Naba Das is immortal: ‘ସେବା ଓ ସମର୍ପଣ ପାଇଁ ନବ ଦାସ ଚିର ଅମର’

Advertisment

ଝାରସୁଗୁଡ଼ା ବେହେରାମାଲସ୍ଥିତ ନବ ଦାସ ପ୍ରେକ୍ଷାଳୟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ନବ ଦାସ....

ଝାରସୁଗୁଡ଼ା ବେହେରାମାଲସ୍ଥିତ ନବ ଦାସ ପ୍ରେକ୍ଷାଳୟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ନବ ଦାସ....

Untitled-4

ଝାରସୁଗୁଡ଼ା: ଝାରସୁଗୁଡ଼ା ବେହେରାମାଲସ୍ଥିତ ନବ ଦାସ ପ୍ରେକ୍ଷାଳୟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ନବ ଦାସ ଫାଉଣ୍ଡେସନ୍‌, ଜିଲ୍ଲାର ବିଭିନ୍ନ ସଂଗଠନ ତଥା ଜିଲ୍ଲା ବାହାରୁ ଆସିଥିବା ସ୍ବର୍ଗତ ନବ ଦାସଙ୍କ ଅନୁଗତମାନେ ସରବାହାଲରୁ ଏସ୍‌ପି ଅଫିସ ଛକସ୍ଥିତ ନବ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ବାଇକ୍‌ରେ ରାଲି କରି ପହଞ୍ଚିଥିଲେ।

RCB in the WPL final ଡବ୍‌ଲ୍ୟୁପିଏଲ୍‌ ଫାଇନାଲ୍‌ରେ ଆର୍‌ସିବି

ଏହି ରାଲିରେ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ସହିତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ଯୋଗେଶ ସିଂ, ବିଜେଡି ନେତା ସଂଜିତ ମହାନ୍ତି ମଧ୍ୟ ସାମିଲ ହୋଇଥିଲେ। ପରେ ନବ ଦାସଙ୍କ ପ୍ରତିମୂର୍ତ୍ତିରେ ନବ ଦାସଙ୍କ ପରିବାର ସହ ବିଶିଷ୍ଟ ନେତାମାନେ ମାଲ୍ୟାର୍ପଣ କରିଥିଲେ। ନବ ଦାସ ପ୍ରେକ୍ଷାଳୟଠାରେ ଆୟୋଜିତ ଶ୍ରାଦ୍ଧସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ନବ ଦାସଙ୍କ ସହିତ ତାଙ୍କର ପିଲାଦିନରୁ ଆରମ୍ଭ କରି ରାଜନୈତିକ ଜୀବନ ମଧ୍ୟରେ ରହିଥିବା ସଂପର୍କ ବିଷୟରେ କହିଥିଲେ।

Mahaprayan vehicle: ମହାପ୍ରୟାଣ ବଦଳରେ ‘୧୦୯ ନମ୍ବର’ ଯାନ: ସ୍ବାସ୍ଥ୍ୟମନ୍ତ୍ରୀ

ନବ ଦାସଙ୍କ ପରି ନେତା ଆଜିର ଦୁନିଆରେ ବହୁତ କମ୍‌ ଦେଖିବାକୁ ମିଳନ୍ତି, ନବ ଦାସଙ୍କ ପରିବାରର ବନ୍ଧୁ ଭାବରେ ଥିଲେ ଓ ରହିବେ ବୋଲି ଶ୍ରୀ ପୂଜାରୀ କହିଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଯୋଗୁ ତାଙ୍କ ପ୍ରତିନିଧି ଭାବରେ ଆସିଥିବା ରାଜ୍ୟ ଛାତ୍ର ବିଜେଡି ସଭାପତି ଇପ୍‌ସିତା ସାହୁ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ପଢ଼ିବା ସହିତ ନବ ଦାସଙ୍କ ନେତୃତ୍ୱ ତଥା ସମାଜସେବା କାର୍ଯ୍ୟକ୍ରମକୁ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ କିପରି ଆଗେଇ ନେଉଛନ୍ତି ସେ ବିଷୟରେ କହିଥିଲେ। ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ନବ ଦାସଙ୍କ ସ୍ମୃତିଚାରଣ କରି ନବ ଦାସ ପଶ୍ଚିମ ଓଡ଼ିଶାର ଜଣେ ଅଦ୍ୱିତୀୟ ରାଜନେତା ବୋଲି ମତପ୍ରକାଶ କରିଥିଲେ। ନବ ଦାସଙ୍କ ପୁଅ ବିଶାଳ ଦାସ ନିଜ ଅଭିଭାଷଣରେ ବାପା ତାଙ୍କୁ କରିଥିବା ଶେଷ କଲ୍‌ କିପରି ଆଜି ବି ପ୍ରତ୍ୟେକ ଦିନ ହୃଦୟକୁ ଗଭୀର ଭାବେ ଆଘାତ କରେ ସେ ବିଷୟରେ କହି ଭାବବିହ୍ୱଳ ହୋଇପଡ଼ିଥିଲେ। ଏହା ସହିତ ନବ ଦାସଙ୍କ ପରିବାର କହିଲେ ଝାରସୁଗୁଡ଼ାବାସୀଙ୍କୁ ବୁଝାଏ ବୋଲି କହିଥିଲେ। ଝିଅ ଦୀପାଳି ଦାସ କୋହଭରା ଅଭିଭାଷଣ ଦେଇ କହିଲେ, ସେ ଓ ତାଙ୍କ ଭାଇ ବଞ୍ଚିଥିବା ପର୍ଯ୍ୟନ୍ତ ଝାରସୁଗୁଡ଼ାବାସୀଙ୍କ ସହ ଓତଃପ୍ରୋତ ଭାବରେ ଯୋଡ଼ି ହୋଇ ରହିବେ, ସମସ୍ତ ଦୁଃଖସୁଖରେ ସାଥୀ ହୋଇ ରହିବେ। ଶ୍ରାଦ୍ଧସଭାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ମଧ୍ୟ ନବ ଦାସଙ୍କ ସ୍ମୃତିଚାରଣ କରି ସେବା ଓ ସମର୍ପଣ ପାଇଁ ଝାରସୁଗୁଡ଼ାବାସୀ ହୃଦୟରେ ଚିର ଅମର ହୋଇ ରହିବେ ବୋଲି କହିଥିଲେ। ସଭାରେ ସ୍ବର୍ଗତ ନବ ଦାସଙ୍କ ପିତା, ପତ୍ନୀ ମିନତୀ ଦାସ, ବୋହୂ ଚାର୍ବି ଦାସ, କିଶୋର ନାଏକ, ଦେବେଶ ଆଚାର୍ଯ୍ୟ, ସିଦ୍ଧାର୍ଥ ଦାସ, ବେଦାନ୍ତ କଂପାନି ସିଓଓ ସି. ଚନ୍ଦ୍ରୁଙ୍କ ସହିତ ଶତାଧିକ ନବପ୍ରେମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe