ନବରଙ୍ଗପୁର: ମଣ୍ଡେଇ ତୃତୀୟ ସଂଧ୍ୟାରେ ଗତ କାଲି  ମଂଚରେ ହୋଇଥିବା ବାଘ-ଛେଳି ଭିଡିଓ ସୋମବାର ସାମାଜିକ ଗଣମାଧ୍ୟମ ଗୁଡିକରେ ଉଭୟ ଦଳର ସମର୍ଥକ ମାନେ ଭାଇରାଲ କରିବାରେ ଲାଗିଛନ୍ତି। ଫଳରେ ଜିଲ୍ଲାରାଜନୀତି‌ରେ  ଉଷ୍ଣତା ବୃଦ୍ଧି ପାଇଛି। ଅପରପକ୍ଷରେ କାହାର ଭୂଲ ଯୋଗୁଁ ଅଚାନକ ଏଭଳି ହେଲା ତାହାକୁ‌ ନେଇ ଜିଲ୍ଲାପ୍ରଶାସନ ବି ତର୍ଜମା ଆରମ୍ଭ କରିଛନ୍ତି।

Advertisment

ଗତ କାଲି ସଂଧ୍ୟାରେ ମଣ୍ଡେଇ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ମନୋହର ରନ୍ଧାରୀ ଭାଷଣ ଦେବା ସମୟରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଶୀଘ୍ର ସାରିବାକୁ କହିଥିଲେ। ଏହାକୁ ନେଇ ବିଧାୟକ ରନ୍ଧାରୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଥିଲେ। ଜିଲ୍ଲାର ଲୋକଙ୍କ ସମ୍ପର୍କରେ ସେ କହିବେ, ଏଥିରେ କାହିଁକି ବାଧା ଦେଉଛନ୍ତି ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ:Courage Of Youth: ଯୁବକଙ୍କ ସାହସିକତା: ୪ ଲୁଟେରାଙ୍କୁ କାବୁ କଲେ

ମଣ୍ଡେଇ ରାଜନୀତି

ପ୍ରଶାସନକୁ ସବୁ ବେଳେ ସହଯୋଗ କରି ଆସୁଛନ୍ତି। ତାଙ୍କୁ ନିମନ୍ତ୍ରଣପତ୍ର ଦେଇଥିଲେ ହେଁ ଫୋନ କରି ଡକାଯାଇନି ବୋଲି କହିଥିଲେ। ଏହା ବିଜେପି ଦଳର ଦଳୀୟ ବୈଠକ କି ବୋଲି କହିଥିଲେ। ଏହା ପରେ ଏହାକୁ ଦଳୀୟ କର୍ମୀ ଓ ନେତା ମାନେ ପ୍ରବଳ ପାଠିତୁଣ୍ଡ କରିଥିଲେ। ସେ ଏଥିରେ ଉତକ୍ଷିପ୍ତ ହୋଇ ଥିଲେ ବିଧାୟକ। ସେ କାହାକୁ ଡରିବାର ନାହିଁ, ସେ ବାଘ ବୋଲି କହିଥିଲେ। 

ମଂଚରେ ବୁଝାଇବା ସମୟରେ କିଛି ନିଜ ଭାଷାରେ ଶାଳୀନତା ନ ରଖି ଆଶାଳୀନ ଭାଷାରେ ଗାଳି କରିଥିବା ଅଭିଯୋଗ ହୋଇଛି। ଏହାକୁ ଗଣଶିକ୍ଷା ମଣ୍ଡେଇ ମହୋତ୍ସବ ସାଂସ୍କୃତିକ ମହୋତ୍ସବ , ଲୋକସଂଗୀତ, ଲୋକ ବାଦ୍ୟ ଆଦିର ପ୍ରଦର୍ଶନ କରାଯାଇ ଏହାକୁ ପରିଚୟ ଦିଆଯାଏ। ଆମ ସଂସ୍କୃତି ଆମ ପରିଚୟ ,ଏହାକୁ ସମୃଦ୍ଧି କରି ବିଶ୍ବସ୍ତରରେ ବିଦିତ କରିବା ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ଡାବୁଗାଁ ବିଧାୟକ ମୁଁ ବାଘ ବୋଲି କହିଲେ ତାହାର ଅର୍ଥ ଆମେ ସବୁ ଛେଳି କି ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରଶ୍ନ କରିଥିଲେ। ୨୪ବର୍ଷର ସରକାର ୧୭ମାସର ସରକାରଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ମଣ୍ଡେଇ ମହୋତ୍ସବରେ ରାଜନୈତିକ ପ୍ରସଙ୍ଗ ଉଠାଇବା କଥା ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ସବୁବେଳେ ଅସହୟ ହୋଇ ରାଜନୀତି କରିବା ପାଇଁ ଏଭଳି କରୁଛନ୍ତି। ଏହାର ପ୍ରତି ଉତ୍ତର ରଖିବାକୁ ଆମେ ବାଧ୍ୟ ହେଉଛୁ। ପ୍ରକୃତରେ ଭାଇଚାରାର ମଣ୍ଡେଇ। ସମୟ ସମୟରେ ଏଭଳି ଅଲଗା ରାସ୍ତାକୁ ଯାଉଛି। ଜିଲ୍ଲାର ବିକାଶ ପାଇଁ ପ୍ରୟାସରଥ ବୋଲି ମନ୍ତ୍ରୀ  କହିଛନ୍ତି।

