପୁଲିସ ଆହ୍ବାନ କରିଛି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଆତ୍ମସମର୍ପଣ ନକଲେ ସରକାରଙ୍କ ଆତ୍ମସମର୍ପଣ ନୀତି ବଦଳିପାରେ ବୋଲି କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆର.କେ ଦାସ ଏବଂ ପ୍ରମୋଦ କୁମାର ସେନାପତି ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Cricket rules will change : ବଦଳିବ କ୍ରିକେଟ୍ ନିୟମ, ୭୩ଟି ସଂଶୋଧନ ଆଣିଲା ଏମ୍ସିସି
Follow Us