ତୁମୁଡ଼ିବନ୍ଧ: କନ୍ଧମାଳଜିଲ୍ଲା ବେଲଘର ଥାନା ଅଞ୍ଚଳର ଜଣେ ନାବାଳିକା(୧୪)ଙ୍କୁ ଅପହରଣ କରି ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ିବା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ସେମାନେ ହେଲେ ନୀତେଶ ନାୟକ ଓ ସୁଶୀଲ ନାୟକ। ପୋକ୍ସୋ ଆକ୍ଟରେ ମାମଲା ରୁଜୁ ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀମାଇନା ହୋଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବାଲିଗୁଡା ଏସ୍ଡିପିଓ ଶୁଭମ ଭୋସଁଲେ କହିଛନ୍ତି। ଗତ ରବିବାର ନାବାଳିକାଜଣକ ଗାଁ ନାଳକୁ ଗାଧୋଇବାକୁ ଯାଉଥିବା ବେଳେ ନୀତେଶ ଓ ସୁଶୀଲ ତାଙ୍କୁ ଅପହରଣ କରିନେଇଥିଲେ। ଜଙ୍ଗଲକୁ ନେଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ।
ନବିକରଣୀୟ ଶକ୍ତି ପ୍ରଯୁକ୍ତି ବିଦ୍ୟା କ୍ଷମତା ବୃଦ୍ଧିକାରୀ କର୍ମଶାଳା
ନାବାଳିକାଙ୍କ ହାତଗୋଡ଼ ବାନ୍ଧିଦେବା ସହ ପାଟିରେ କପଡ଼ା ଭର୍ତ୍ତି କରିଥିଲେ। ପୋଷାକ ଚିରି ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିବାକୁ ମଧ୍ୟ ଧମକ ଦେଇଥିଲେ। ପରେ ନାବାଳିକାଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଛାଡ଼ି ପଳାଇଥିବା ବେଳେ ସେ ଜଙ୍ଗଲରେ ରାତି କାଟିଥିଲେ। ୨ ତାରିଖ ସକାଳେ ସେ ବହୁ କଷ୍ଟରେ ସେଠାରୁ ମୁକୁଳି ପରିବାରବର୍ଗଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ବେଲଘର ଥାନାରେ କେସ୍ ନମ୍ବର ୧୦/୨୬ରେ ଏକ ମାମଲା ରୁଜୁ କରାଯାଇଥିଲା।
ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/05/shhfshfsfhs-2026-02-05-01-23-14.jpg)