ବର୍ଷକୁ ଥରେ ମ‌ଣ୍ଡେଇ କରାଯାଇ ଜିଲ୍ଲାର ବିକାଶର ଧାରାକୁ ଦର୍ଶାଯାଉଛି। ଭାଇଚାରାର ମଣ୍ଡେଇ। ସେ ଜିଲ୍ଲାବାସୀ, ମାଟି ଓ ବିକାଶ ସମ୍ପର୍କରେ କହୁଥିବା ବେଳେ ସରକାରଙ୍କୁ ଅବଗତ କରିବା ଜଣେ ଜନ ନେତାର କାମ ବୋଲି ବିଧାୟକ କହିଛନ୍ତି। ତେବେ କିଛି ଭଦ୍ରବ୍ୟକ୍ତିଙ୍କୁ ଏହା ଭଲ ଲାଗି ନଥିଲା। ସେ କାହାକୁ ଆଶାଳୀନ ବ୍ୟବହାର କିମ୍ବା ଭାଷା ପ୍ରୟୋଗକରି ନାହାନ୍ତି ବୋଲି ସଫେଇ‌ ଦେଇଛନ୍ତି। ସେ ବାଘ , ସବୁ  ବେଳେ ବାଘ ହୋଇ ରହିବେ। ମଣ୍ଡେଇ ଶୁଭାରମ୍ଭରୁ ଜିଲ୍ଲାର ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ସଭ୍ୟ ମାନଙ୍କୁ ଅ‌ଣଦେଖା କରିବାରୁ ସବୁ ବର୍ଜନ କରିଥିଲେ। ଏବେ ବି କରିଛନ୍ତି ବୋଲି ବିଧାୟକ କହିଛନ୍ତି। ଜିଲ୍ଲାପ୍ରଶାସନ ନିରପେକ୍ଷ ଭାବେ କରିବା କଥା।

ଆହୁରି ପଢ଼ନ୍ତୁ:Masood Azhar : ଭାରତୀୟ ଜେଲରେ ଖାଇଥିବା ନିସ୍ତୁକ ମାଡ଼ କଥା ଏବେ ବି ମନେ ରଖିଛି ମାସୁଦ ଆଝାର

ପ୍ରୋଟକଲ ଭାଙ୍ଗିବା କଥା ନୁହେଁ ବୋଲି ବିଧାୟକ କହିଛନ୍ତି। ସେ ବାଘ, ମା, ମାଟି ପାଇଁ ଗର୍ଜନ କରିବେ। ଛେଳି ମାନେ ଅଛନ୍ତି, ତେଣୁ ସେମାନେ ଭୟ କରି ଏଭଳି କହୁଛନ୍ତି ବୋଲି କହିଛନ୍ତି ବିଧାୟକ ରନ୍ଧାରୀ। ଡରୁଥିଲେ ବୋଲି ପ୍ରତିବାଦ କରୁଥିଲେ, ମଂଚର ଗାରିମା ସେ ଭାଙ୍ଗି ନାହାନ୍ତି କି ଶାଳୀନତାରେ ରହିଥିଲେ ବୋଲି ସଫେଇ ଦେଇଛନ୍ତି ବିଧ‌ାୟକ। 

ରିପୋର୍ଟ: ସୁରେଶ ନାଇଡୁ