୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଖଡା ଗୃହ ଭାଙ୍ଗି ଲୁହା ସାମଗ୍ରୀ ଚୋରି କଲେ ଦୁର୍ବୃତ୍ତ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ନୂଆଗୁଡାଠାରେ ଥିବା ସୂର୍ଯ୍ୟବଂଶୀ ୟୁଥ୍ କ୍ଲବ୍‌ର ଏକ ଆଖଡା ଗୃହକୁ ଦୁର୍ବୃତ୍ତମାନେ ଭାଙ୍ଗି ଲୁହା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ଏନେଇ ସୂର୍ଯ୍ୟବଂଶୀ ୟୁଥ୍ କ୍ଲବ୍‌ର ସମୀର ପାତ୍ର ଡାବୁଗାଁ ଥାନାରେ ଏତଲା କରାଯାଇଛି...

Miscreants break into a house built at a cost of Rs 4 lakh and steal iron goods

Miscreants break into a house built at a cost of Rs 4 lakh and steal iron goods Photograph: (sambad.in)

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ନୂଆଗୁଡାଠାରେ ଥିବା ସୂର୍ଯ୍ୟବଂଶୀ ୟୁଥ୍ କ୍ଲବ୍‌ର ଏକ ଆଖଡା ଗୃହକୁ ଦୁର୍ବୃତ୍ତମାନେ ଭାଙ୍ଗି ଲୁହା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ଏନେଇ ସୂର୍ଯ୍ୟବଂଶୀ ୟୁଥ୍ କ୍ଲବ୍‌ର ସମୀର ପାତ୍ର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାଇ ଡାବୁଗାଁ ସଦର ନୂଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ସୂର୍ଯ୍ୟବଂଶୀ ୟୁଥ୍ କ୍ଲବ୍‌ର ଏକ ଆଖଡ଼ା ଗୃହ ୨୦୦୪ ମସିହାରେ ନିର୍ମିତ ହୋଇଥିଲା। ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀଙ୍କ ଅନୁଦାନ ପାଣ୍ଠିରୁ ୪ ଲକ୍ଷ ବ୍ୟୟରେ ୟୁଥ୍ କ୍ଲବ୍ ନିର୍ମାଣ ହୋଇଥିଲା।

ଏହି ୟୁଥ୍ କ୍ଲବ୍ ଗୃହରେ ପ୍ରଥମେ ଏକ ପବ୍ଲିକ ସ୍କୁଲ ଚାଲିଥିଲା। କିଛି ବର୍ଷ ପରେ ସ୍କୁଲ ଅନ୍ୟତ୍ର ସ୍ଥାନାନ୍ତର ପରେ ଆଖଡ଼ା ଗୃହ ଆରମ୍ଭ ହୋଇଥିଲା। ସୂର୍ଯ୍ୟବଂଶୀ ୟୁଥ୍ କ୍ଲବ୍‌ର ଯୁବକ ସହ ଅନ୍ୟ ଯୁବକମାନେ ଏହି ଗୃହରେ ଶାରିରୀକ ବ୍ୟାୟାମ କରୁଥିଲେ। ତେବେ କୌଣସି କାରଣରୁ ଗତ ୧ ବର୍ଷ ରୁ ଉର୍ଦ୍ଧ୍ବ ହେବ ଆଖଡ଼ା ଗୃହ ବନ୍ଦ ହେବା ଫଳରେ ଗୃହରେ ତାଲା ପଡି ରହିଥିଲା।

ଅଧିକ ପଢ଼ନ୍ତୁ: ବେଆଇନ କଫ ସିରପ ଜବତ: ଜଣେ ଅଟକ

ଆଖଡା ଗୃହ ଗ୍ରାମର ଶେଷ ମୁଣ୍ଡରେ ଏକ ନିର୍ଜନ ସ୍ଥାନରେ ଥିବାରୁ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଖଡା ଗୃହର ଛାତ ଭାଙ୍ଗି ଲୁହା ରଡ,ଲୁହା କବାଟ,ଲୁହା ଝରକା ଓ ଇଟା ଚୋରି କରି ନେଇଥିଲେ। 

ଗତ କାଲି ଶୁକ୍ରବାର ସୂର୍ଯ୍ୟବଂଶୀ ୟୁଥ୍ କ୍ଲବ୍‌ର ସଦସ୍ୟ ସମୀର ପାତ୍ର କୌଣସି ସୂତ୍ରରୁ ଖବର ପାଇ  ଆଖଡା ଗୃହକୁ ଦେଖିବାକୁ ଯାଇଥିଲେ।  ଗୃହ ଭାଙ୍ଗି ମାଟିରେ ମିଶି ଯାଇଥିବା ଦେଖିଥିଲେ। ଗୃହର କବାଟ,ଝରକା ,ସମସ୍ତ ଲୁହା ଛଡ ଓ ଇଟା ଚୋରି ହୋଇଥିବା ଦେଖି ଡାବୁଗାଁ ପୁଲିସ ଥାନାରେ ଏତଲା ଦେଇଥିଲେ। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଚୋରି ଲୁହା ସାମଗ୍ରୀ କବାଡିରେ ବିକ୍ରି ହୋଇଥିବା ସନ୍ଦେହ କରାଯାଉଛି।

ଅଧିକ ପଢ଼ନ୍ତୁ: ସିଟ୍ ନଂ ‘୧୧-ଏ’ରେ ବସିବା ପାଇଁ ମଝି ଆକାଶରେ ଝଗଡ଼ା ! ଭାଇରାଲ୍ ହେଲା ଭିଡ଼ିଓ, ଜାଣନ୍ତୁ ବିମାନରେ କାହିଁକି ଖାସ୍ ‘୧୧-ଏ’ ସିଟ୍ ?

Nabarangpur | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe