ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅର୍ଥ ହେରଫେର୍‌: ଜିଲ୍ଲାପାଳଙ୍କୁ ଅଭିଯୋଗ

Advertisment

ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀ ଏବଂ ଏଜୁକେସନ ପ୍ରାକ୍ଟିକାଲ ପାଇଁ ବେଆଇନ ଅର୍ଥ ସଂଗ୍ରହ କରିଥିବା ଜଣେ ଶିକ୍ଷା ବିଭାଗ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି...

ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀ ଏବଂ ଏଜୁକେସନ ପ୍ରାକ୍ଟିକାଲ ପାଇଁ ବେଆଇନ ଅର୍ଥ ସଂଗ୍ରହ କରିଥିବା ଜଣେ ଶିକ୍ଷା ବିଭାଗ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି...

Misappropriation of funds in higher secondary schools: Complaint to the District Collector

Misappropriation of funds in higher secondary schools: Complaint to the District Collector Photograph: (sambad.in )

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚ‌ାୟତ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀ ଏବଂ ଏଜୁକେସନ ପ୍ରାକ୍ଟିକାଲ ପାଇଁ ବେଆଇନ ଅର୍ଥ ସଂଗ୍ରହ କରିଥିବା ଜଣେ ଶିକ୍ଷା ବିଭାଗ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଅଧ୍ୟକ୍ଷ ପରିଚାଳନା ଗତ ତ୍ରୁଟି ପାଇଁ ପଦବୀରୁ ହଟାଇବା ପାଇଁ ଏବଂ ଯେଉଁମାନେ ଏହି ଅର୍ଥ ହେରଫେର୍‌ରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୋମବାର ଜହ୍ନାପଙ୍କ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୧୯୯୩ ମସିହାରେ ସ୍ବର୍ଗତ ଅଖିଳ ପ୍ରସାଦ ମିଶ୍ର, ସ୍ବର୍ଗତ ନିତ୍ୟାନନ୍ଦ ପ୍ରଧାନ, ସ୍ବର୍ଗତ ଭାଗିରଥି ମହାକୁଳଙ୍କ ଉଦ୍ୟମରେ ୫ଟି ପଞ୍ଚାୟତର ଜନସାଧାରଣଙ୍କ ସହଯୋଗରେ  ଜହ୍ନାପଙ୍କ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା।

ସବୁ ଠିକ୍‌ଠାକ୍ ଚାଲିଥିଲେ ମଧ୍ୟ ମଝିରେ ମଝିରେ ବେଆଇନ ଅର୍ଥ ସଂଗ୍ରହ ହେଉଥିବା ଅଭିଯୋଗ ହେଉଥିଲେ ହେଁ ତାହାର ଆପୋଷ ସମାଧାନ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ବେଆଇନ ଅର୍ଥ ସଂଗ୍ରହରୁ ଜୈନେକ କର୍ମଚାରୀ ଭାଗ ନପାଇବାରୁ ତାହା ସର୍ବ ସମ୍ମୁଖରେ ଆଲୋଚନାର ଚର୍ଚ୍ଚା ହୋଇଥିଲା।ଫଳରେ ଅଞ୍ଚଳବାସୀଙ୍କୁ ନେଇ ବିଦ୍ୟାଳୟରେ ୧୮ ମାର୍ଚ୍ଚରେ ଏକ ବୈଠକ ହୋଇଥିଲା।

ଏଥିରେ କିଛି ସମାଧାନ ନବାହାରିବାରୁ ପରବର୍ତ୍ତୀ ବୈଠକ ୨୧ ମାର୍ଚ୍ଚରେ ହୋଇଥିଲା। ଏଥିରେ ଅଧ୍ୟାପକ ଓ ଅଧ୍ଯକ୍ଷ ନିଜ ନିଜର ଦୋଷ ସ୍ୱୀକାର କରିଥିଲେ ଏବଂ ସମ୍ପୃକ୍ତ ଅଧ୍ୟାପକଙ୍କୁ କିଛି ଜରିମାନା ଦେବାକୁ ପଡିଥିଲା। 

ତଥାପି ମଧ୍ୟ ଜନସାଧାରଣଙ୍କ ଅସନ୍ତୋଷ ଥମି ନଥିଲା। ଏହା ବ୍ୟତିତ ଅଧ୍ୟକ୍ଷ ମହୋଦୟ ଦାୟିତ୍ଵ ନେବା ଦିନଠାରୁ ଗନ୍ଧରାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଗତ ତିନି ବର୍ଷ ହେଲା ଷ୍ଟାଫ୍ କାଉନସିଲ୍ ମିଟିଙ୍ଗ କରୁ ନଥିବା ଫଳରେ ପରିଚାଳନା ଗତ ତ୍ରୁଟି ପରିଲକ୍ଷିତ ହେଉଅଛି ।

ଅଧିକ ପଢ଼ନ୍ତୁ: ଡକାୟତି ଯୋଜନା ପଣ୍ଡ: ୫ ପିସ୍ତଲ ଜବତ, ୬ ଗିରଫ

ଏଣୁ ବିଦ୍ୟାଳୟର ସୁପରିଚାଳନା ପାଇଁ ଅଧ୍ୟକ୍ଷ  ପ୍ରଭାତ କୁମାର ଶତପଥୀଙ୍କୁ ପଦବୀରୁ ଅବ୍ୟାହତି ଓ ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆଙ୍କ ବିରୁଦ୍ଧରେ ବିଭାଗୀୟ କର୍ତ୍ତୃପକ୍ଷ  ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗରେ ଦର୍ଶାଯାଇଛି। ଶାନ୍ତି କମିଟିର ସଭାପତି ଭୋଳା ଗିରି ସାହୁଙ୍କ ନେତୃତ୍ୱରେ କିରଟି ପ୍ରଧାନ, ଅରୁଣ ପ୍ରଧାନ,ଶାନ୍ତନୁ ବେହେରା, ନବ ନାଏକ, ଆର୍ତ୍ତତ୍ରାଣ ମେହେର ପ୍ରମୁଖ ଅଭିଯୋଗ ବେଳେ ଉପସ୍ଥିତ ଥିଲେ। ଏହା ସହିତ ଏହାର ଏକକିତା ନକଲ  ଉପ ଜିଲ୍ଲାପାଳ ବୌଦ୍ଧ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଓଡିଶା ସରକାର, ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ  ଗଣ ଶିକ୍ଷା ବିଭାଗ ଭୁନନେଶ୍ବର, ଗଣଶିକ୍ଷା ମନ୍ତ୍ରୀ, ଓଡିଶା ସରକାର, ଦୁର୍ନୀତି ନିବାରଣ ବିଭାଗ ବୌଦ୍ଧ, ଆଦର୍ଶ ଥାନା ଅଧିକାରୀ, ବୌଦ୍ଧ, ମୁଖ୍ୟମନ୍ତ୍ରୀ, ଓଡିଶା ସରକାରଙ୍କୁ ଅବଗତ ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ପଠାଯାଇଛି।

ଅଧିକ ପଢ଼ନ୍ତୁ: ରୁଷ ଉପରେ ୟୁକ୍ରେନର ଆକ୍ରମଣ : ଭାରତ ପାଇଁ ସତର୍କ ଘଣ୍ଟି ?

 Boudh | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe