ଭୁବନେଶ୍ୱର: ୧୯୬୦ ମସିହା ଡିସେମ୍ବର ୨୯ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରକୁ ଅବିସ୍ମରଣୀୟ କରିବା ପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ବ୍ୟାପକ ଯୋଜନାର ଶୁଭାରମ୍ଭ କରାଯାଇଛି। ଜୈବ ବିବିଧତା ସୁରକ୍ଷା ଓ ପର୍ଯ୍ୟଟନ ବିକାଶ ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ଗ୍ରହଣ କରାଯାଇଛି।
ଏହି ଅବସରରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଚିଡ଼ିଆଖାନାରେ ଅନେକ ନୂତନ ପ୍ରାଣୀ ଖୁଆଡ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଆହୁରି ପଢ଼ନ୍ତୁ:18 Lakhs Loot Bhopal କୁକୁରଙ୍କୁ ମାଂସ ଖୁଆଇ ୧୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଲୁଟେରା, ସିସିଟିଭିରୁ ଜଣାପଡ଼ିଲା ସତ
ଉତ୍ତର-ପୂର୍ବ ପାନୋରୋମା ଉଦଘାଟିତ ହେବ
ମନ୍ତ୍ରୀ ଉତ୍ତର-ପୂର୍ବ ପାନୋରୋମା, ଛୋଟ ଜଙ୍ଗଲୀ ବିଲେଇ ଏନକ୍ଲୋଜର, କଲରାପତରିଆ ବାଘ ଖୁଆଡ଼, ଏସୀୟ ପାମ୍ ସିଭେଟ୍ ଏବଂ ପାଙ୍ଗୋଲିନ୍ ଏନକ୍ଲୋଜର, ଉଦ୍ୟାନ କୃଷି ୟୁନିଟ୍, ତୃଣଭୋଜୀ ସଂକ୍ଲୋଜର କେନ୍ଦ୍ର ଏବଂ ସରୀସୃପ ସଂକ୍ଲୋଜର କେନ୍ଦ୍ର ଉଦଘାଟନ କରିବେ।
ଏହା ବ୍ୟତୀତ, ଚିଡ଼ିଆଖାନାରେ ଜନ୍ମିତ ପ୍ରାଣୀ ଶାବକମାନଙ୍କର ନାମକରଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବାଘ ଶାବକ, ସିଂହ ଶାବକ, ଚିମ୍ପାଞ୍ଜି ଶାବକ ଏବଂ ହିମାଳୟାନ କଳା ଭାଲୁ ଶାବକଙ୍କର ନାମ କରଣ କରାଯିବ।
ଉଲ୍ଲେଖନୀୟ ସେବା ପାଇଁ ୨୧ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ। ବର୍ତ୍ତମାନ ନନ୍ଦନକାନନରେ ୧୭୭ ପ୍ରଜାତିର ୪୧୧୦ଟି ପ୍ରାଣୀ ଅଛନ୍ତି ଏବଂ ୯୭ ଜଣ କର୍ମଚାରୀ ଏହାର ସୁଚାରୁ ପରିଚାଳନାରେ ନିଯୁକ୍ତ ଅଛନ୍ତି।
ଆହୁରି ପଢ଼ନ୍ତୁ:Vijaypal Singh Tomar BJP Statement ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ: ବିଜୟପାଲ୍ ସିଂହତୋମର୍
ସୂଚନାଯୋଗ୍ୟ,ଜଳଫୁଆରା ଛକର ସୌନ୍ଦର୍ୟ୍ୟକରଣ କାମ ମଧ୍ୟ ଆରମ୍ଭ ହୋଇଛି। ଓଧ, ଦେଶୀ ଭାଲୁ ଓ ଗାଡ଼ ଭାଲୁଙ୍କ ପାଇଁ ନୂଆ ଖୁଆଡ଼, ମଳିଆପତନୀ ଓ ତାଳି ଓଧ ଖୁଆଡ଼ ସହ ଉଦ୍ୟାନ କୃଷି ବିଭାଗର ଉନ୍ନତିକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ପ୍ରାଣୀମାନଙ୍କର ରହିବା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/29/nandankanan-at-66-2025-12-29-15-43-10.jpg)