Matriculation examination from 19: ୧୯ରୁ ମାଟ୍ରିକ୍‌ ପରୀକ୍ଷା: ଆଜିଠାରୁ ନୋଡାଲ୍‌ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

Advertisment

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ଓପନ୍‌ ସ୍କୁଲ) ପାଇଁ ବୋର୍ଡର ଜୋର୍‌ଦାର ପ୍ରସ୍ତୁତି ଚାଲିଛି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ଓପନ୍‌ ସ୍କୁଲ) ପାଇଁ ବୋର୍ଡର ଜୋର୍‌ଦାର ପ୍ରସ୍ତୁତି ଚାଲିଛି।

exam

Photograph: (CLTI)

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ଓପନ୍‌ ସ୍କୁଲ) ପାଇଁ ବୋର୍ଡର ଜୋର୍‌ଦାର ପ୍ରସ୍ତୁତି ଚାଲିଛି।  ଫେବ୍ରୁଆରି ୧୦ତାରିଖରୁ କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମ୍‌ରୁ ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୫ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ। ବୋର୍ଡ ଷ୍ଟ୍ରଙ୍ଗରୁମ୍‌ରୁ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର ନେବା ପାଇଁ ୪୯ଟି ଡେସପାଚ୍‌ ଟିମ୍‌ ଗଠନ ହୋଇଛି। ପ୍ରଶ୍ନପତ୍ର ନେବା ପାଇଁ ସେମି ଡିଜି ଲକର୍‌ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର କେଉଁ ରୁଟ୍‌ରେ ଯିବ ସେଥିପାଇଁ ରୁଟ୍‌ଚାର୍ଟ ପ୍ରସ୍ତୁତ ହୋଇଛି।  

Hockey: ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ର ଭାରତ ପର୍ଯ୍ୟାୟ ଆଜିଠୁ; ଯାଦୁ ଦେଖାଇବେ ୫ ଓଡ଼ିଆ

ପ୍ରଶ୍ନପତ୍ର ନେଇ ଯାଉଥିବା ପ୍ରତି ଗାଡ଼ିରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସମେତ ଦୁଇ ଜଣ ବୋର୍ଡ କର୍ମଚାରୀ ଉପସ୍ଥିତ ରହିବେ। ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମୋଟ ୩୨୨ଟି ନୋଡାଲ୍‌ ସେଣ୍ଟର ହୋଇଥିବା ବେଳେ ଏଥିରେ ୧୭ଟି ପୁଲିସ ଷ୍ଟେସନ୍‌ ରହିଛି। ସମ୍ବେଦନଶୀଳ କୁହାଯାଉଥିବା କନ୍ଧମାଳ ଜିଲ୍ଲାରେ ୧୦ଟି ପୁଲିସ ଷ୍ଟେସନ୍‌ ଓ ମାଲକାନଗିରି ଜିଲ୍ଲାରେ ୭ଟି ପୁଲିସ ଷ୍ଟେସନ୍‌ ନୋଡାଲ୍‌ ସେଣ୍ଟର ଭାବେ କାର୍ଯ୍ୟ କରିବ। ପ୍ରତି ନୋଡାଲ୍‌ ସେଣ୍ଟରରେ ଲାଇଭ୍‌ ଷ୍ଟ୍ରିମିଂ ବ୍ୟବସ୍ଥା କରାଯିବା ସହ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

NH: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୬ ଲେନ୍‌ କରିବା ନେଇ ହେବ ସର୍ଭେ

ପରୀକ୍ଷା ଦିନ ସକାଳୁ ସ୍ବତନ୍ତ୍ର ଟିମ୍ ଦ୍ବାରା ନୋଡାଲ୍‌ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ), ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୁପରିଚାଳନାକୁ ନେଇ ଗଲା ୭ତାରିଖ ଦିନ ମୁଖ୍ୟ ଶାସନସଚିବଙ୍କ ନେତୃତ୍ବରେ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ବୋର୍ଡ କର୍ତ୍ତୃପକ୍ଷଙ୍କୁ ନେଇ ଉଚ୍ଚସ୍ତରୀୟ ‌ବୈଠକ ଅନୁ‌ଷ୍ଠିତ ହୋଇଛି। ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୬୧ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ପରୀକ୍ଷା ପାଇଁ ୩୦୮୨ଟି ପରୀକ୍ଷାକେନ୍ଦ୍ର ଓ ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୩୨୨ଟି ନୋଡାଲ୍‌ ‌ସେଣ୍ଟର କରାଯାଇଛି। ଆସନ୍ତାକାଲିଠାରୁ ବୋର୍ଡ ଷ୍ଟ୍ରଙ୍ଗରୁମ୍‌ରୁ ପରୀକ୍ଷା ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରକୁ ପଠାଯିବ। ଏଥି ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ତରାଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe