NALCO: ରେୟାର ଆର୍ଥ ବ୍ୟବସାୟରେ ନାଲ୍‌କୋର ପ୍ରବେଶ ଯୋଜନା: କାବିଲରେ ଅଂଶଧନ ୬୦ ପ୍ରତିଶତକୁ ବଢ଼ାଇବ

Advertisment

ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନି ନାଲ୍‌କୋ ଏହାର ମୂଳ ଆଲୁମିନିୟମ ବ୍ୟବସାୟ ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖଣିଜ ବ୍ୟବସାୟରେ ପ୍ରବେଶ ଉପରେ ବିଚାର କରୁଛି। ଦେଶରେ ଗୁରୁତ୍ବପୂର୍ଣ୍ଣ ଖଣିଜ ବ୍ଲକ୍‌ ନିଲାମରେ ଭାଗ ନେବା ସଂପର୍କରେ କମ୍ପାନି ଅନୁଧ୍ୟାନ କରୁଛି

ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନି ନାଲ୍‌କୋ ଏହାର ମୂଳ ଆଲୁମିନିୟମ ବ୍ୟବସାୟ ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖଣିଜ ବ୍ୟବସାୟରେ ପ୍ରବେଶ ଉପରେ ବିଚାର କରୁଛି। ଦେଶରେ ଗୁରୁତ୍ବପୂର୍ଣ୍ଣ ଖଣିଜ ବ୍ଲକ୍‌ ନିଲାମରେ ଭାଗ ନେବା ସଂପର୍କରେ କମ୍ପାନି ଅନୁଧ୍ୟାନ କରୁଛି

New Project (6)

NALCO Photograph: (sambad.in)

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନି ନାଲ୍‌କୋ ଏହାର ମୂଳ ଆଲୁମିନିୟମ ବ୍ୟବସାୟ ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖଣିଜ ବ୍ୟବସାୟରେ ପ୍ରବେଶ ଉପରେ ବିଚାର କରୁଛି। ଦେଶରେ ଗୁରୁତ୍ବପୂର୍ଣ୍ଣ ଖଣିଜ ବ୍ଲକ୍‌ ନିଲାମରେ ଭାଗ ନେବା ସଂପର୍କରେ କମ୍ପାନି ଅନୁଧ୍ୟାନ କରୁଛି। ଉକ୍ତ ଯୋଜନା ସଂପ୍ରତି ପ୍ରାଥମିକ ପର୍ଯ୍ୟାୟରେ ରହିଛି ବୋଲି ନାଲ୍‌କୋର ଏକ ବିଶେଷ ସୂତ୍ରରୁ ଜଣାଯାଇଛି। ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଓ ଧାତୁ ମଧ୍ୟରେ ରେୟାର ଆର୍ଥ ଉପାଦାନ ରହିଛି। ବିଦ୍ୟୁତ୍‌ ଯାନ, ଅକ୍ଷୟ ଶକ୍ତି ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ରେୟାର ଆର୍ଥ ଉପାଦାନ ବ୍ୟବହାର ହୋଇଥାଏ। ‌ତେଣୁ ଦେଶକୁ ଆଲୁମିନିୟମ ବ୍ୟତୀତ ଅନ୍ୟାନ୍ୟ ଧାତବ ସାମଗ୍ରୀ ‌କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ହେବ। ଭାରତ ସରକାର ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ତେଣୁ ନାଲ୍‌କୋ ମଧ୍ୟ ଏଥିରେ ସାମିଲ ହେବା ଯୋଜନା ରଖିଛି।

ଆହୁରି ପଢନ୍ତୁ- T20 World Cup: ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବକପ୍‌ରୁ ଓହରି ଯାଇପାରେ ପାକିସ୍ତାନ: ବାଂଲାଦେଶ ସହ ମିଶି ରଚୁଛି ନୂଆ ଷଡ଼ଯନ୍ତ୍ର !

ଏଥିସହିତ ଭାରତ ସରକାର ଭାରତୀୟ କମ୍ପାନିଗୁଡ଼ିକୁ ବିଦେଶରେ ଗୁରୁତ୍ବପୂର୍ଣ୍ଣ ଖଣିଜ ସଂପଦ ହାସଲ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଆମଦାନି ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଏହା କରାଯାଉଛି। ତେଣୁ ନାଲ୍‌କୋ ଖଣିଜ ବିଦେଶ ନିଗମ ଲିମିଟେଡ (କାବିଲ୍‌) ଜରିଆରେ ଏହି କାର୍ଯ୍ୟ କରିବ। କାବିଲ୍‌ରେ ନାଲକୋର ସଂପ୍ରତି ୪୦ ପ୍ରତିଶତ ଅଂଶଧନ ରହିଛି। ନାଲ୍‌‌କୋ ଏହି ଅଂଶଧନକୁ ୬୦ ପ୍ରତିଶତକୁ ବୃଦ୍ଧି କରିବା ଯୋଜନା ରଖିଛି। ୩ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ନେଇ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ କାବିଲ୍‌ରେ ହିନ୍ଦୁସ୍ତାନ କପର୍‌ ଲିମିଟେଡ(ଏଚ୍‌ସିଏଲ୍‌) ଏବଂ ମିନେରାଲ ଏକ୍ସପ୍ଲୋରେସନ୍‌ ଆଣ୍ଡ୍‌ କନସଲଟାନ୍ସି ଲିମିଟେଡ୍‌ (ଏମ୍‌ଇସିଏଲ୍‌)ର ୩୦ ପ୍ରତିଶତ ଲେଖାଏଁ ଅଂଶଧନ ବର୍ତ୍ତମାନ ରହିଛି। ଏମ୍‌ଇସିଏଲ୍‌ଠାରୁ ନାଲ୍‌କୋ ୨୦ ପ୍ରତିଶତ ଅଂଶଧନ କିଣିବା ଯୋଜନା ରହିଛି।

ଆହୁରି ପଢନ୍ତୁ- Deadbody of infant rescued: ନବଜାତ ଶିଶୁ କନ୍ୟା ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ଫିଙ୍ଗି ମା ଫେରାର

ଏସବୁ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ନାଲ୍‌କୋ ଏହାର ଭୁବନେଶ୍ବରସ୍ଥିତ ଗବେଷଣା ଓ ପ୍ରଯୁକ୍ତି କେନ୍ଦ୍ର (ଏନ୍‌ଆର୍‌ଟିସି)କୁ ସୁଦୃଢ଼ କରିବ। ଏହି କେନ୍ଦ୍ର କମ୍ପାନିର କାର୍ଯ୍ୟ ପ୍ରକ୍ରିୟାକୁ ଅଧିକ ଦକ୍ଷ, ଶକ୍ତି ବ୍ୟବହାରକୁ ଅଧିକ ପ୍ରଭାବୀ ଏବଂ ଉଚ୍ଚମୂଲ୍ୟର ଆଲୁମିନିୟମ ଆଲୟ ବିକାଶ କରିବା ସହିତ ବର୍ଜ୍ୟରୁ ସମ୍ପତ୍ତି ସୃଷ୍ଟି ଭଳି କାର୍ଯ୍ୟ ଉପରେ ଧ୍ୟାନ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe