ସର୍ବନିମ୍ନ ତାପମାତ୍ରା ପୁଣି କମିବ

ରାଜ୍ୟରେ ରାତିର ତାପମାତ୍ରା ପୁଣି କମିବା ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତ ବଢ଼ିବ। ରାଜ୍ୟର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି...

cold wave odisha

cold wave odisha

ଭୁବନେଶ୍ୱର: ରାଜ୍ୟରେ ରାତିର ତାପମାତ୍ରା ପୁଣି କମିବା ସହିତ  ଆସନ୍ତା ୨୪  ଘଣ୍ଟା ମଧ୍ୟରେ ଶୀତ  ବଢ଼ିବ। ରାଜ୍ୟର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ ଜାନୁଆରି ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସେହିପରି ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳରେ ତାପମାତ୍ରା ୧୧ ଡିଗ୍ରି ରହିବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ନୂଆବର୍ଷର ପ୍ରଥମ ଦିନକୁ ସ୍ମୁତିରେ ରଖିବାକୁ ଉଦ୍ୟମ: ନାଚ-ଗୀତ ସହ ଧୁମ୍ ମସ୍ତି

ସେହିପରି କଟକର ତାପମାତ୍ରା ୧୪ ଡିଗ୍ରି, ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍‌ ରହିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି। 

ତେବେ ଜାନୁଆରି ୩ ତାରିଖଠାରୁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ଜାନୁୟାରି ୩ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା  ୧୬ ଡିଗ୍ରି ରହିବାର ସମ୍ଭାବନା ଥିବାବେଳେ ରାଉରକେଲାର ତାପମାତ୍ରା ୧୧ ଡିଗ୍ରି ରହିବ ବୋଲି ଆକଳନ କରାଯାଇଛି। 

ଅଧିକ ପଢ଼ନ୍ତୁ: ରାଇରଙ୍ଗପୁରରେ ସଡକ ସୁରକ୍ଷା ସପ୍ତାହ ପାଳିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe