ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତା

ଗୁଣୁପୁର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି । ଗୁଣପୁର ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ନାବାଳିକା ଜିଲ୍ଲପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ତାଙ୍କୁ ନ୍ୟାୟ ଦେବା ପାଇଁ ଗୁହାରି କରିଛନ୍ତି...

Minor girl raped: Victim approaches District Collector seeking justice

Minor girl raped: Victim approaches District Collector seeking justice Photograph: (sambad.in)

ରାୟଗଡ଼ା: ଗୁଣୁପୁର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି । ଗୁଣପୁର  ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ନାବାଳିକା ସୋମବାର ଜିଲ୍ଲପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ତାଙ୍କୁ ନ୍ୟାୟ ଦେବା ପାଇଁ ଗୁହାରି କରିଛନ୍ତି।

ନାବାଳିକାଙ୍କ କହିବା ଅନୁଯାୟୀ ଗତ ମାସ ୮ ତାରିଖ ୧୨ .୩୦ ସମୟରେ ନିଜ ଗାଁର  ଏକ ଦୋକାନକୁ ଜେରକ୍ସ କରିବାକୁ ଯାଉଥିବା ବେଳେ ତାଙ୍କ ଗାଁର ଜଣେ ଯୁବକ ଯିଏ କି ତାଙ୍କର ସମ୍ପର୍କୀୟ ଦାଦା ତାଙ୍କୁ  ନିକଟସ୍ଥ ବୁଦା ଉହାଡ଼କୁ ଟେକି ନେଇ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ନେଇ ଗୁଣୁପୁର  ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ।  

ନାବାଳିକା ଜଣକ ଗୁଣୁପୁର ଥାନାରେ ଏତଲା ଦେଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଯୋଗୁ ସେ ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ  ଜିଲ୍ଲାପାଳଙ୍କ ଶୁଣାଣି କକ୍ଷକୁ ଆସି ଜିଲ୍ଲାପାଳଙ୍କ ସମ୍ମୁଖରେ ନିଜର ଦୁଃଖ ବଖାଣିଛନ୍ତି। ସେ କହିବା ଅନୁଯାୟୀ, ତାଙ୍କ ଗ୍ରାମର ଜଣେ ଯୁବକ ତାଙ୍କୁ ଗତ ମାସ ତାଙ୍କ ସହ ଦୁଷ୍କର୍ମ କରିବାକୁ ପ୍ରୟାସ କରୁଥିବା ବେଳେ ପୀଡ଼ିତାଙ୍କ ସମ୍ପର୍କୀୟ ଆସିବା ପରେ ସେଠାରୁ ଛାଡ଼ି ପଳାଇ ଯାଇଥିଲେ ଓ  ପରେ ଅଭିଯୁକ୍ତ ଏ ନେଇ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ  ଦେଇଥିବା ମଧ୍ଯ କହିଥିଲେ। ନିଜର ଇଜ୍ଜତ ଓ ସମ୍ମାନ ଯିବା ଭୟରେ ସେ ଘଟଣା ଦିନ  ଏତଲା ଦେଇ ନଥିଲେ। ଜୀବନରୁ  ମାରିଦେବା ନେଇ ଧମକ ମିଳିବା ପରେ ଘଟଣାର ଦୁଇଦିନ ପରେ  ଜୁଲାଇ ୧୧ ତାରିଖରେ ସେ ଏ ନେଇ ଗୁଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ:ସମୁଦ୍ରରେ ଭାରତର ଘେରାବନ୍ଦୀ: ଫିଲିପାଇନ୍ସକୁ ୩ ଏବଂ ସିଙ୍ଗାପୁରକୁ ଗୋଟିଏ ଯୁଦ୍ଧଜାହାଜ ପଠାଇଲା

କିନ୍ତୁ ଘଟଣାକୁ  ପ୍ରାୟ ଏକ ମାସ  ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ପୁଲିସ ପକ୍ଷରୁ ଗ୍ରହଣ କରି ନଥିବା ନେଇ ଜିଲ୍ଲାପାଳଙ୍କୁ ଜଣାଇ ନ୍ୟାୟ ଦେବା ନିମନ୍ତେ ସେ ଗୁହାରି କରିଛନ୍ତି। ପୀଡ଼ିତା ନାବାଳିକାଙ୍କୁ ସେଠାକାର ଜଣେ ସମାଜସେବୀ ବିନୋଦିନୀ ଗରଡିଆ ନିଜ ସାଥିରେ ଆଣିଥିବା ବେଳେ ସେ କହିଛନ୍ତି ଯେ, ଗୁଣୁପୁର ଥାନାରେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି।

ଏହି ମାମଲାକୁ ନେଇ  ସେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ସେ  ଏହି ମାମଲାକୁ ଗୁଣୁପୁର ଏସଡିପିଓଙ୍କ  ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ଗୁଣୁପୁର ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଯୋଗୁ ବାଧ୍ୟ ହୋଇ ସେ  ରାୟଗଡ଼ା ଆସି ଜିଲ୍ଲାପାଳଙ୍କ ଶୁଣାଣି କକ୍ଷରେ ଜିଲ୍ଲାପାଳଙ୍କୁ ତାଙ୍କର ଦୁଃଖ ଜଣାଇଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପୁଲିସ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଖୁବ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଅଧିକ ପଢ଼ନ୍ତୁ: ଡବଲ ଇଞ୍ଜିନ୍ ସରକାର ଆଗକୁ ନଯାଇ ପଛକୁ ଯାଉଛନ୍ତି: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ବର୍ଷିଲା ବିଜେଡ଼ି

Rayagada | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe