ମନମୋହନ-ଦେବୀ ମିଶ୍ର ମୁହାଁମୁହିଁ

ବିଜେପି ରାଜ୍ୟ ସଭାପତିଙ୍କ ଅଭିଶପ୍ତ ୨୪ ବର୍ଷ ଓଡ଼ିଶା ଉପରେ ବିଜେଡି ନେତା ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମନମୋହନ ସାମଲ ବୋଧେ ଭୁଲିଯାଉଛନ୍ତି ସେ ବି ଅତୀତରେ ସରକାରରେ ଥିଲେ...

Manmohan-Devi Mishra face to face

Manmohan-Devi Mishra face to face Photograph: (sambad.in)

ଭୁବନେଶ୍ବର: ୭୬ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ, ଓଡ଼ିଶାରେ ଶାସନର ପରିବର୍ତ୍ତନ ହୋଇଛି। ପୂର୍ବରୁ ଲୋକେ କହୁଥିଲେ ଓଡିଶା ଅଭିଶପ୍ତ ରହିଛି। ଏଥର ଆମକୁ ସୁଯୋଗ ମିଳିଛି ଆମେ ସମସ୍ତେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବୁ।  

ଲୋକେ ୨୪ ବର୍ଷ ଶାସନଠାରୁ ମୁହଁ ବୁଲେଇଛନ୍ତି। ଆମକୁ ଦାୟିତ୍ଵ ଦେଇଛନ୍ତି। ଆଜି ଓଡିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଛି।

ବିଜେପି ରାଜ୍ୟ ସଭାପତିଙ୍କ ଅଭିଶପ୍ତ ୨୪ ବର୍ଷ ଓଡ଼ିଶା ଉପରେ  ବିଜେଡି ନେତା ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମନମୋହନ ସାମଲ ବୋଧେ ଭୁଲିଯାଉଛନ୍ତି ସେ ବି ଅତୀତରେ ସରକାରରେ ଥିଲେ । 

ସମସ୍ତେ କହୁଛନ୍ତି ବୋଲି ସେ ବି ବୋଧେ କହିଛନ୍ତି। ପୁରୁଣା କଥା ସେ ଭୁଲିଗଲେଣି। ନୀତି ଆୟୋଗ ନବୀନ ସରକାରଙ୍କୁ ପ୍ରଶଂସା କରିଥିଲେ।

ଅଧିକ ପଢ଼ନ୍ତୁ: ପୂର୍ବ ସରକାର ସମୟରେ ଓଡ଼ିଶା ଅଭିଶପ୍ତ ଥିଲା: ମନମୋହନ ସାମଲ

ନୀତି ଆୟୋଗ କାହାର ବୋଲି ଦେବୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏବଂ ମୋନମୋହନ ସିଂଙ୍କ ସରକାର ସବୁ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରକୁ ପ୍ରଶଂସା କରି ଆସିଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି ।  

ଅଧିକ ପଢ଼ନ୍ତୁ: ସମ୍ବିଧାନର ସୁରକ୍ଷା ଆମର ଦାୟିତ୍ବ: ରାମଚନ୍ଦ୍ର କାଡ଼ାମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe