ବଲାଙ୍ଗୀର: ବଲାଙ୍ଗୀର ସିନଖମନ ମଦଭାଟି ପହିଲମାନ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ସଦର ଥାନା ପୁଲିସ। ସଦର ଥନାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବଲାଙ୍ଗୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଲୋକ ଜେନା ଏନେଇ ସୂଚନା ଦେଇଛନ୍ତି। ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି। ମଦଭାଟି ମ୍ୟାନେଜର ବିଶାଳ ରଞ୍ଜନ ସହ ମୁଖ୍ୟ ଅଭିଯୁକ୍ତଙ୍କର ସ୍ତ୍ରୀଙ୍କର ସହ ଅନୈତିକ ସମ୍ପର୍କ ରହିଥିଲା।
ଯାହାକୁ କେନ୍ଦ୍ରକରି ଅଭିଯୁକ୍ତମାନେ ବିଶାଳଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ଫୋନ କରିଥିଲେ। ତେବେ ବିଶାଳ କୌଣସି କାମରେ ବ୍ୟସ୍ତ ରହିବାରୁ ପହିଲମାନ ସାରଦା ଯାଦବକୁ ପଠାଇଥିଲେ। ଅଭିଯୁକ୍ତମାନେ ନିଶାରେ ଚୁର୍ ଥିବାରୁ ତୁ କାହିଁକି ଆସିଚୁ ବୋଲି କହି ଠେଙ୍ଗାରେ ଆକ୍ରମଣ କରିଥିଲେ। ପରେ ମେଡିକାଲରେ ଆହତ ସାରଦାଙ୍କର ମୃତ୍ୟୁ ଘଟିଥିଲା।
ଅଧିକ ପଢ଼ନ୍ତୁ: ବ୍ଲକ୍ ଶିକ୍ଷୟତ୍ରୀଙ୍କୁ ଅସଦାଚରଣ ଅଭିଯୋଗ
ଘଟଣାର ତଦନ୍ତ କରି ପୁଲିସ ୪ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଳରାମ ବାରିକ, ଆର୍ତ୍ତ ଚିନ୍ଦା, ସୁନିଲ ବାଗ ଓ ସଞ୍ଜୀବ ବାରିକ। ମୁଖ୍ୟ ଅଭିଯୁକ୍ତ ବଳରାମ ହୋଇଥିବା ବେଳେ ମଦ ଭାଟି ମ୍ୟାନେଜରଙ୍କ ସହ ବଳରାମଙ୍କ ସ୍ତ୍ରୀଙ୍କର ଅନୈତିକ ପ୍ରେମ ସମ୍ପର୍କ ଥିଲା ଆଉ ସେଥିପାଇଁ ବଳରାମ ଯୋଜନା ମୁତାବକ ମଦଭାଟି ମ୍ୟାନେଜରକୁ ଡାକିଥିଲା, ହେଲେ ମଦଭାଟି ମ୍ୟାନେଜର ସାରଦା ଯାଦବଙ୍କକୁ ଘଟଣା ବୁଝିବା ପାଇଁ ପଠାଇ ଦେଇଥିଲେ ।
ଅନେକ ଥର ଡାକିବା ସତ୍ତ୍ୱେ ମଦଭାଟି ମ୍ୟାନେଜର ଆସୁ ନଥିବାରୁ ପହିଲମାନ ସାରଦା ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ବଳରାମ ଓ ତାହାର ସହଯୋଗୀ ମିଶି ପିଟି ପିଟି ହତ୍ୟା କରିଦେଇଥିଲେ। ବଲାଙ୍ଗୀର ସଦର ପୁଲିସ ପକ୍ଷରୁ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଲୋକ ଜେନା ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ସିନ୍ଦୂର ଲିଭି ଯାଇଥିବା ବେଳେ ଅପରେସନର ନାମ ସିନ୍ଦୂର କାହିଁକି: ଏପରି ଲେଖକ କେଉଁଠୁ ପାଇଲ, ସଂସଦରେ ଜୟାଙ୍କ ପ୍ରଶ୍ନ
Balangir | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/31/murder-plot-based-on-suspicion-of-womans-character-first-victim-lost-her-life-without-any-fault-2025-07-31-11-26-23.jpg)