ନୀଳଗିରି: ବାଲେଶ୍ବରଜିଲ୍ଲା ନୀଳଗିରି ବ୍ଲକ୍ର ଜଣେ ୧୩ ବର୍ଷୀୟ ନାବାଳକ ଭାଲୁ ସହ ଲଢ଼େଇ କରି ନିଜ ଜୀବନ ବଞ୍ଚାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାହସୀ ବାଳକ ଜଣକ ହେଲେ ପୋଡ଼ାଶୋଳ ପାତ୍ରସାହିର ଧୀରେନ୍ଦ୍ର ପାତ୍ରଙ୍କ ପୁଅ ପ୍ରଭାତ। ସୂଚନାଯୋଗ୍ୟ; ରାଧାମାଧବ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ପ୍ରଭାତ ଆଜି ସକାଳେ ଗାଁ ନିକଟସ୍ଥ ସିଟିସ୍କୁଲ ପଡ଼ିଆ ପାଖ ଦେଇ ଯାଉଥିବା ବେଳେ ହଠାତ୍ ଲଟାବୁଦା ପାର୍ଶ୍ବରୁ ୨ଟି ଭାଲୁ ବାହାରି ଆସି ତାଙ୍କ ବାଟ ଓଗାଳିଥିଲେ।
Salt Lick project: ବନବିଭାଗର ‘ସଲ୍ଟ ଲିକ୍’ ଯୋଜନା: ଲୁଣମିଶା ମାଟି ଖାଉଛନ୍ତି ବନ୍ୟପ୍ରାଣୀ
ସେଥିରୁ ଗୋଟିଏ ଭାଲୁ ପ୍ରଭାତଙ୍କୁ ଆକ୍ରମଣ କରି ତାଙ୍କ ପେଟ ଓ ଜଂଘକୁ କାମୁଡ଼ି ଦେଇଥିଲା। ହେଲେ ପ୍ରଭାତ ଡରି ନ ଯାଇ ଅଦମ୍ୟ ସାହସର ସହ ଉକ୍ତ ଭାଲୁ ସହ ଲଢ଼େଇ କରିଥିଲେ। ସେ ଭାଲୁଟିକୁ କାଖତଳେ ଚାପି ଧରି ମୁହଁକୁ ବାରମ୍ବାର ମୁଥ ମାରିଥିଲେ। ଫଳରେ ଭାଲୁଟି ସେଠାରୁ ଦୌଡ଼ି ପଳାଇଥିଲା। ଏହାପରେ ଘରକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି। ଆକ୍ରମଣ କରିଥିବା ଭାଲୁଟି ଛୋଟ ଥିବାରୁ ସେ ବଞ୍ଚିଗଲେ ବୋଲି ପ୍ରଭାତ ନିଜ ପ୍ରତିକ୍ରିୟାରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/01/hfshfxbvvbvb-2026-02-01-03-34-21.jpg)