ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ରେ ଦାଦନ ଯନ୍ତ୍ରଣା। ପେଟକୁ ଦାନା ପାଇଁ ବହୁ ଛାତ୍ରଛାତ୍ରୀ ପରିବାର ସହ ଦାଦନ ଖଟିବାକୁ ଯାଇଛନ୍ତି। ଫଳରେ, ଅନେକ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷାରୁ ବଞ୍ଚିତ ରହୁଛନ୍ତି। ଦାଦନ ପ୍ରବଣ ବେଲପଡ଼ା ବ୍ଲକ୍ରେ ମୋଟ ୧୯ଶହ ଜଣ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ୧୮୦୧ ଜଣ ପରୀକ୍ଷା ଦେଉଛନ୍ତି ଏବଂ ୯୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ମାତ୍ରାଧିକ ଅନୁପସ୍ଥିତିର କାରଣ ଖୋଜିବା ପାଇଁ ‘ସମ୍ବାଦ’ ପହଞ୍ଚିଥିଲା ରାଏଖାଲ ଗାଁରେ।
Arrest: ଆସିକା ପୋଲିସ ଉପଖଣ୍ଡରେ ଅପରେସନ ସାଇବର କବଚ ଅଧୀନରେ ୯ ଗିରଫ
ଗାଁର ମାଟ୍ରିକ୍ ଛାତ୍ରୀ ଲକ୍ଷ୍ମୀ ମହାନନ୍ଦ ଅନୁପସ୍ଥିତ ଥିବାରୁ ପରିବାର ଲୋକଙ୍କୁ ଭେଟିବାକୁ ଉଦ୍ୟମ ହେଲା। କିନ୍ତୁ ଘରେ କେବଳ ବୃଦ୍ଧା ମାଳତୀ ମହାନନ୍ଦ (୭୦) ଉପସ୍ଥିତ ଥିଲେ। ପରିବାରର ସମସ୍ତେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ଆଈ ମାଳତୀ ଉତ୍ତର ଦେଇଥିଲେ। ଝିଅ କାହିଁକି ମାଟ୍ରିକ୍ ପରୀକ୍ଷା ଦେଲାନାହିଁ ବୋଲି ପଚାରିବାରୁ, ଦାଦନ ଦୁଃଖର ନିଚ୍ଛକ ଚିତ୍ରଟିଏ ସାମନାକୁ ଆସିଲା। ଲକ୍ଷ୍ମୀ ମାଟ୍ରିକ୍ ପରୀକ୍ଷା ଦେବାକୁ ଆଗ୍ରହୀ ଥିଲା। ମୋବାଇଲ୍ ଫୋନ୍ରେ ଅନ୍ଲାଇନ୍ କ୍ଲାସ୍ କରୁଥିଲା। କିନ୍ତୁ, ପେଟ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ରହିଗଲା ବୋଲି ମାଳତୀ କହିଛନ୍ତି। ବାହାର ରାଜ୍ୟରେ କାମ ବନ୍ଦକଲେ ସର୍ଦ୍ଦାର ଖାଇବାକୁ ଦେଉନାହିଁ। ଲକ୍ଷ୍ମୀକୁ ପରୀକ୍ଷା ପାଇଁ ଗାଁକୁ ଆଣିଲେ ସାଙ୍ଗରେ ଦାଦନ ଖଟିବାକୁ ଯାଇଥିବା ପରିବାର ଉପରେ ଜୁଲମ୍ ବଢ଼ିବ। ପରିବାର ଚଳିବ କେମିତି ବୋଲି ଲକ୍ଷ୍ମୀଙ୍କ ପିତା କ୍ଷୀରୋଦ୍ର ମହାନନ୍ଦ ଫୋନ୍ ଯୋଗେ ପ୍ରତିକ୍ରିୟା ଦେଇଥିଲେ। ଲକ୍ଷ୍ମୀଙ୍କ ଭଳି ଅନେକ ଛାତ୍ରଛାତ୍ରୀ ଏମିତି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଦେଖିବାକୁ ମିଳିଛି।
Follow Us