ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ

Advertisment

ନବ ଦାସ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ନିହତ ବିଜେଡି ନେତାଙ୍କ ପତ୍ନୀ ମିନତି ଦାସ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆସନ୍ତାକାଲି ବୁଧବାର ମାର୍ଚ୍ଚ ୧୯ ତାରିଖରେ ଭେଟିବେ। ଅପରାହ୍ନ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ମିନତି ଦାସ ଭେଟିବାର କାର୍ଯ୍ୟକ୍ରମ ରହିଛି...

ନବ ଦାସ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ନିହତ ବିଜେଡି ନେତାଙ୍କ ପତ୍ନୀ ମିନତି ଦାସ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆସନ୍ତାକାଲି ବୁଧବାର ମାର୍ଚ୍ଚ ୧୯ ତାରିଖରେ ଭେଟିବେ। ଅପରାହ୍ନ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ମିନତି ଦାସ ଭେଟିବାର କାର୍ଯ୍ୟକ୍ରମ ରହିଛି...

Naba Das's wife to meet the Chief Minister

Naba Das's wife to meet the Chief Minister Photograph: (sambad.in)

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ନିହତ ବିଜେଡି ନେତାଙ୍କ ପତ୍ନୀ ମିନତି ଦାସ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆସନ୍ତାକାଲି ବୁଧବାର ମାର୍ଚ୍ଚ ୧୯ ତାରିଖରେ ଭେଟିବେ। ଅପରାହ୍ନ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ମିନତି ଦାସ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅନୁମତି ମିଳିଛି। ପୂର୍ବରୁ ମିତନି ଦାସ ଚିଠି ଲେଖି ହତ୍ୟାର ସିବିଆଇ ତଦନ୍ତ ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ସମୟ ମାଗିଥିଲେ। ମିନତିଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି

ସୂଚନା ଅନୁଯାୟୀ, ମିନତୀ ଦାସ ମାର୍ଚ୍ଚ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଇମେଲ୍ ପଠାଇ ତାଙ୍କ ସହ ସାକ୍ଷାତ କରିବା ପାଇଁ ଅନୁରୋଧ କରିଥିଲେ। ଏହା ବ୍ୟତୀତ, ସାକ୍ଷାତ ପାଇଁ ଡାକ ଯୋଗେ ଏକ ଚିଠି ମଧ୍ୟ ପଠାଇଥିଲେ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବାର କିଛି ଦିନ ପରେ ଏହି ଅନୁରୋଧ କରାଯାଇଥିଲା।  ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ନବ ଦାସଙ୍କ ପରିବାର ଯଦି ତାଙ୍କ ଦିବାଲୋକ ହତ୍ୟାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ ଚାହାନ୍ତି, ତେବେ ସେମାନେ ଏକ ଲିଖିତ ଅନୁରୋଧ ଦାଖଲ କରନ୍ତୁ।

ଅଧିକ ପଢ଼ନ୍ତୁ: ନିଯୁକ୍ତି ମେଳା: ୫ ବିଭାଗରେ ୮୧୨ ଜଣଙ୍କୁ ନିଯୁକ୍ତି ପତ୍ର

ସୂଚନାଯୋଗ୍ୟ, ନବ ଦାସ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଥିବା ସମୟରେ ୨୯ ଜାନୁଆରି ୨୦୨୩ରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ପୂର୍ବତନ ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ପରେ ନବ ଦାସଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା।

ରାଜ୍ୟ ସରକାର ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅଭିଯୁକ୍ତ ପୁଲିସକର୍ମୀଙ୍କୁ ଗିରଫ କରାଯାଇଥିଲା।

ଅଧିକ ପଢ଼ନ୍ତୁ: https://sambad.in/state/tosali-mela-will-be-a-showcase-of-handicrafts-and-handloom-culture-minister-8866954

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe